ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ଓ କଷ୍ଟ କମିବ: ଆସନ୍ତା ଶିକ୍ଷା ବର୍ଷରୁ ପିଜି ପଢ଼ିବା ପାଇଁ ଏକକ ପ୍ରବେଶିକା ପରୀକ୍ଷା

୨୦୧୮ ମସିହାରୁ ପିଜି ପଢ଼ିବା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୨୦୨୦-୨୧ ଶିକ୍ଷା ବର୍ଷ ଠାରୁ ଏହା ଲାଗୁ ହେବ । ସଠିକ୍ ସମୟରେ ଯୁକ୍ତ-୩ ପରୀକ୍ଷା କରିବା ଓ ସଠିକ୍ ସମୟରେ ଫଳ ପ୍ରକାଶ କରିବା ପାଇଁ ସମସ୍ତ କୁଳପତିମାନଙ୍କୁ ନିର୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।

ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ଓ କଷ୍ଟ କମିବ: ଆସନ୍ତା ଶିକ୍ଷା ବର୍ଷରୁ ପିଜି ପଢ଼ିବା ପାଇଁ ଏକକ ପ୍ରବେଶିକା ପରୀକ୍ଷା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: December 13, 2019, 1:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ଏଣିକି ବିଭିନ୍ନ ବିଶ୍ବବିଦ୍ୟାଳୟରେ ପିଜି କରିବାକୁ ହେଲେ ଆଉ ଅଲଗା ଅଲଗା ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବ ନାହିଁ । ଏମିତି କି ପ୍ରବେଶିକା ଦେବା ପାଇଁ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟକୁ ମଧ୍ୟ ଯିବାକୁ ପଡ଼ିବ ନାହିଁ । କାରଣ ଏଣିକି ହେବ ସିଙ୍ଗଲ ଏଣ୍ଟ୍ରାନ୍ସ । ନିଜ ରାଙ୍କ୍‌ ଓ ଚଏସ୍ ଅନୁଯାୟୀ ମିଳିବ ସିଟ୍ ।

ପ୍ରତିବର୍ଷ ଗୋଟିଏ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟକୁ ଯାଇ ପ୍ରବେଶିକା ଦେବାକୁ ପଡୁଥିଲା । ଗୋଟିଏ ତାରିଖରେ ଏକାଧିକ ବିଶ୍ବବିଦ୍ୟାଳୟ ଏଣ୍ଟ୍ରାନ୍ସ ରଖିଥିବାରୁ ଛାତ୍ରଛାତ୍ରୀ ଅସୁବିଧାରେ ମଧ୍ୟ ପଡ଼ୁଥିଲେ । ଏକକ ପ୍ରବେଶିକା ଦ୍ବାରା ପିଲାଏ ଆଉ ଖର୍ଚ୍ଚାନ୍ତ ହେବେନି । ଏହା ଛଡ଼ା ସେମାନଙ୍କ ଆଗରେ ଅପ୍ସନ୍ ଖୋଲା ରହିବ । ମେଧାବୀ ଛାତ୍ରଛାତ୍ରୀ ଭଲ ବିଶ୍ବବିଦ୍ୟାଳୟ ପାଇପାରିବେ ।

ଏକକ ଏଣ୍ଟ୍ରାନ୍ସ କେମିତି ହେବ ଓ କେଉଁଠି ହେବ ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହୋଇଥିଲା ସ୍ବତନ୍ତ୍ର ବୈଠକ । ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଗୋଟିଏ ପାଠ୍ୟକ୍ରମ ପାଇଁ ଗୋଟିଏ  ବିଶ୍ବବିଦ୍ୟାଳୟ ପ୍ରବେଶିକା କରିବ । ଅଲଗା ଅଲଗା ଦିନ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟ ଏଣ୍ଟ୍ରାନ୍ସ କରିବେ । ପରୀକ୍ଷା ପରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ମେରିଟ୍ ବା ରାଙ୍କ୍‌ ଆଧାରରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବେ ଛାତ୍ରଛାତ୍ରୀ  ।

‘‘୨୦୧୮ ମସିହାରୁ ଏକକ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ ୨୦୨୦-୨୧ ବର୍ଷଠାରୁ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ସଠିକ୍ ସମୟରେ ଯୁକ୍ତ-୩ ପରୀକ୍ଷା କରିବା ସହ ସଠିକ୍ ସମୟରେ ଫଳ ପ୍ରକାଶ କରିବା ପାଇଁ ସମସ୍ତ କୂଳପତିମାନଙ୍କୁ ନିର୍ଦେଶ ଦିଆଯାଇଛି,’’ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।

ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ (ମଝି)


ତେବେ ଯୁକ୍ତ-୩ର ଷଷ୍ଠ ସେମିଷ୍ଟାର ଏପ୍ରିଲ ୩୦ ତାରିଖ ସୁଦ୍ଧା ଶେଷ କରିବା ସହ ୪୫ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ବିଭାଗ ନିର୍ଦେଶ ଦେଇଛି । ଜୁନ୍ ୧୫ ତାରିଖ ସୁଦ୍ଧା ସମସ୍ତ ମହାବିଦ୍ୟାଳୟରେ ଫଳ ପ୍ରକାଶ କରିବା ବାଧ୍ୟତାମୂଳକ ହୋଇଛି ।

’’ଇଂଜିନିୟରିଂ ଏବଂ ମେଡିକାଲ ଢାଞ୍ଚାରେ ପରୀକ୍ଷା ହେଲେ ସବୁ ବିଶ୍ବବିଦ୍ୟାଳୟ ପାଇଁ ଗୋଟିଏ ସମୟରେ ପରୀକ୍ଷା, ଫଳ ପ୍ରକାଶନ, ନାମଲେଖା ଓ ପାଠପଢ଼ା ଆରମ୍ଭ ହୋଇପାରିବ,’’ ମତ ଦେଇଛନ୍ତି ଶିକ୍ଷାବିତ୍ କମଳପ୍ରସାଦ ମହାପାତ୍ର ।

ତେବେ କଣ ରହିବ ପରୀକ୍ଷାର ରୂପରେଖ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗ ପକ୍ଷରୁ ଜଣାଯିବ । ​
First published: December 13, 2019, 1:04 PM IST
corona virus btn
corona virus btn
Loading