Petrol-Diesel Price: ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି

Petrol-Diesel Price: କଟକ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇ ଯଥାକ୍ରମେ ୧୦୨.୦୨ ଟଙ୍କା ଓ ୯୧.୮୨ ଟଙ୍କା ରେକର୍ଡ କରାଯାଇଛି।

ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି

ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି

  • Share this:
News18 Odia Digital

ଭୁବନେଶ୍ବର: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୨.୨୩ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି। ଏହାପୂର୍ବରୁ ଗୁରୁବାର ଓ ଶୁକ୍ରବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୧.୮୧ ଟଙ୍କା ଓ ଡିଜେଲ ହାର ଲିଟର ପିଛା ୯୨.୦୩ ଟଙ୍କା ରେକର୍ଡ କରାଯାଇଛି।

ସେହିପରି କଟକ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇ ଯଥାକ୍ରମେ ୧୦୨.୦୨ ଟଙ୍କା ଓ ୯୧.୮୨ ଟଙ୍କା ରେକର୍ଡ କରାଯାଇଛି।

ଭାରତର ପ୍ରମୁଖ ସହରଗୁଡ଼ିକରେ ଇନ୍ଧନ ମୂଲ୍ୟ ଆଜି ସ୍ଥିର ରହିଛି। ଚେନ୍ନାଇ, କୋଲକାତା, ଓ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୪୦, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୪୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ, ଜାତୀୟ ରାଜଧାନୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା ରହିଛି, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ।
Published by:Lipina Das
First published: