News18 Odia Digital
ନୂଆ ଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କ ପାଇଁ ଆସନ୍ତା ସପ୍ତାହରେ ଗୋଟିଏ ଭଲ ଓ ବଡ଼ ଖବର ମିଳିବାକୁ ଯାଉଛି । ପ୍ରୋଭିଡେଣ୍ଡ ଫଣ୍ଡ୍ (PF) ଆକାଉଣ୍ଟଧାରୀମାନଙ୍କୁ ୮.୫ ପ୍ରତିଶତ ସୁଧ ମିଳିବ। ଯଦି ଆପଣ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନର (EPFO) ଜଣେ ସଦସ୍ୟ, ତେବେ ଆପଣ ଏହା ଦ୍ୱାରା ଉପକୃତ ହେବାକୁ ଯାଉଛନ୍ତି ।
ନରେନ୍ଦ୍ର ମୋଦି ସରକାର (Narendra Modi government) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ଅନୁମୋଦନ କରିଛନ୍ତି । ଯଦି ମିଡି଼ଆରେ ଆସୁଥିବା ରିପୋର୍ଟଗୁଡ଼ିକ ଉପରେ ବିଶ୍ୱାସ କରାଯାଏ, ତେବେ ଅଗଷ୍ଟ ମାସରେ ହିଁ PFର ଟଙ୍କା ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ୍ ଖାତାକୁ ସ୍ଥାନାନ୍ତର ହେବ ।
ଏହା ବି ପଢ଼ନ୍ତୁ | Plus 2 Results: ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆସିଲା; ବିଜ୍ଞାନରେ ୯୫%, ବାଣିଜ୍ୟରେ ୯୪% ପାସ୍ ହାରଶ୍ରମ ମନ୍ତ୍ରଣାଳୟର ((Ministry of Labour)) ଅନୁମୋଦନ ପରେ EPFO ଗ୍ରାହକମାନଙ୍କ ଆକାଉଣ୍ଟରେ ୮.୫ ପ୍ରତିଶତ ହାରରେ ଟଙ୍କା ଜମା କରିବ । ଗତ ଥର ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷରେ KYC ସମ୍ବନ୍ଧୀୟ ବ୍ୟାଘାତ ଯୋଗୁଁ ଅନେକ ଗ୍ରାହକଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡି଼ଥିଲା । EPFO ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୫ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନେଇଛି । ଗତ ସାତ ବର୍ଷ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସୁଧ ହାର । ଏହା ପୂର୍ବରୁ ୨୦୧୨-୧୩ ଆର୍ଥିକ ବର୍ଷ ସରକାର ୮.୫ ପ୍ରତିଶତ ହାରରେ ସୁଧ ଦେଇଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ OSSC ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: ମିଳିଲା ₹୨୫ ଲକ୍ଷ ନଗଦ; ପୁଳା ପୁଳା ସୁନାଯଦି ଆପଣଙ୍କ UAN ନମ୍ବର EPFO ସହିତ ପଞ୍ଜିକୃତ ହୋଇଛି, ତେବେ ଆପଣଙ୍କ PF ବାଲାନ୍ସ ବିଷୟରେ ସୂଚନା ଆପଣଙ୍କ ମୋବାଇଲ୍ ଫୋନରେ ଏକ ମେସେଜ୍ ମାଧ୍ୟମରେ ଆସିଯିବ । ଏଥି ପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ ନମ୍ବରକୁ EPFOHO ଲେଖି ଏକ ମେସେଜ୍ ପଠାଇବାକୁ ପଡି଼ବ । ତା’ ପରେ ଆପଣଙ୍କ PF ବିଷୟରେ ସୂଚନା ଆପଣଙ୍କୁ ଏକ ମେସେଜ୍ ମାଧ୍ୟମରେ ଉପଲବ୍ଧ ହେବ ।
ଏହା ବି ପଢ଼ନ୍ତୁ | ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟଯଦି ଆପଣ ହିନ୍ଦୀ ଭାଷାରେ ସୂଚନା ଚାହୁଁଛନ୍ତି, ତେବେ ଆପଣଙ୍କୁ EPFOHO UAN ଲେଖି ଏହାକୁ ପଠାଇବାକୁ ପଡିବ । PF ବାଲାନ୍ସ ଜାଣିବା ପାଇଁ ଏହି ସେବା ବର୍ତ୍ତମାନ ପାଇଁ ଇଂରାଜୀ, ପଞ୍ଜାବୀ, ମରାଠୀ, ହିନ୍ଦୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଓ ବଙ୍ଗାଳୀରେ ଉପଲବ୍ଧ ଅଛି । PF ବାଲାନ୍ସ ପାଇଁ ଏହା ଜରୁରୀ ଯେ ଆପଣଙ୍କର UAN ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ପାନ୍ (PAN) ଓ ଆଧାର (Aadhaar) ସହିତ ଲିଙ୍କ୍ ହୋଇଥିବା ଉଚିତ । ଯଦି ଆପଣ ଏ ପର୍ଯ୍ୟନ୍ତ ନିଜ UAN ସହିତ ଏ ସବୁକୁ ଲିଙ୍କ କରି ନାହାନ୍ତି ତାହେଲେ ଶୀଘ୍ର କରିନେବା ଉଚିତ ।
ଗୋଟିଏ ମିସ୍ଡ୍ କଲ୍ ଦ୍ୱାରା ମଧ୍ୟ ଆପଣ ନିଜ ପି.ଏଫ୍. ବାଲାନ୍ସ ଜାଣିପାରିବେ । ଏଥି ପାଇଁ ଆପଣଙ୍କୁ ନିଜ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ରେ ଏକ ମିସ୍ଡ୍ କଲ୍ ଦେବାକୁ ପଡି଼ବ । ଏହା ପରେ ଆପଣଙ୍କୁ EPFO ଏକ ମେସେଜ୍ ମାଧ୍ୟମରେ PFର ବିବରଣୀ ପଠାଇବ । ଏଥି ପାଇଁ ବି ଆପଣଙ୍କର UAN ଆପଣଙ୍କ PAN ଓ ଆଧାର ନମ୍ବର ସହ ଲିଙ୍କ୍ ହୋଇଥିବା ଆବଶ୍ୟକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।