Petrol Diesel Prices: ଗଲା ୭ ଦିନ ହେଲା ବଢ଼ି ନାହିଁ ପେଟ୍ରୋଲ ଓ ଡିଜେଲ ଦାମ୍; ଏବେ କମିବ କି?

ଆପଣ ପେଟ୍ରୋଲ ଓ ଡିଜେଲର ଦାମ୍ ନିଜ ମୋବାଇଲ୍ ଫୋନରୁ SMS ପଠାଇ ଜାଣିପାରିବେ । ପେଟ୍ରୋଲ ଓ ଡିଜେଲର ଦାମ୍ ପ୍ରତି ଦିନ ଅପଡେଟ୍ ହୁଏ । ଏବେ ଦେଶର ପ୍ରତ୍ୟେକ ସହରରେ ପେଟ୍ରୋଲ ଓ ଡିଜେଲର ଦାମ୍ ସର୍ବକାଳୀନ ଉଚ୍ଚ ସ୍ତରରେ ରହିଛି ।

Petrol Diesel Prices: ଗଲା ୭ ଦିନ ହେଲା ବଢ଼ି ନାହିଁ ପେଟ୍ରୋଲ ଓ ଡିଜେଲ ଦାମ୍; ଏବେ କମିବ କି?
ପେଟ୍ରୋଲ ଓ ଡିଜେଲର ଦାମ୍ ବଢ଼ି ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ (IOC), ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ଼ (BPCL) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (HPCL) ଗତ ସାତ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମରେ (Petrol Diesel Prices) କୌଣସି ପରିବର୍ତ୍ତନ କରିନାହାଁନ୍ତି ।

ଏହା ଜଣା ଯେ ପେଟ୍ରୋଲ ଓ ଡିଜେଲ ଦାମର ଏକ ବଡ଼ ଅଂଶ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ । ଏଭଳି ପରିସ୍ଥିତିରେ ଯଦି ସରକାର ଡିଜେଲ ଓ ପେଟ୍ରୋଲକୁ ଜି.ଏସ୍‌.ଟି. (GST) ଅଧୀନରେ ଆଣନ୍ତି ତାହେଲେ ତାହାର ଦାମ୍‌ ଯଥେଷ୍ଟ କମ୍‌ ହୋଇପାରେ ଓ ସାଧାରଣ ଜନତାଙ୍କୁ ଆରାମ ମିଳିବ ।

ବର୍ତ୍ତମାନ ପ୍ରତ୍ୟେକ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଆବଶ୍ୟକତା ଅନୁଯାୟୀ ମୂଲ୍ୟଯୁକ୍ତ ଟିକସ (VAT) ଲାଗୁ କରୁଥିବା ବେଳେ କେନ୍ଦ୍ର ଏଥିରୁ ଏକ୍ସାଇଜ୍ ଓ ଅନ୍ୟାନ୍ୟ ସେସ୍ ଆଦାୟ କରୁଛି । ଏହି କାରଣରୁ ଦେଶର କେତେକ ସ୍ଥାନରେ ପେଟ୍ରୋଲର ଦାମ୍‌ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା

ଏହି ସମୟରେ ଦେଶର ପ୍ରାୟ ପ୍ରତ୍ୟେକ ସହରରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ସର୍ବକାଳୀନ ଅଧିକ (All Time High) ରହିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟେ ଲିଟର ଡିଜେଲର ଦାମ୍‌ ଏବେ ୮୧.୪୭ ଟଙ୍କା ଓ ଗୋଟେ ଲିଟର ପେଟ୍ରୋଲର ଦାମ୍‌ ୯୧.୧୭ ଟଙ୍କା ଅଛି । ମୁମ୍ବାଇରେ ପେଟ୍ରୋଲ୍‌ ଦାମ୍‌ ୯୭.୫୭ ଟଙ୍କାରେ ଓ ଡିଜେଲ୍‌ ୮୮.୬୦ ଟଙ୍କାରେ ବିକ୍ରି ହେଉଛି ।

ଆଜି ପେଟ୍ରୋଲ ଓ ଡିଜେଲର ଦାମ୍‌:
>> ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୧.୧୭ ଟଙ୍କା ଓ ଡିଜେଲ ୮୧.୪୭ ଟଙ୍କା ରହିଛି।
>> ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୫୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୮.୬୦ ଟଙ୍କା
>> କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୧.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୮୪.୩୫ ଟଙ୍କା ରହିଛି ।
>> ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୩.୧୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୪୫ ଟଙ୍କା
>> ନୋଏଡା ରେ ପେଟ୍ରୋଲ ଲିଟର ପିଛା ୮୯.୩୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୯୧ ଟଙ୍କା

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ
ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୯୪.୨୨ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୩୭ ଟଙ୍କା
>> ଭୋପାଳରେ ପେଟ୍ରୋଲ ଲିଟର ପିଛା ୯୯.୨୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୬ ଟଙ୍କା ରହିଛି
>> ଚଣ୍ଡିଗଡ଼ରେ ପେଟ୍ରୋଲ ଲିଟର ପିଛା ୮୭.୭୩ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୧୭ ଟଙ୍କା
>> ପାଟନାରେ ପେଟ୍ରୋଲ ଲିଟର ପିଛା ୯୩.୪୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୭୩ ଟଙ୍କା
>> ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୮୯.୩୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୮୫ ଟଙ୍କା

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ପେଟ୍ରୋଲ ଓ ଡିଜେଲର ଦାମ୍‌ ପ୍ରତି ଦିନ ସକାଳ ୬ଟାରେ ବଦଳିଥାଏ । ନୂଆ ଦର ସକାଳ ୬ଟାରୁ ପ୍ରଯୁଜ୍ୟ ହୋଇଥାଏ । ପେଟ୍ରୋଲ ଓ ଡିଜେଲର ଦାମରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୁଦ୍ରା ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ’ଣ ରହିଛି ତାହା ଉପରେ ନିର୍ଭର କରି ପେଟ୍ରୋଲ ଓ ଡିଜେଲର ଦାମ୍‌ ପ୍ରତି ଦିନ ବଦଳିଥାଏ ।

IOCLର ପ୍ରତି ସହର ପାଇଁ କୋଡ୍


ଆପଣ ପେଟ୍ରୋଲ ଓ ଡିଜେଲର ଦାମ୍‌ ଏସ୍‌.ଏମ୍‌.ଏସ୍‌. ମାଧ୍ୟମରେ ବି ଜାଣିପାରିବେ । ପେଟ୍ରୋଲ ଓ ଡିଜେଲର ଦାମ୍‌ ପ୍ରତି ଦିନ ସକାଳ ୬ଟାରେ ଅପଡେଟ୍ ହୁଏ । Indian Oilର ୱେବସାଇଟ୍ ଅନୁଯାୟୀ ଆପଣଙ୍କୁ RSP ସହିତ ଆପଣଙ୍କ ସିଟି କୋଡ୍ ଟାଇପ୍ କରିବାକୁ ପଡି଼ବ ଓ 9224992249 ନମ୍ବରକୁ ଏକ SMS ପଠାଇବାକୁ ପଡି଼ବ । ପ୍ରତ୍ୟେକ ସହର କୋଡ୍ ଅଲଗା । ଆପଣ ଏହାକୁ IOCL ୱେବସାଇଟରୁ ଦେଖିପାରିବେ । ସେହି ସମୟରେ, ଆପଣ ନିଜ ସହରରେ ପେଟ୍ରୋଲ ଡିଜେଲର ଦାମ୍‌ ଜାଣିପାରିବେ ।



BPCL ଗ୍ରାହକ RSP 9223112222 ଓ HPCL ଗ୍ରାହକ HPPrice କୁ 9222201122 ନମ୍ବରରେ ମେସେଜ୍‌ ପଠାଇ ବି ଏହା ଜାଣି ପାରିବେ ।
Published by: Anand Shankar Thankur Das
First published: March 6, 2021, 3:24 PM IST