Petrol pump strike : ୧୨ ଘଣ୍ଟା ମିଳିବନି ପେଟ୍ରୋଲ ଡିଜେଲ

୨୭ ଓ ୨୮ ତାରିଖ ଦୁଇଦିନ ସନ୍ଧ୍ୟାବେଳେ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସନ୍ଧ୍ଯା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ଦୁଇଦିନ ୧୨ ଘଣ୍ଟାକାଳ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

୧୨ ଘଣ୍ଟା ବନ୍ଦ ରହିବ ପେଟ୍ରୋଲ ପମ୍ପ (ପ୍ରତୀକାତ୍ମକ ଛବି)

୧୨ ଘଣ୍ଟା ବନ୍ଦ ରହିବ ପେଟ୍ରୋଲ ପମ୍ପ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦୁଇଦିନ ପାଇଁ ସେବା ବନ୍ଦ ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍। ୨୭ ଓ ୨୮ ତାରିଖ ଦୁଇଦିନ ସନ୍ଧ୍ୟାବେଳେ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସନ୍ଧ୍ଯା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ଦୁଇଦିନ ୧୨ ଘଣ୍ଟାକାଳ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟରେ ସରକାର ଭାଟ୍ କମାଇବା ଦ୍ଵାରା ପେଟ୍ରୋଲ ପମ୍ପ ଡିଲର୍ସ ମାନେ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ।

ମେ' ୨୭ ଓ ୨୮ ତାରିଖରେ ସନ୍ଧ୍ଯା ୬ରୁ ସକାଳ ୬' ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ। ସାରା ଓଡ଼ିଶାରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ଓଡିଶା ପେଟ୍ରୋଲ ପମ୍ପ ଡିଲର ସଂଘ ଏକ ପ୍ରେସ ରିଲିଜ ଜରିଆରେ କହିଛି। ଏହି ସମୟରେ ପେଟ୍ରୋଲ ପମ୍ପ ଗୁଡିକ ତେଲ ମଧ୍ୟ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦକୁ ଇଣ୍ଡିଆନ ଓଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ସମର୍ଥନ କରିଛନ୍ତି। କିନ୍ତୁ ଏହି ଧର୍ମଘଟରେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ୍ ସାମିଲ ହେବନାହିଁ।

ସରକାରଙ୍କୁ ସମସ୍ତ ଟ୍ୟାକ୍ସ ଦେଇ ଡିଲରମାନେ ତେଲ କିଣୁଛନ୍ତି। କିନ୍ତୁ ସେମାନଙ୍କ ସହ କୌଣସି ଆଲୋଚନା ନ କରି ଉତ୍ପାଦ ଶୁଳ୍କ ହ୍ରାସ କରି ତେଲକୁ ଶସ୍ତା କରାଯାଉଛି। ଅଧିକ ଦାମରେ କିଣି କମ୍‌ ଦାମରେ ପେଟ୍ରୋଲ ବିକ୍ରି ଯୋଗୁଁ ପେଟ୍ରୋଲ ପମ୍ପ ଡିଲର୍ସ ଏହି କ୍ଷତି ସହିଛନ୍ତି ବୋଲି ବୋଲି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ କହଛି। ତୈଳ କମ୍ପାନୀଙ୍କୁ କ୍ଷତିପୂରଣ ଦାବିରେ ଶୁକ୍ରାବାର ସାଙ୍କେତିକ ଧର୍ମଘଟ କରାଯାଉଛି। ଦାବି ପୁରଣ ନହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ଆଶ୍ରୟ ନିଆଯିବ ବୋଲି ଧମକ ଦିଆଯାଇଛି।

ସୂଚନାଯୋଗ୍ୟ, ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ ହେଉଛି। ଗୁରୁବାର ମଧ୍ୟ ପ୍ରଦେଶର ୧୪ ହଜାରରୁ ଊର୍ଦ୍ଧ୍ୱ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା। ଆସାମରେ ମଧ୍ୟରେ ଡିଲର୍ସ ଆନ୍ଦୋଳନ କରୁଛନ୍ତି। ଉତ୍ପାଦ ଶୁଳ୍କ ହ୍ରାସ ପରେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଲିଟର ପେଟ୍ରୋଲ ୧୦୩.୩୬ ଟଙ୍କା ଓ ଡିଜେଲ ୯୪.୮୬ ଟଙ୍କାରେ ମିଳୁଛି। ମାଲକାନଗିରିରେ ଏବେ ବି ଡିଜେଲ ଦର ୧୦୦ ଉପରେ ରହିଛି।
Published by:Soumya Das
First published: