Petrol Price Today: ପେଟ୍ରୋଲ-ଡିଜେଲ ଶସ୍ତା! ଦର ପ୍ରବଳ ହ୍ରାସ ହେଲା; ଜାଣନ୍ତୁ ଆପଣଙ୍କ ସହରର ଦର

Petrol Diesel Price Today: ପେଟ୍ରୋଲ ଡିଜେଲ ଦରରୁ ଆଜି ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ଆଗାମୀ ସମୟରେ ମଧ୍ୟ ପେଟ୍ରୋଲ ଆହୁରି ଶସ୍ତା ହୋଇପାରେ । ଏହାର ସବୁଠାରୁ ବଡ କାରଣ ହେଉଛି ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଶସ୍ତା ହେବାକୁ ଯାଉଛି ।

Petrol Price Today: ପେଟ୍ରୋଲ-ଡିଜେଲ ଶସ୍ତା! ଦର ପ୍ରବଳ ହ୍ରାସ ହେଲା; ଜାଣନ୍ତୁ ଆପଣଙ୍କ ସହରର ଦର
ପେଟ୍ରୋଲ-ଡିଜେଲ ଶସ୍ତା ହେଲା!
  • News18 Odia
  • Last Updated: April 11, 2021, 8:55 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପେଟ୍ରୋଲ ଡିଜେଲ ଦରରୁ ଆଜି ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ମୂଲ୍ୟ ସ୍ଥିର ଅଛି । ଆଜି ମଧ୍ୟ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଡିଜେଲର ଦରରେ ପରିବର୍ତ୍ତନ କରିନାହାଁନ୍ତି । ଆଜି ଭୁବନେଶ୍ୱରରେ ପେଟ୍ରୋଲର ଦର ଲିଟର ପିଛା ୯୧.୨୮ ଟଙ୍କା ଓ ଡିଜେଲର ଦର ଲିଟର ପିଛା ୮୮.୧୩ ଟଙ୍କା ରହିଛି । ସୂଚନା ଅନୁଯାୟୀ ଆସନ୍ତା ସମୟରେ ପେଟ୍ରୋଲ ଆହୁରି ଶସ୍ତା ହୋଇପାରେ । ଏହାର ସବୁଠାରୁ ବଡ କାରଣ ହେଉଛି ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଶସ୍ତା ହେବାକୁ ଯାଉଛି ।  ଭାରତୀୟ ରିଫାଇନାରୀ କମ୍ପାନୀଗୁଡିକ ଇରାନରୁ ଅଶୋଧିତ ତୈଳ ଆମଦାନୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଇରାନରୁ ତେଲ ଆସିବା ମାତ୍ରେ ପେଟ୍ରୋଲ-ଡିଜେଲ ଦର ଭାରତୀୟ ବଜାରରେ ହ୍ରାସ ହେବା ଆରମ୍ଭ କରିବ ।

ମାର୍ଚ୍ଚରେ ୬୧ ପଇସା ଶସ୍ତା ହୋଇଛି ପେଟ୍ରୋଲ
ମାର୍ଚ୍ଚରେ ପେଟ୍ରୋଲ ଓ ଡିଜେଲ ଦର ତିନିଥର ହ୍ରାସ କରାଯାଇଥିଲା । ଏହି କଟ୍ ପରେ ପେଟ୍ରୋଲ ମାତ୍ର ୬୧ ପଇସା ଓ ଡିଜେଲରେ ଲିଟର ପିଛା ୬୦ ପଇସା ଶସ୍ତା ହୋଇଛି । ଏଥି ସହିତ ଫେବୃଆରୀ ମାସରେ ପେଟ୍ରୋଲର ଦାମ୍ ୧୬ ଟି କିସ୍ତିରେ ବୃଦ୍ଧି କରାଯାଇଥିଲା । ଏହା ସର୍ବମୋଟ ୦୪.୭୪ ଟଙ୍କା ମହଙ୍ଗା ହୋଇଥିଲା । ଅନ୍ୟପକ୍ଷରେ ଯଦି ଆପଣ ଡିଜେଲ ବିଷୟରେ କଥା ହୁଅନ୍ତି ତେବେ ଏହାର ଦାମ୍ ୧୬ ଦିନରେ ୪.୫୨ ଟଙ୍କା ବୃଦ୍ଧି ପାଇଛି ।

ଏଥିପାଇଁ ପେଟ୍ରୋଲ ଡିଜେଲ ଶସ୍ତା ହୋଇପାରେ
ଭାରତର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ହଟାଯିବା ପରେ ଆମେ ଇରାନରୁ ତେଲ ଆମଦାନୀ କରିବାକୁ ଚିନ୍ତା କରିପାରିବା । ଭାରତୀୟ ରିଫାଇନାରୀ କମ୍ପାନୀଗୁଡିକ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପ୍ରତିବନ୍ଧକ ହଟାଯିବା ମାତ୍ରେ ସେମାନେ ଇରାନ ସହିତ ଏକ ଚୁକ୍ତି କରିପାରିବେ । ଇରାନରୁ ତେଲର ଆଗମନ କେବଳ ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟକୁ ହ୍ରାସ କରିବ ନାହିଁ ବରଂ ଏହା ଆମଦାନୀ ଉତ୍ସକୁ ବିବିଧ କରିବାରେ ମଧ୍ୟ ଭାରତକୁ ସାହାଯ୍ୟ କରିବ । ୨୦୨୦-୨୧ ଆର୍ଥିକ ବର୍ଷରେ ଇରାକ ଭାରତର ସର୍ବବୃହତ ତୈଳ ଯୋଗାଣକାରୀ ହୋଇପାରିଛି । ଏହା ପରେ ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରହିଛି । ନାଇଜେରିଆ ଚତୁର୍ଥ ଓ ଆମେରିକା ପଞ୍ଚମ ସ୍ଥାନରେ ରହିଛି ।

ଦେଶର ତିନୋଟି ତୈଳ ମାର୍କେଟିଂ କମ୍ପାନୀ HPCL, BPCL ଓ IOC ସକାଳ ୬ ଟା ପରେ ପେଟ୍ରୋଲ-ଡିଜେଲର ନୂତନ ଦର ଛାଡିଛନ୍ତି । ନୂତନ ଦର ଜାଣିବା ପାଇଁ ଆପଣ ୱେବସାଇଟ୍ ପରିଦର୍ଶନ କରି ସୂଚନା ପାଇପାରିବେ । ଏହି ସମୟରେ ଆପଣ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ଦର ଯାଞ୍ଚ କରିପାରିବେ । ୯୨୨୪୯୯୨୨୪୯ ନମ୍ବରକୁ ଏକ SMS ପଠାଇ ଆପଣ ପେଟ୍ରୋଲ ଓ ଡିଜେଲର ଦର ବିଷୟରେ ମଧ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖିବାକୁ ପଡିବ ଓ ଏହାକୁ ୯୨୨୪୯୯୨୨୪୯ କୁ ପଠାଇବାକୁ ପଡିବ ।
Published by: Jagdish Barik
First published: April 10, 2021, 10:04 AM IST