News18 Odia Digital
Petrol-Diesel Price: ଅଶୋଧିତ ତୈଳ ହାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଘରୋଇ ବଜାରରେ ପେଟ୍ରୋଲ ମୂଲ୍ୟରେ ଅଢ଼େଇ ମାସରୁ ଅଧିକ ସମୟ ଧରି କୌଣସି ପରିବର୍ତ୍ତନ କରାଯାଇନାହିଁ।
ଏହାପୂର୍ବରୁ ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଏକ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ ଓ ବିମାନ ଇନ୍ଧନ (ଏଟିଏଫ) ଉପରେ ଲାଗୁ ହୋଇଥିବା ନୂଆ ଟିକସକୁ ସରକାର ପ୍ରତି ୧୫ ଦିନରେ ସମୀକ୍ଷା କରିବେ।
ଅଶୋଧିତ ତୈଳ ମୂଲ୍ୟଅଶୋଧିତ ମୂଲ୍ୟ କୋହଳ ହେବା ଓ ଅର୍ଥମନ୍ତ୍ରୀଙ୍କ ବିବୃତ୍ତି ପରେ ଘରୋଇ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ଗତଥର ମେ ମାସରେ କେନ୍ଦ୍ର ସରକାର ତୈଳ ମୂଲ୍ୟରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରି ଲୋକଙ୍କୁ ଏକ ବଡ଼ ଆରାମ ପ୍ରଦାନ କରିଥିଲେ। ଗତ ଦିନରେ ବ୍ୟାରେଲ ପିଛା ୯୦ ଡଲାର ସ୍ତରକୁ ଯାଇଥିବା ଅଶୋଧିତ ତୈଳର ମୂଲ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। WTI ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୯୩.୧୧ ଡଲାରରେ ପହଞ୍ଚିଛି। ଏହି ସମୟରେ, ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧୦୦.୭ ଡଲାରରେ ଦେଖାଯାଇଥିଲା।
ଏହାପୂର୍ବରୁ ମହାରାଷ୍ଟ୍ରରେ ସିନ୍ଦେ ସରକାର ଗଠନ ପରେ ରାଜ୍ୟବାସୀଙ୍କୁ ପେଟ୍ରୋଲରେ ୫ ଟଙ୍କା ଓ ଡିଜେଲରେ ୩ ଟଙ୍କା ହ୍ରାସ କରି ଆରାମ ପ୍ରଦାନ କରାଯାଇଥିଲା।
ଆଜି କେତେ ଅଛି ମୂଲ୍ୟ?୧. ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୪.୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ଅଛି।
୨. ଦିଲ୍ଲୀ ପେଟ୍ରୋଲ ୯୬.୭୨ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ଅଛି।
୩. ମୁମ୍ବାଇ ପେଟ୍ରୋଲ ୧୧୧.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୨୮ ଟଙ୍କା ଅଛି।
୪. ଚେନ୍ନାଇ ପେଟ୍ରୋଲ ୧୦୨.୬୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ଅଛି।
୫. କୋଲକାତା ପେଟ୍ରୋଲ ୧୦୬.୦୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି।
୬. ନୋଏଡାରେ ପେଟ୍ରୋଲ ୯୬.୫୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୯୬ ଟଙ୍କା।
୭. ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୬ ଟଙ୍କା ରହିଛି।
୮. ଜୟପୁରରେ ପେଟ୍ରୋଲ ୧୦୮.୪୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା।
୯. ଥିରୁବନନ୍ତପୁରମରେ ପେଟ୍ରୋଲ ୧୦୭.୭୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୫୨ ଟଙ୍କା।
୧୦. ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୦୪ ଟଙ୍କା ରହିଛି।
୧୧. ଗୁରୁଗ୍ରାମରେ ୯୭.୧୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୦.୦୫ ଟଙ୍କା। ୧୨. ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଟଙ୍କା ଓ ଡିଜେଲ ଲିଟର ପିଛା ୮୭.୮୯ ଟଙ୍କା।
୧୨. ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଓ ଡିଜେଲରେ ଲିଟର ପିଛା ୯୪.୭୬ ଟଙ୍କା ରହିଛି।
୧୩. ଚଣ୍ଡିଗଡ଼ରେ ପେଟ୍ରୋଲ ୯୬.୨୦ ଟଙ୍କା ଓ ଲିଟର ପିଛା ଡିଜେଲ ୮୪.୨୬ ଟଙ୍କା।
୧୩. ହାଇଦ୍ରାବାଦରେ ପେଟ୍ରୋଲ ୧୦୯.୬୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୮୨ ଟଙ୍କା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।