Petrol-Diesel Price: ଭୁବନେଶ୍ୱରରେ କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି

ଶନିବାର ଓ ରବିବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୧.୮୧ ଟଙ୍କା ଓ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଥିଲା। ଗତ ୪୮ ଘଣ୍ଟା ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ହାରରେ ପରିବର୍ତ୍ତନ ହୋଇନାହିଁ।

ଭୁବନେଶ୍ୱରରେ କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି

ଭୁବନେଶ୍ୱରରେ କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି

  • Share this:
News18 Odia Digital

ଭୁବନେଶ୍ବର: ସୋମବାର ଭୁବନେଶ୍ୱରରେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସମାନ ରହିଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ଶନିବାର ଓ ରବିବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୧.୮୧ ଟଙ୍କା ଓ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଥିଲା। ଗତ ୪୮ ଘଣ୍ଟା ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ହାରରେ ପରିବର୍ତ୍ତନ ହୋଇନାହିଁ।

ସେହିପରି ଚେନ୍ନାଇ, କୋଲକାତା ଓ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୫୧, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ, ଜାତୀୟ ରାଜଧାନୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା ରହିଛି, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ।

ପ୍ରତିଦିନ ସକାଳ ୬ଟାରେ ମୂଲ୍ୟ ବଦଳିଥାଏ

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ। ନୂଆ ହାର ସକାଳ ୬ଟାରୁ ପ୍ରଯୁଜ୍ୟ। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଏହି ଉପାୟରେ ଆପଣ ଆଜିର ସର୍ବଶେଷ ମୂଲ୍ୟ ଜାଣିପାରିବେ

ଆପଣ SMS ମାଧ୍ୟମରେ ପେଟ୍ରୋଲ ଡିଜେଲର ଦୈନିକ ହାର ମଧ୍ୟ ଜାଣିପାରିବେ। ଇଣ୍ଡିଆନ୍ ଅଏଲ୍ ଗ୍ରାହକମାନେ ୯୨୨୪୯୯୨୨୪୯ ନମ୍ବରକୁ RSP ଓ BPCL ଗ୍ରାହକଙ୍କୁ ୯୨୨୩୧୧୨୨୨୨ ନମ୍ବରରେ RSP ଲେଖି ସୂଚନା ପାଇପାରିବେ। ସେହି ସମୟରେ, HPCL ଗ୍ରାହକମାନେ ୯୨୨୨୨୦୧୧୨୨ ନମ୍ବରକୁ HPPrice ପଠାଇ ମୂଲ୍ୟ ଜାଣିପାରିବେ।
Published by:Lipina Das
First published: