ହେଲିକପ୍ଟର ସହ ସେଲଫି ନେଲେ ଫାର୍ମାସିଷ୍ଟ; ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଆସିଲା ଆଉ ଏକ ଅବ୍ୟବସ୍ଥା ଚିତ୍ର । ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ଫଟୋକୁ ନେଇ ଉଠିଲା ପ୍ରଶ୍ନ ।

ସେଲଫି ନେଲେ ଫାର୍ମାସିଷ୍ଟ

ସେଲଫି ନେଲେ ଫାର୍ମାସିଷ୍ଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ଲାଇନ କଟିବାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଆଉ ଏକ ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି ଫଟୋ ଏବେ ଭାଇରାଲ ହେଉଛି । ଗତ ୫ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲି ନିକଟରେ ପହଞ୍ଚିଥିଲେ । ସେହି ସମୟରେ ଡ୍ଯୁଟିରେ ଥିବା ଜଣେ ଫାର୍ମାସିଷ୍ଟ ଯଶୋବନ୍ତ ବେହେରା ହେଲିକପ୍ଟର ସହ ସେଲଫି ନେଇଥିଲେ। ସେହି ଫଟୋକୁ ସୋସିଆଲ ମିଡି଼ଆରେ ସେୟାର କରିବା ପରେ ଜୋର ଧରିଛି ଆଲୋଚନା ।
ରାଷ୍ଟ୍ରପତିଙ୍କ ସହ ୩ଟି ହେଲିକପ୍ଟର ଆସିଥିଲା । ଓହ୍ଲାଇବା ପରେ ରାଷ୍ଟ୍ରପତି  ସିଧାସଳଖ ରୋଡରେ ଅଭୟାରଣ୍ୟ ଭିତରକୁ ଯାଇଥିଲେ। ରାଷ୍ଟ୍ରପତି ଯିବା ପରେ ହେଲିପ୍ୟାଡରେ ଡିଉଟି ପଡିଥିବା ଜଣେ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ନିକଟରେ ସେଲ୍ଫି ନେଇଥିଲେ। ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ । ଯଶୋବନ୍ତ ବେହେରା ନାମକ ଏହି ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ସାମନାରେ ଠିଆ ହୋଇ ପାହାଚରେ ବସି ଓ ତାଉପରେ ହାତ ରଖି ଫଟୋ ଉଠାଇଥିଲେ ।




ଫାର୍ମାସିଷ୍ଟ କହିଛନ୍ତି, ଏକ ଅଭୁଲା ସ୍ମୃତି ଭାବେ ଫଟୋ ରଖିବାକୁ ଚାହିଁ ଏଭଳି କରିଥିଲେ । ପରେ ନିଜ ଫେସ୍‌ବୁକ ଆକାଉଣ୍ଟରୁ ଫଟୋ ସବୁକୁ ଡିଲିଟ୍‌ କରି ଦେଇଛନ୍ତି ଯଶୋବନ୍ତ ।
Published by:Soumya Das
First published: