ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଅନ୍ୟ ସହରର ତେଲ ଦର ବାବଦରେ

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଅନ୍ୟ ସହରର ତେଲ ଦର ବାବଦରେ

ରବିବାର ଦିନ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୫.୪୬ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୧.୬୨ ଟଙ୍କା ରେକର୍ଡ କରାଯାଇଛି।

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଅନ୍ୟ ସହରର ତେଲ ଦର ବାବଦରେ
ଦିନକୁ ଦିନ ବଢୁଛି ପେଟ୍ରୋଲ ଡିଜେଲ ଡର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 10, 2021, 11:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭାରତରେ ଦିନକୁ ଦିନ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି। ରବିବାର ଦିନ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୫.୪୬ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୧.୬୨ ଟଙ୍କା ରେକର୍ଡ କରାଯାଇଛି।

ଶନିବାର ଦିନ ପେଟ୍ରୋଲ ହାର ମଧ୍ୟ ୧୦୪.୭୫ ଟଙ୍କା ଓ ଡିଜେଲ ହାର ୧୦୦.୮୫ ଟଙ୍କା ରେକର୍ଡ କରାଯାଇଛି।  ପେଟ୍ରୋଲର ମୂଲ୍ୟ ୭୧ ପଇସା ବୃଦ୍ଧି ପାଇଛି ଓ ଗତ ୨୪ ଘଣ୍ଟା ମଧ୍ୟରେ ଡିଜେଲ ହାର ୭୫ ପଇସା ବୃଦ୍ଧି ପାଇଛି।

ଓଡିଶାର ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ୧୦୦ ରୁ ଅଧିକ ପଞ୍ଜୀକୃତ ହୋଇଛି ଓ ମାଲକାନଗିରି ଜିଲ୍ଲାର ପେଟ୍ରୋଲ ହାର ୧୧୦.୬୭ଟଙ୍କା ରାଜ୍ୟରେ ସର୍ବାଧିକ ବୋଲି ରେକର୍ଡ଼ କରାଯାଇଛି।

ଭାରତ, ନୂଆଦିଲ୍ଲୀ ଭଳି ସହରରେ ପେଟ୍ରୋଲ ମୂଲ୍ୟ ୧୦୪.୧୪ ଟଙ୍କା ଓ କୋଲକାତାରେ ଏହି ହାର ୧୦୪.୮୦ ଟଙ୍କା ରହିଛି। ଫିଲ୍ମ ସହର ମୁମ୍ବାଇ ପେଟ୍ରୋଲ ମୂଲ୍ୟ ୧୧୦.୧୨ ରେକର୍ଡ଼ କରିଥିବାବେଳେ ହାଇଦ୍ରାବାଦ ପେଟ୍ରୋଲ ହାର ୧୦୮.୩୩ ରେକର୍ଡ଼ କରିଛି।

ଚେନ୍ନାଇ, ବାଙ୍ଗାଲୋର, ଲକ୍ଷଣ, ଜୟପୁର ଓ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ରେକର୍ଡ଼ ହୋଇଛି। ବିଭିନ୍ନ ସହରରେ ଡିଜେଲ ମୂଲ୍ୟ ମଧ୍ୟ ୧୦୦ ମାର୍କ ଅତିକ୍ରମ କରିଛି।

ବଢୁଥିବା ଇନ୍ଧନ ମୂଲ୍ୟ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
Published by: Soumya Das
First published: October 10, 2021, 11:04 AM IST