News18 Odia Digital
ନୂଆ ଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ଏକ ନୂତନ ସ୍ତରରେ ପହଞ୍ଚିଛି । କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଇନ୍ଧନ ମୂଲ୍ୟ ବୃଦ୍ଧି କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଁ ହେଉଥିବା କହିଛନ୍ତି । ଇନ୍ଧନ ମୂଲ୍ୟ ବୃଦ୍ଧି ହେବାର ଦୁଇଟି ମୁଖ୍ୟ କାରଣ ଅଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ପାଇଛି । ଉତ୍ପାଦନକାରୀ ଦେଶମାନେ ସେମାନଙ୍କର ଲାଭ ବୃଦ୍ଧି ପାଇଁ ତୈଳ ଉତ୍ପାଦନ ହ୍ରାସ କରୁଛନ୍ତି । ତେଣୁ ଅଶୋଧିତ ତୈଳ କିଣୁଥିବା ଦେଶମାନଙ୍କ ପାଇଁ ଏହା ମହଙ୍ଗା ପଡିଛି ।
ନ୍ୟୁଜ ଏଜେନ୍ସି ANI ମୁଖ୍ୟଙ୍କ ଉଦ୍ଧେଶ୍ୟରେ କହିଛନ୍ତି, 'ଆମେ ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶ ଅର୍ଥାତ୍ ଓପିଟିସିସି ଓ ଓପେକ ପ୍ଲସ୍ ଦେଶମାନଙ୍କୁ ଅନୁରୋଧ କରୁଛୁ ଯେ ଏହା ନ ହେବା ଉଚିତ୍ । ଆମେ ଆଶା କରୁଛୁ ଏହା ଖୁବ ଶୀଘ୍ର ବଦଳିଯିବ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଅନ୍ୟ ଏକ କାରଣ ହେଉଛି କରୋନା ଭୂତାଣୁ । ଆମକୁ ଅନେକ ପ୍ରକାରର ବିକାଶ କାର୍ଯ୍ୟ କରିବାକୁ ପଡିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ସଂଗ୍ରହ କରୁଛନ୍ତି । ଏହି ବିକାଶ କାର୍ଯ୍ୟରେ ଖର୍ଚ୍ଚ କରିବା ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବ । ସରକାର ଏହାର ପୁଞ୍ଜି ବିନିଯୋଗ ବୃଦ୍ଧି କରିଛନ୍ତି ଓ ଏହି ବଜେଟରେ ୩୪ ପ୍ରତିଶତ ଅଧିକ ପୁଞ୍ଜି ଖର୍ଚ୍ଚ ହେବ ।" ସେ ଆହୁରି ମଧ୍ୟ କହିଛନ୍ତି, 'ରାଜ୍ୟ ସରକାରଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ଏହି କାରଣରୁ ଆମକୁ ଏହି ଟ୍ୟାକ୍ସ ଦରକାର । ସନ୍ତୁଳନ ପାଇଁ ମଧ୍ୟ ଆବଶ୍ୟକତା ଅଛି । ମୋର ବିଶ୍ୱାସ ଯେ ଅର୍ଥ ମନ୍ତ୍ରୀ ଏହାର ବାଟ ଖୋଜି ପାରିବେ ।"
ଏହି ସମୟରେ କ୍ରମାଗତ ୧୨ ଦିନ ଧରି ଅଶୋଧିତ ତୈଳର ଦର ବୃଦ୍ଧି କରିବା ପରେ ମୂଲ୍ୟ ଦୁଇ ଦିନ ସ୍ଥିର ରହିଛି । ରବିବାର ଓ ସୋମବାର ଦିନ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିନାହାଁନ୍ତି । ରାଜଧାନୀ ନୂଆ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଦର ରବିବାର ଦର ସହ ସମାନ ରହିଛି । ଏଠାରେ ଏକ ଲିଟର ପେଟ୍ରୋଲ ଦାମ୍ ୯୦.୫୮ ଟଙ୍କା ଓ ଡିଜେଲ ଦାମ୍ ୮୦.୯୭ ଟଙ୍କା ରହିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ରହିଛି । ଏଠାରେ ଏକ ଲିଟର ଡିଜେଲର ଦାମ୍ ୮୮.୦୬ ଟଙ୍କା ରହିଛି । ସେହିଭଳି କୋଲକାତାରେ ପେଟ୍ରୋଲର ଦାମ୍ ୯୧.୭୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୪.୫୬ ଟଙ୍କା ରହିଛି । ଆଜି ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ଦର ୯୨.୫୯ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୮୫.୯୮ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲର ଦାମ୍ ୯୧.୩୦ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୮୮.୨୪ ଟଙ୍କା ରହିଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।