News18 Odia Digital
ଭୁବନେଶ୍ବର: ବୁଧବାର ଦିନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୧୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୪.୬୮ ଟଙ୍କା ରେକର୍ଡ କରାଯାଇଛି।
ହେଲେ କଟକରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ପେଟ୍ରୋଲ ଲିଟର ପିଛା ୧୦୩.୫୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୨୫ ଟଙ୍କା ଅଛି।
ମାଲକାନଗିରିରେ ପେଟ୍ରୋଲର ମୂଲ୍ୟ ରାଜ୍ୟରେ ସର୍ବାଧିକ ରେକର୍ଡ ହୋଇଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୯.୯୨ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୧୦୦.୨୯ ଟଙ୍କା ରହିଛି।
ସେହିଭଳି ଭାରତର ରାଜଧାନୀ ନୂଆ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୮୯.୬୨ ଟଙ୍କା ରେକର୍ଡ କରାଯାଇଛି। ଭାରତର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ଚେନ୍ନାଇରେ ୧୦୨.୬୩ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କା ଓ ମୁମ୍ବାଇରେ ୧୦୬.୩୧ ଟଙ୍କା ରେକର୍ଡ କରାଯାଇଛି।
ମୁମ୍ବାଇରେ ଡିଜେଲ ହାର ଯଥାକ୍ରମେ ୯୪.୨୭ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କା ଓ ଚେନ୍ନାଇରେ ୯୪.୨୪ ଟଙ୍କା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।