ରାଜଧାନୀରେ ₹୭୫ ଛୁଇଁଲା ପେଟ୍ରୋଲ; ଏପ୍ରିଲ ପହିଲାରୁ ୧୦ ପ୍ରତିଶତ ବଢ଼ିପାରେ ଗାଡ଼ି ଦାମ୍

ପ୍ରତ୍ୟେକ ଦିନ କିଛିନା କିଛି ଦରଦାମ ବଢ଼ୁଥିବାବେଳେ ଲୋକମାନଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନାହିଁ । ଏବେ ପୁଣି ଆଗକୁ ଗାଡ଼ି ଦାମ ୧୦ ପ୍ରତିଶତ ବଢ଼ିବାକୁ ଥିବାରୁ ଲୋକେ ଆତଙ୍କିତ ହୋଇଛନ୍ତି ।

ରାଜଧାନୀରେ ₹୭୫ ଛୁଇଁଲା ପେଟ୍ରୋଲ; ଏପ୍ରିଲ ପହିଲାରୁ ୧୦ ପ୍ରତିଶତ ବଢ଼ିପାରେ ଗାଡ଼ି ଦାମ୍
ପ୍ରତୀକାତ୍ମକ ଚିତ୍ର
  • News18 Odia
  • Last Updated: January 12, 2020, 11:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଏକ କଠିନ ସମୟଦେଇ ଗତିକରୁଥିବା ଭାରତୀୟ ଅର୍ଥନୀତି କେବେ ଟ୍ରାକକୁ ଫେରିବ ସେ ନେଇ କିଛି ଜଣାପଡ଼ୁନଥିବାବେଳେ ଦରଦାମ ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ । ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଅନ୍ୟତମ ପେଟ୍ରୋଲର ଦାମ କ୍ରମାଗତ ବୃଦ୍ଧି ପାଇବା ଲୋକଙ୍କପାଇଁ ଚିନ୍ତାର କାରଣ ପାଲଟିଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରରେ ପୁଣି ପେଟ୍ରୋଲ ରେଟ ବଢ଼ି ୭୫ଟଙ୍କାରେ ପହଞ୍ଚିଯାଇଛି । ଗତ ୧୧ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ୧ଟଙ୍କା ୨୪ ପଇସା ମହଙ୍ଗା ହୋଇସାରିଛି । ନୂଆ ବର୍ଷ ସମୟରେ ରାଜଧାନୀରେ ପେଟ୍ରୋଲ ଦର  ୭୨ଟଙ୍କା ରହିଥିବାବେଳେ ବର୍ତ୍ତମାନ ବର୍ତ୍ତମାନ ୭୪ଟଙ୍କା ୯୮ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏହି ପ୍ରକ୍ରିୟା ନଥମି ଆଗକୁ ଗାଡ଼ିର ଦାମ ୧୦ ପ୍ରତିଶତ ଅଧିକ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

ଦେଶରେ ଏପ୍ରିଲ ପହିଲାରୁ ବିଏସ୍-୬ ମାନଦଣ୍ଡ କାର୍ଯ୍ୟକାରୀ ହେବାକୁ ଥିବାରୁ ଦାମ୍ ୧୦ପ୍ରତିଶତ ଅଧିକ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଟୋମୋବାଇଲ ଶିଳ୍ପରେ ଏହି ମାନଦଣ୍ଡ କାର୍ଯ୍ୟକାରୀ ହେବ । ନୂଆ ମାନଦଣ୍ଡ ଅନୁଯାୟୀ ଉଭୟ ପେଟ୍ରୋଲ ଏବଂ ଡିଜେଲ ଗାଡ଼ି ନିର୍ମାତାମାନଙ୍କୁ ଏଥିପାଇଁ ଅପଡେଟ କରିବାକୁ ପଡ଼ିବ । ବିଏସ୍-୪ ଇଞ୍ଜିନରେ ବିଏସ୍-୬ ଗାଡ଼ି ଚଲାଇଲେ ଗାଡ଼ି ଖରାପ ହେବାର ଆଶଙ୍କା ରହିଛି । ବିଏସ୍-୬ ଗାଡ଼ିରେ ୫ଗୁଣ କମ୍ ସଲଫର ରହିଛି । ଏହା ସହ ମଡେଲର ଗାଡ଼ି ଗୁଡ଼ିକ ବହୁତ କମ୍ ପ୍ରଦୂଷଣ କରିଥାନ୍ତି । ଆଗାମୀ ନୂଆ ମାନଦଣ୍ଡକୁ ଆଖିଆଗରେ ରଖି ମହିନ୍ଦ୍ରା, ମାରୁତି ସୁଜୁକି, ହ୍ୟୁଣ୍ଡାଇ, ଟୟୋଟା ଭଳି କମ୍ପାନୀ ଗୁଡ଼ିକ ଏବେଠାରୁ ଏହି ମାନଦଣ୍ଡର ଗାଡ଼ି ବଜାରକୁ ଛାଡ଼ିଲେଣି ।
First published: January 12, 2020, 11:53 AM IST