Petrol-Diesel Price: ଆଜି ବି ଭୁବନେଶ୍ବରରେ ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ; ଜାଣନ୍ତୁ ଦର

ଗୁରୁବାର ଦିନ ଭୁବନେଶ୍ବରରେ ପେଟ୍ରୋଲ ହାର ଲିଟର ପିଛା ୧୦୧.୮୧ ଟଙ୍କା ଓ ଡିଜେଲ ହାର ଲିଟର ପିଛା ୯୧.୩୨ ଟଙ୍କା ରେକର୍ଡ ହୋଇଥିଲା।

ଆଜି ବି ଭୁବନେଶ୍ବରରେ ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି ବି ଭୁବନେଶ୍ବରରେ ସ୍ଥିର ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • Share this:
News18 Odia Digital

ଭୁବନେଶ୍ବର: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି। ଏହାପୂର୍ବରୁ ଗୁରୁବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୧.୮୧ ଟଙ୍କା ଓ ଡିଜେଲ ହାର ଲିଟର ପିଛା ୯୧.୩୨ ଟଙ୍କା ରେକର୍ଡ ହୋଇଥିଲା।

ଗତ ୪୮ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ। ଓଡ଼ିଶାର କଟକ ସହରରେ ପେଟ୍ରୋଲ ମୂଲ୍ୟ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇ ଯଥାକ୍ରମେ ୧୦୨.୧୭ ଟଙ୍କା ଓ ୯୧.୯୭ ଟଙ୍କା ରେକର୍ଡ କରାଯାଇଛି।

ଭାରତର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ମୂଲ୍ୟ କିଛି ମାସ ଧରି ସ୍ଥିର ରହିଛି। ଚେନ୍ନାଇ, କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୪୦, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୪୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା ରହିଛି ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ।
Published by:Lipina Das
First published: