Petrol Price: ତୃତୀୟ ଦିନ ପାଇଁ ସ୍ଥିର ରହିଛି ପେଟ୍ରୋଲ ଦର; ଜାଣନ୍ତୁ ଆଜିର ତେଲ ଦର

ଭୁବନେଶ୍ୱରରେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସମାନ ରହିଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି।

ଆଜିର ପେଟ୍ରୋଲ ଦର ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

ଆଜିର ପେଟ୍ରୋଲ ଦର ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସମାନ ରହିଛି।  ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି।

ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ହାର ଯଥାକ୍ରମେ ୧୦୧.୮୧ ଟଙ୍କା ଓ ୯୧.୯୨ ଟଙ୍କା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଗତ କିଛି ସପ୍ତାହ ଧରି ସ୍ଥିର ରହିଆସିଛି।

ଚେନ୍ନାଇ, କୋଲକାତା, ଏବଂ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୫୦, ୧୦୪.୬୭ ଟଙ୍କା ଏବଂ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୨ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଏବଂ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ତୁମ ସହରର କୋଡ ପଠାଇ ଏହାକୁ 9224992249 ନମ୍ବରକୁ ପଠାଇ ତୁମ ସହରରେ ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବ।ପ୍ରତ୍ୟେକ ସହରର କୋଡଗୁଡ଼ିକ ଅଲଗା ଅଟେ ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ।ଧ୍ୟାନ ଦିଅନ୍ତୁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ।
Published by:Soumya Das
First published: