ମାଗଣାରେ LPG କନେକ୍ସସନ ନେଉଥିବା ଲୋକଙ୍କ ପାଇଁ ବଡ ଖବର; ବଦଳିବାକୁ ଯାଉଛି ସବସିଡି ନିୟମ

ଯଦି ଆପଣ ମଧ୍ୟ ଉଜ୍ଜ୍ଵଳା ଯୋଜନା ଅଧୀନରେ ଏକ ମାଗଣା LPG କନେକ୍ସସନ ନେବାକୁ ପ୍ଲାନ କରୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ଖୁବ୍ ଶୀଘ୍ର ଉଜ୍ଜ୍ଵଳା ଯୋଜନା ଅନ୍ତର୍ଗତ ଉପଲବ୍ଧ ସବସିଡିର ଷ୍ଟ୍ରକ୍ଚରକୁ ପରିବର୍ତ୍ତନ କରିପାରନ୍ତି ।

ମାଗଣାରେ LPG କନେକ୍ସସନ ନେଉଥିବା ଲୋକଙ୍କ ପାଇଁ ବଡ ଖବର; ବଦଳିବାକୁ ଯାଉଛି ସବସିଡି ନିୟମ
ମାଗଣାରେ LPG କନେକ୍ସସନ ନେଉଥିବା ଲୋକଙ୍କ ପାଇଁ ବଡ ଖବର!
  • News18 Odia
  • Last Updated: March 31, 2021, 11:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ମଧ୍ୟ ଉଜ୍ଜ୍ଵଳା ଯୋଜନା ଅଧୀନରେ ଏକ ମାଗଣା LPG କନେକ୍ସସନ ନେବାକୁ ପ୍ଲାନ କରୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ଖୁବ୍ ଶୀଘ୍ର ଉଜ୍ବଳା ଯୋଜନା ଅନ୍ତର୍ଗତ ଉପଲବ୍ଧ ସବସିଡିର ଷ୍ଟ୍ରକ୍ଚରକୁ ପରିବର୍ତ୍ତନ କରିପାରନ୍ତି । ମନି କଣ୍ଟ୍ରୋଲ ଖବର ଅନୁଯାୟୀ ପେଟ୍ରୋଲିୟମ ମନ୍ତ୍ରଣାଳୟ 2 ଟି ନୂଆ ଷ୍ଟ୍ରକ୍ଚର ଉପରେ କାମ କରୁଛି ଓ ଏହାକୁ ଶୀଘ୍ର ଜାରି କରାଯାଇପାରେ । ଏହି ବଜେଟରେ କେନ୍ଦ୍ର ସରକାର ଏକ କୋଟି ନୂଆ ସଂଯୋଗ ଦେବାକୁ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସରକାର ଓଏମସି ପକ୍ଷରୁ ଆଡଭାନ୍ସ ପେମେଣ୍ଟ ମଡେଲକୁ ପରିବର୍ତ୍ତନ କରିପାରନ୍ତି ।

ମନି କଣ୍ଟ୍ରୋଲର ଉଦ୍ଧୃତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୬୦୦ ଟଙ୍କାର ଆଡଭାନ୍ସ ପେମେଣ୍ଟ କମ୍ପାନୀ ଆଦାୟ କରିବ । ବର୍ତ୍ତମାନ OMC ଗୁଡିକ EMI ଭାବରେ ଅଗ୍ରୀମ ରାଶି ଚାର୍ଜ କରୁଥିବାବେଳେ ଏହି ବିଷୟରେ ଅବଗତ ଥିବା ସୂତ୍ର ଅନୁଯାୟୀ ସରକାର ଏହି ଯୋଜନାରେ ଅବଶିଷ୍ଟ ୧୬୦୦ ର ସବସିଡି ପ୍ରଦାନ ଜାରି ରଖିବେ ।

୧୪.୨ କିଲୋଗ୍ରାମ ସିଲିଣ୍ଡର ଓ ଷ୍ଟୋଭ ମିଳିଥାଏ
ଏହି ସରକାରୀ ଯୋଜନାରେ ଗ୍ରାହକମାନଙ୍କୁ ୧୪.୨ କିଲୋଗ୍ରାମ ସିଲିଣ୍ଡର ଓ ଷ୍ଟୋଭ ଦିଆଯାଏ । ଏହାର ଦାମ୍ ପ୍ରାୟ ୩୨୦୦ ଟଙ୍କା ଓ ସରକାରଙ୍କ ତରଫରୁ ୧୬୦୦ ଟଙ୍କା ସବସିଡି ମିଳୁଥିବାବେଳେ ଓଏମସି ୧୬୦୦ ଟଙ୍କା ଅଗ୍ରୀମ ପ୍ରଦାନ କରିଥାଏ । ଅବଶ୍ୟ OMC ରିଫିଲ୍ କରିବା ଉପରେ ସବସିଡି ପରିମାଣ EMI ଭାବରେ ଚାର୍ଜ କରିଥାଏ ।

ଏହି ଉପାୟରେ ଆପଣ ଏହି ଯୋଜନାରେ ପଞ୍ଜିକରଣ କରିପାରିବେ
ଏହି ଯୋଜନା ପାଇଁ ପଞ୍ଜୀକରଣ କରିବା ଅତି ସହଜ ଅଟେ । ଉଜ୍ଜ୍ଵଳା ଯୋଜନା ଅନୁଯାୟୀ ବିପିଏଲ ପରିବାରର ଜଣେ ମହିଳା ଗ୍ୟାସ ସଂଯୋଗ ପାଇବାକୁ ଆବେଦନ କରିପାରିବେ । ଆପଣ ନିଜେ ଏହି ସ୍କିମ୍ ସହିତ ଜଡିତ ଅଫିସିଆଲ୍ ୱେବସାଇଟ୍ pmujjwalayojana.com କୁ ଯାଇ ବିସ୍ତୃତ ଭାବରେ ସୂଚନା ପାଇପାରିବେ । ପଞ୍ଜିକରଣ କରିବାକୁ ଆପଣଙ୍କୁ ପ୍ରଥମେ ଏକ ଫର୍ମ ପୂରଣ କରି ନିକଟସ୍ଥ LPG ବିତରକଙ୍କ ନିକଟରେ ଦାଖଲ କରିବାକୁ ପଡିବ ।

ଏହା ବ୍ୟତୀତ ମହିଳାଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଠିକଣା, ଜନ ଧାନ ବ୍ୟାଙ୍କ ଆକାଉଣ୍ଟ ଓ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର ନମ୍ବର ମଧ୍ୟ ଦେବାକୁ ପଡିବ । ପରେ ଏହାର ପ୍ରକ୍ରିୟାକରଣ ପରେ ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯୋଗ୍ୟ ହିତାଧିକାରୀଙ୍କୁ LPG ସଂଯୋଗ ପ୍ରଦାନ କରନ୍ତି । ଯଦି ଜଣେ ଗ୍ରାହକ EMI ପାଇଁ ଚୟନ କରନ୍ତି ତେବେ ସିଲିଣ୍ଡର ଉପରେ ସବସିଡିରେ EMI ପରିମାଣ ଆଡଜଷ୍ଟ ହୁଏ ।
Published by: Jagdish Barik
First published: March 31, 2021, 11:28 AM IST