ପେଟ୍ରୋଲ ଚିକିତ୍ସା: ସାମାନ୍ୟ ଘା' ପାଇଁ କଟା ହେଲା ଗୋଡ ଆଙ୍ଗୁଠି; ଅଭିଯୋଗ ଆଣିଲା ପରିବାର

ଦେବଗଡ଼ ଜିଲ୍ଲାରେ କୁଣ୍ଡେଇଗୁଳା ଥାନା ପଳସମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟଜନକ ଚିକିତ୍ସା । ମାମଲା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଥିଲା।

 ସାମାନ୍ୟ ଘା' ପାଇଁ କଟା ହେଲା ଗୋଡ ଆଙ୍ଗୁଠି

ସାମାନ୍ୟ ଘା' ପାଇଁ କଟା ହେଲା ଗୋଡ ଆଙ୍ଗୁଠି

  • Share this:
News18 Odia Digital

ଭୁବନେଶ୍ବର: ଆପଣ ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି ବିଷୟରେ ଶୁଣିଥିବେ। ହେଲେ କେବେ ପେଟ୍ରୋଲ ଚିକିତ୍ସା ବିଷୟରେ ଶୁଣିନଥିବେ । ମଣିଷ ଶରୀରରେ ପେଟ୍ରୋଲ ଚିକିତ୍ସା ଏକଥା କାନକୁ ଅଖାଡୁଆ ଲାଗୁଥିଲେ ବି ଘଟଣାଟି ସତ। ତେବେ ଏହା ଅନ୍ୟ କୌଣସି ରାଜ୍ୟରେ ବି ଘଟଣା ନୁହେଁ ଏହା ହେଉଛି ଓଡ଼ିଶାର ଦେବଗଡ଼ ଜିଲ୍ଲାର ଘଟଣା।

ଦେବଗଡ଼ ଜିଲ୍ଲାରେ କୁଣ୍ଡେଇଗୁଳା ଥାନା ପଳସମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟଜନକ ଚିକିତ୍ସା । ମାମଲା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଘଟଣାଟି ଏହିଭଳି ଯେ ଗତ ଜୁନ ୧୭ ତାରିଖରେ କୁଣ୍ଡେଇଗୁଳା ଥାନା ଉଠୁଣିଆ ଗାଁର ତ୍ରିପୁରାରି ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନଙ୍କ ଗୋଡରେ କଣନଖା ହେବାରୁ ପଳସମା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଡାକ୍ତର ଚିତ୍ତ ରଞ୍ଜନ ସାହୁଙ୍କୁ ଦେଖାଇବା ପରେ ତାଙ୍କ ପରାମର୍ଶ କ୍ରମେ କମ୍ପାଉଣ୍ଡର ପଦ୍ମନାଭ ସାହୁଙ୍କୁ ଦେଖାଇଥିଲେ । କମ୍ପାଉଣ୍ଡର ସନ୍ଦୀପଙ୍କ ଗୋଡରେ ଔଷଧ ବଦଳରେ ପେଟ୍ରୋଲ ଢ଼ାଳି ଚିକିତ୍ସା କରିଥିଲେ । ଏହା ଫଳରେ ଘା' ଭଲ ହେବା ପରିବର୍ତ୍ତେ ବଢ଼ି ଚାଲିଲା।

ଦେବଗଡ଼ରେ ପେଟ୍ରୋଲ ଚିକିତ୍ସା


ସନ୍ଦୀପଙ୍କ ପରିବାର ପ୍ରଥମେ ଛେଣ୍ଡିପଦା ପରେ ତାଙ୍କୁ ଅନୁଗୁଳ ନେଇଥିଲେ। ସେଠାରେ ସୁଫଳ ମିଳିବାରୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ଆଣିଥିଲେ। ଭୁଲ୍ ଚିକିତ୍ସା ଯୋଗୁଁ ସଂକ୍ରମଣ ବଢୁଥିବାରୁ ଡାକ୍ତର ସେଠାରେ ଆଙ୍ଗୁଟି କାଟିବାକୁ ବାଧ୍ୟ ହୋଇଥିଲେ।

ଯାହା ପରେ ଭୁଲ୍ ଚିକିତ୍ସା କରିଥିବା ଡାକ୍ତର ଓ କମ୍ପାଉଣ୍ଡରଙ୍କ ନାଁରେ କୁଣ୍ଡେଇଗୁଳା ଥାନାରେ ସନ୍ଦୀପଙ୍କ ପରିବାର ପକ୍ଷରୁ ଏତଲା ଦାୟର ହୋଇଛି । ସେପଟେ ପୋଲିସ ବି ମାମଲା ରୁଜୁ କରିଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଦେବଗଡ଼ ସି.ଡି.ଏମ.ଓ. ଏହି ଡାକ୍ତର ଓ କମ୍ପାଉଣ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଭଲ କରିଥିବା କିମ୍ସର ଡାକ୍ତରଙ୍କ ବିରୋଧରେ ମାନବାଧିକ କମିଶନ ନିକଟରେ ଅଭିଯୋଗ କରିଛନ୍ତି।

ଏ ନେଇ ସନ୍ଦୀପଙ୍କ ମା' ଗୀତା ଞ୍ଜଳି ପ୍ରଧାନ କହିଛନ୍ତି, "କିମ୍ସ ଡାକ୍ତର ଆମ ପୁଅକୁ ସୁସ୍ଥ କରିଦେଇଛନ୍ତି । ପଳସମା ଡାକ୍ତାର କମ୍ପାଉଣ୍ଡର ମୋ ପୁଅର ଆଙ୍ଗୁଟି ନଷ୍ଠ କରିଦେଇଥିଲେ । ତାଙ୍କ ବିରୋଧରେ ଦେବଗଡ଼ ସି.ଡି.ଏମ.ଓ. କାର୍ଯ୍ୟାନୁଷ୍ଠାନ ନ ନେଇ ଭଲ କରିଥିବା ଡାକ୍ତର ବିରୋଦଧରେ ମାମଲା କରୁଛନ୍ତି ।ଏହା ଆଦୌ ଠିକ୍ କଥା ନୁହେଁ । ମୁଁ ଚାହୁଁଛି ସେ ଡାକ୍ତର ଚିତ୍ତ ରଞ୍ଜନ ସାହୁ ଓ କମ୍ପାଉଣ୍ଡର ପଦ୍ମନାଭ ସାହୁକୁ ସରକାର ଉପଯୁକ୍ତ ଦଣ୍ଡ ଦିଅନ୍ତୁ ।’’ ମାନବାଧିକାର କମିଶନଙ୍କ ଆଗରେ ଏଭଳି ନିଜ ପକ୍ଷ ରଖିଛନ୍ତି ଗୀତାଞ୍ଜଳି।
Published by:Lipina Das
First published: