ଝଟକା! ୧୧ ଦିନରେ ୨.୫୦ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ; ଜାଣନ୍ତୁ ଆଜି କେତେ ବଢ଼ିଲା ଦାମ୍

ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି (Petrol Diesel Price) ସାଧାରଣ ଲୋକଙ୍କ ଅସୁବିଧାକୁ ବଢ଼ାଇ ଦେଇଛି । ସରକାରୀ ତୈଳ କମ୍ପାନୀଗୁଡିକ (Oil PSUs) ଆଜି ମଧ୍ୟ ପୁନର୍ବାର ଉଭୟ ଇନ୍ଧନର ଦରକୁ ବୃଦ୍ଧି କରିଛନ୍ତି ।

ଝଟକା! ୧୧ ଦିନରେ ୨.୫୦ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ; ଜାଣନ୍ତୁ ଆଜି କେତେ ବଢ଼ିଲା ଦାମ୍
୧୧ ଦିନରେ ୨.୫୦ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି (Petrol Diesel Price) ସାଧାରଣ ଲୋକଙ୍କ ଅସୁବିଧାକୁ ବଢ଼ାଇ ଦେଇଛି । ସରକାରୀ ତୈଳ କମ୍ପାନୀଗୁଡିକ (Oil PSUs) ଆଜି ପୁନର୍ବାର ଉଭୟ ଇନ୍ଧନର ଦରକୁ ପୁର୍ନବାର ବୃଦ୍ଧି କରିଛନ୍ତି । ପେଟ୍ରୋଲର ଦାମ୍ (Petrol Price) ଲିଟର ପିଛା ୨୪ ରୁ ୨୭ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦାମ୍ ମଧ୍ୟ ୨୭ ରୁ ୩୧ ପଇସା ମହଙ୍ଗା ହୋଇଛି । ଏହି ସମୟରେ ଦେଶ ସବୁ ସହରରେ ପେଟ୍ରୋଲ ଓ ଡିଜେଲ ସର୍ବୋଚ୍ଚ ଦର ରହିଛି । ଗତ କିଛି ଦିନ ହେବ ଇନ୍ଧନ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ ଦେଶର ଅନେକ ସହରରେ ଦର ୧୦୦ ଟଙ୍କାରୁ ଅଧିକ ହୋଇଛି । ଇନ୍ଦୋର, ଭୋପାଳ ଓ ଜୟପୁର ସମେତ ଅନେକ ସହରରେ ଦାମ୍ ୧୦୦ ଟଙ୍କା ପାଖାପାଖି ରହିଛି ।

୧୧ ଦିନରେ ପେଟ୍ରୋଲ ୨.୫୦ ଟଙ୍କା ମହଙ୍ଗା ହେଲା

ନିର୍ବାଚନ ପରଠାରୁ ପେଟ୍ରୋଲ ଓ ଡିଜେଲର ଦାମ୍ କ୍ରମିଗତ ଭାବେ ବୃଦ୍ଧି ପାଉଛି । ନିର୍ବାଚନ ପରେ ଶେଷ ୧୧ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨.୫୦ ପଇସା ମହଙ୍ଗା ହୋଇଛି ।

ଡିଜେଲ ୨.୭୮ ଟଙ୍କା ବ୍ୟୟବହୁଳ ହୋଇଛି
ଯଦି ଆମେ ଡିଜେଲ ଦର ବିଷୟରେ କୁହାଯାଏ ତେବେ ଏହି ସମାନ ୧୧ ଦିନର ଅବଧି ମଧ୍ୟରେ ଡିଜେଲର ଦାମ୍ ୨.୭୮ ପଇସା ବୃଦ୍ଧି ପାଇଛି ।

ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ୍
ସୋମବାର ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ଦାମ୍ ୪୫ ପଇସା ବୃଦ୍ଧି ପାଇଁ ୯୩.୫୬ ଟଙ୍କା ଓ ଡିଜେଲ ଦାମ୍ ୪୯ ପଇସା ବୃଦ୍ଧି ପାଇ ୯୦.୯୮ ଟଙ୍କା ଦରରେ କାରବାର କରୁଛି ।

ପ୍ରତିଦିନ ସକାଳ ୬ ଟାରେ ଦାମ୍ ବଦଳିଥାଏ
ପେଟ୍ରୋଲ ଓ ଡିଜେଲର ଦାମ୍ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ । ନୂତନ ଦାମ୍ ସକାଳ ୬ ଟାରୁ ପ୍ରଯୁଜ୍ୟ ହୋଇଥାଏ । ପେଟ୍ରୋଲ ଡିଜେଲ ଦରରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୁଦ୍ରା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ଦର କ’ଣ ତାହା ଉପରେ ନିର୍ଭର କରି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଦଳିଥାଏ ।

ଆପଣଙ୍କ ସହରରେ ପେଟ୍ରୋଲ-ଡିଜେଲର ନୂତନ ଦର ଯାଞ୍ଚ କରନ୍ତୁ (How to Check Petrol Diesel Price in India) -
ଦେଶର ତିନୋଟି ତୈଳ ମାର୍କେଟିଂ କମ୍ପାନୀ HPCL, BPCL ଓ IOC ସକାଳ ୬ଟା ପରେ ପେଟ୍ରୋଲ-ଡିଜେଲର ନୂତନ ଦର ଜାରି କରନ୍ତି । ନୂତନ ଦର ପାଇଁ ଆପଣ ଏହାର ୱେବସାଇଟ୍ ଭିଜିଟ କରି ସୂଚନା ପାଇପାରିବେ । ଆପଣ ମୋବାଇଲ୍ ଫୋନରେ ମଧ୍ୟ SMS ମାଧ୍ୟମରେ ଦର ଯାଞ୍ଚ କରିପାରିବେ । ଆପଣ ୯୨୨୪୯ ୯୨୨୪୯ ନମ୍ବରକୁ ଏକ SMS ପଠାଇ ପେଟ୍ରୋଲ ଓ ଡିଜେଲର ଦର ବିଷୟରେ ମଧ୍ୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖିବାକୁ ପଡିବ ଓ ଏହାକୁ ୯୨୨୪୯ ୯୨୨୪୯ କୁ ପଠାଇବାକୁ ପଡିବ । ଯଦି ଆପଣ ଦିଲ୍ଲୀରେ ଅଛନ୍ତି ଓ ପେଟ୍ରୋଲ ଏବଂ ଡିଜେଲର ଦର ଏସଏମଏସ ମାଧ୍ୟମରେ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ RSP ୧୦୨୦୭୨ ଲେଖିବାକୁ ପଡିବ ଓ ଏହାକୁ ୯୨୨୪୯ ୯୨୨୪୯ କୁ ପଠାଇବାକୁ ପଡିବ ।
Published by: Jagdish Barik
First published: May 18, 2021, 9:46 AM IST