Petrol Price Today: ଏହି ସହରରେ ୧ ଲିଟର ପେଟ୍ରୋଲର ଦାମ ୮୨.୯୬ ଟଙ୍କା

Petrol Price Today: ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ପେଟ୍ରୋଲ ଓ ଡିଜେଲର ନୂଆ ହାର ପ୍ରକାଶ କରିଛି। ଆସନ୍ତୁ ଜାଣିବା ଆଜିର ନୂଆ ଇନ୍ଧନ ମୂଲ୍ୟ ।

ଏହି ସହରରେ ୧ ଲିଟର ପେଟ୍ରୋଲର ଦାମ ୮୨.୯୬ ଟଙ୍କା

ଏହି ସହରରେ ୧ ଲିଟର ପେଟ୍ରୋଲର ଦାମ ୮୨.୯୬ ଟଙ୍କା

  • Share this:
News18 Odia Digital

ନୂଆ ଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ (IOCL) ପେଟ୍ରୋଲ ଡିଜେଲର ନୂଆ ହାର ପ୍ରକାଶ କରିଛି। ବର୍ତ୍ତମାନର ହାର ଅନୁଯାୟୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରହିଛି। ଡିଜେଲ ଲିଟର ପିଛା ୮୬.୬୭ ଟଙ୍କାରେ ବିକ୍ରି ହେଉଛି । ଆଜି ମଧ୍ୟ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ପେଟ୍ରୋଲ ଡିଜେଲ ଶୀଘ୍ର ଶସ୍ତା ହୋଇପାରେ

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଓ ନୂଆ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ ଅନ୍ୟ ପ୍ରମୁଖ ଅର୍ଥନୀତି ସହ ସମନ୍ୱୟ ରକ୍ଷା କରି ଭାରତ ତା'ର ରଣନୈତିକ ତୈଳ ଭଣ୍ଡାରରୁ ତୈଳ ବାହାର କରିବାକୁ ଯୋଜନା କରୁଛି।

ଦେଶର ମେଟ୍ରୋ ସମେତ ପ୍ରମୁଖ ସହରଗୁଡ଼ିକରେ ଆଜିର ମୂଲ୍ୟ

୧.ଦିଲ୍ଲୀରେ ପେଟ୍ରୋଲ ୯୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା।
୨.ମୁମ୍ବାଇରେ ପେଟ୍ରୋଲ ୧୦୯.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କା ।
୩.ଚେନ୍ନାଇରେ ପେଟ୍ରୋଲ ୧୦୧.୪୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୪୩ ଟଙ୍କା ।
୪.କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୯ ଟଙ୍କା।
୫. ଲକ୍ଷ୍ନୌରେ ପେଟ୍ରୋଲ ୯୫.୨୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୮୦ ଟଙ୍କା ।
୬. ଗାନ୍ଧିନଗରରେ ପେଟ୍ରୋଲ ୯୫.୩୫ ଟଙ୍କା ଓ ଲିଟର ପିଛା ଡିଜେଲ ୮୯.୩୩ ଟଙ୍କା ।
୭. ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୨.୯୬ ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୧୩ ଟଙ୍କା ।
୮. ଭୁବନେଶ୍ବରରେ ପେଟ୍ରୋଲ ୧୦୧.୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୬୨ ଟଙ୍କା ।

ପ୍ରତିଦିନ ସକାଳେ ୬ଟାରେ ମୂଲ୍ୟ ବଦଳିଯାଏ

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ । ନୂଆ ହାର ସକାଳ ୬ ଟାରୁ ପ୍ରଯୁଜ୍ୟ । ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ ।

ଏହି ଉପାୟରେ ଆପଣ ଆଜିର ସର୍ବଶେଷ ମୂଲ୍ୟ ଜାଣିପାରିବେ

ଆପଣ SMS ମାଧ୍ୟମରେ ପେଟ୍ରୋଲ ଡିଜେଲର ଦୈନିକ ହାର ମଧ୍ୟ ଜାଣିପାରିବେ । ଇଣ୍ଡିଆନ୍ ଅଏଲ୍ ଗ୍ରାହକମାନେ ୯୨୨୪୯୯୨୨୪୯ ନମ୍ବରକୁ RSP ପଠାଇ ଓ BPCL ଗ୍ରାହକଙ୍କୁ ୯୨୨୩୧୧୨୨୨୨ ନମ୍ବରରେ RSP ଲେଖି ସୂଚନା ପାଇପାରିବେ । ସେହି ସମୟରେ, HPCL ଗ୍ରାହକମାନେ ୯୨୨୨୨୦୧୧୨୨ ନମ୍ବରକୁ HPPrice ପଠାଇ ମୂଲ୍ୟ ଜାଣିପାରିବେ ।
Published by:Lipina Das
First published:
)}