News18 Odia Digital
ନୂଆ ଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ (IOCL) ପେଟ୍ରୋଲ ଡିଜେଲର ନୂଆ ହାର ପ୍ରକାଶ କରିଛି। ଆଜି ମଧ୍ୟ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ ହୋଇନାହିଁ । ବର୍ତ୍ତମାନର ହାର ଅନୁଯାୟୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରହିଛି। ଡିଜେଲ ଲିଟର ପିଛା ୮୬.୬୭ ଟଙ୍କାରେ ବିକ୍ରି ହେଉଛି । ଏଥିସହ ବୁଧବାର ଦିନ ଝାଡଖଣ୍ଡ ସରକାର ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ
ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଗୋଟିଏ ଲିଟର ପେଟ୍ରୋଲ ୯୮.୫୨ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୯୧.୫୬ ଟଙ୍କା ରହିଛି। ଜାନୁଆରୀ ୨୨, ୨୦୨୨ରୁ ମୋଟରସାଇକେଲ ଚାଳକ ଓ ସ୍କୁଟର ଆରୋହୀଙ୍କୁ ଲିଟର ପିଛା ୨୫ ଟଙ୍କା ମୂଲ୍ୟରେ ପେଟ୍ରୋଲ ମିଳିବ ବୋଲି ଝାଡଖଣ୍ଡ ସରକାର ଘୋଷଣା କରିଛନ୍ତି।
ପେଟ୍ରୋଲ ଡିଜେଲ ଶୀଘ୍ର ଶସ୍ତା ହୋଇପାରେପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ ଅନ୍ୟ ପ୍ରମୁଖ ଅର୍ଥନୀତି ସହ ସମନ୍ୱୟ ରକ୍ଷା କରି ଭାରତ ତାର ରଣନୈତିକ ତୈଳ ଭଣ୍ଡାରରୁ ତୈଳ ବାହାର କରିବାକୁ ଯୋଜନା କରୁଛି।
ଦିଲ୍ଲୀରେ ପେଟ୍ରୋଲ ୯୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ।
ମୁମ୍ବାଇରେ ପେଟ୍ରୋଲ ୧୦୯.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କା ।
ଚେନ୍ନାଇରେ ପେଟ୍ରୋଲ ୧୦୧.୪୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୪୩ ଟଙ୍କା ।
କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୯ ଟଙ୍କା ।
ଲକ୍ଷ୍ନୌରେ ପେଟ୍ରୋଲ ୯୫.୨୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୮୦ ଟଙ୍କା ।
ଗାନ୍ଧିନଗରରେ ପେଟ୍ରୋଲ ୯୫.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୩୩ ଟଙ୍କା ।
ରାଞ୍ଚିରେ ପେଟ୍ରୋଲ ୯୮.୫୨ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୫୬ ଟଙ୍କା ।
ଭୁବନେଶ୍ବରରେ ପେଟ୍ରୋଲ ୧୦୧.୮୧ ଟଙ୍କା ଓ ଡିଜେଲ ୯୧.୬୨ ଟଙ୍କା ଅଛି ।
ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ । ଧ୍ୟାନ ଦିଅନ୍ତୁ ଯେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।