Petrol Price: ପେଟ୍ରୋଲ ଡିଜେଲ ବଢ଼ାଇଲା ସାଧାରଣ ଲୋକଙ୍କ ଟେନସନ; ନୂଆ ବର୍ଷ ଠାରୁ ହେଲାଣି ୭ଟଙ୍କା ମହଙ୍ଗା

Petrol, Diesel Price Today: ସରକାରୀ ତୈଳ କମ୍ପାନୀଗୁଡିକ ତରଫରୁ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି କରାଯାଇ ନାହିଁ । ଆଜି ଭୁବନେଶ୍ୱରରେ ଏକ ଲିଟର ପେଟ୍ରୋଲର ଦାମ୍ ୯୨.୧୨ ଟଙ୍କା ଓ ଡିଜେଲର ଦାମ୍ ୮୯.୦୭ ଟଙ୍କା ରହିଛି ।

ଆଜି ପେଟ୍ରୋଲ ଡିଜେଲର ଦର ପ୍ରକାଶ ପାଇଛି

ଆଜି ପେଟ୍ରୋଲ ଡିଜେଲର ଦର ପ୍ରକାଶ ପାଇଛି

  • Share this:
News18 Odia Digital
ନୂଆ ଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡିକ ତରଫରୁ ପେଟ୍ରୋଲ ଓ ଡିଜେଲର ଦାମ୍ କ୍ରମାଗତ ଭାବେ ନୂଆ ବର୍ଷରୁ ବୃଦ୍ଧି କରାଯାଉଛି । କ୍ରମାଗତ ବୃଦ୍ଧି ପରେ ଦେଶର ପ୍ରାୟ ସମସ୍ତ ସହରରେ ଇନ୍ଧନ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହି ୫୫ ଦିନ ମଧ୍ୟରେ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ୭.୨୨ ଟଙ୍କା ଓ ଡିଜେଲ ୭.୪୫ ଟଙ୍କା ମହଙ୍ଗା ହୋଇଛି । ଯଦି ଆପଣ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଭୁବନେଶ୍ୱରରେ ପେଟ୍ରୋଲର ଦାମ୍ ଦେଖୁଛନ୍ତି ତେବେ ଏହା ୯୦ ଟଙ୍କା ଉପରେ ପହଞ୍ଚିଛି । ଏଥି ସହିତ ଅନେକ ସହରରେ ପେଟ୍ରୋଲ ଦାମ୍ ଲିଟର ପିଛା ପ୍ରାୟ ୧୦୦ ଟଙ୍କା ହୋଇସାରିଛି ।

ପ୍ରତିଦିନ ସକାଳ ୬ଟା ରେ ଦାମ୍ ବଦଳିଯାଏ 
ପେଟ୍ରୋଲ ଓ ଡିଜେଲର ଦାମ୍ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ । ନୂତନ ଦର ସକାଳ ୬ ଟାରୁ ପ୍ରଯୁଜ୍ୟ ହୋଇଥାଏ । ପେଟ୍ରୋଲ ଡିଜେଲ ଦରରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୁଦ୍ରା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ଦାମ୍ କ’ଣ ରହିଛି ତାହା ଉପରେ ନିର୍ଭର କରି ପେଟ୍ରୋଲ ଓ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ ।

ନୂଆ ବର୍ଷରୁ ପେଟ୍ରୋଲ ୭ ଟଙ୍କା ବ୍ୟୟବହୁଳ ହୋଇଛି
ରାଜଧାନୀ ଦିଲ୍ଲୀରେ ନୂଆ ବର୍ଷରେ ପେଟ୍ରୋଲର ଦାମ୍ ୮୩.୭୧ ଟଙ୍କା ଥିଲା । ଏଥି ସହିତ ଡିଜେଲର ଦାମ୍ ୭୩.୮୭ ଟଙ୍କା ଥିଲା । କିନ୍ତୁ ଆଜି ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ଦାମ୍ ୯୦.୯୩ ଟଙ୍କା ଓ ଡିଜେଲର ଦାମ୍ ୮୧.୩୨ ଟଙ୍କା ରହିଛି । ଅର୍ଥାତ୍ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ୭.୨୨ ଟଙ୍କା ଓ ଡିଜେଲ ଏହି ୫୪ ଦିନ ମଧ୍ୟରେ ୭.୪୫ ଟଙ୍କା ମହଙ୍ଗା ହୋଇଛି ।

ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍ ଏଠାରେ ଯାଞ୍ଚ କରନ୍ତୁ
>> ଭୁବନେଶ୍ୱର ପେଟ୍ରୋଲ ଦାମ୍ ୯୨.୧୨ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୦୭ ଟଙ୍କା ରହିଛି
>> ଦିଲ୍ଲୀରେ ପେଟ୍ରୋଲ ଦାମ୍ ୯୦.୯୩ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୩୨ ଟଙ୍କା ରହିଛି
>> ମୁମ୍ବାଇରେ ପେଟ୍ରୋଲ ଦାମ୍ ୯୭.୩୪ ଟଙ୍କା ଓ ଡିଜେଲ ଲିଟର ପିଛା ୮୮.୪୪ ଟଙ୍କା ରହିଛି
>> କୋଲକାତାରେ ପେଟ୍ରୋଲ ଦାମ୍ ୯୧.୧୨ ଟଙ୍କା ଓ ଡିଜେଲ ଲିଟର ପିଛା ୮୪.୨୦ ଟଙ୍କା ରହିଛି
>> ଚେନ୍ନାଇରେ ପେଟ୍ରୋଲ ଦାମ୍ ୯୨.୯୦ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୩୧ ଟଙ୍କା ରହିଛି
>> ନୋଏଡାରେ ପେଟ୍ରୋଲ ଦାମ୍ ୮୯.୧୯ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୭୬ ଟଙ୍କା ରହିଛି
>> ବାଙ୍ଗାଲୋରରେ ପେଟ୍ରୋଲ ଦାମ୍ ୯୩.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୨୧ ଟଙ୍କା ରହିଛି
>> ଭୋପାଳରେ ପେଟ୍ରୋଲ ଦାମ୍ ୯୮.୯୬ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୬୦ ଟଙ୍କା ରହିଛି
>> ଚଣ୍ଡିଗଡ଼ରେ ପେଟ୍ରୋଲ ଦାମ୍ ୮୭.୫୦ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୦୨ ଟଙ୍କା ରହିଛି
>> ପାଟନାରେ ପେଟ୍ରୋଲ ଦାମ୍ ୯୩.୨୫ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୫୭ ଟଙ୍କା ରହିଛି
>> ଲକ୍ଷ୍ନୌରେ ପେଟ୍ରୋଲ ଦାମ୍ ୮୯.୧୩ ଟଙ୍କା ଓ ଡିଜେଲ ଲିଟର ପିଛା ୮୧.୭୦ ଟଙ୍କା ରହିଛି

ଏହି ପରି ପେଟ୍ରୋଲ ଡିଜେଲ ଦାମ୍ ଯାଞ୍ଚ କରନ୍ତୁ
ଆପଣ ପେଟ୍ରୋଲ ଡିଜେଲର ଦାମ୍ ଏସଏମଏସ ମାଧ୍ୟମରେ ଜାଣିପାରିବେ । ପେଟ୍ରୋଲ ଡିଜେଲ ଦାମ୍ ପ୍ରତିଦିନ ସକାଳ ୬ ଟାରେ ଅପଡେଟ୍ ହୁଏ । IndianOil ର ୱେବସାଇଟ୍ ଅନୁଯାୟୀ ଆପଣଙ୍କୁ RSP ସହିତ ଆପଣଙ୍କର ସିଟି କୋଡ୍ ଟାଇପ୍ କରିବାକୁ ପଡିବ ଓ ୯୨୨୪୯୯୨୨୪୯ ନମ୍ବରକୁ SMS ପଠାଇବାକୁ ପଡିବ । ପ୍ରତ୍ୟେକ ସହର କୋଡ୍ ଅଲଗା ଅଟେ । ଆପଣ ଏହାକୁ IOCL ୱେବସାଇଟରୁ ଦେଖିପାରିବେ । ଏଥି ସହିତ ଆପଣ ନିଜ ସହରରେ ପେଟ୍ରୋଲ ଡିଜେଲର ମୂଲ୍ୟ ଜାଣିପାରିବେ BPCL ଗ୍ରାହକ RSP ୯୨୨୩୧୧୨୨୨୨ ଓ HPCL ଗ୍ରାହକ HPPrice କୁ ୯୨୨୨୨୦୧୧୨୨ ଏସଏମସ ପଠାଇ ପାରିବେ ।
Published by:Jagdish Barik
First published: