Petrol-Diesel Price Today; ବଢ଼ିଲା ପେଟ୍ରୋ ଓ ଡିଜେଲ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି

ରବିବାର ଦିନ ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି।

ବଢ଼ିଲା ପେଟ୍ରୋ ଓ ଡିଜେଲ ଦର

ବଢ଼ିଲା ପେଟ୍ରୋ ଓ ଡିଜେଲ ଦର

  • Share this:
News18 Odia Digital

ଭୁବନେଶ୍ବର: ସୋମବାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ରବିବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଡିଜେଲ ହାରରେ ପରିବର୍ତ୍ତନ ହୋଇଛି।

ସେହିପରି କଟକରେ ପେଟ୍ରୋଲ ଓ ଡିଜେଲ ହାର ବୃଦ୍ଧି ପାଇଛି। ପେଟ୍ରୋଲ ହାର ଲିଟର ପିଛା ୧୦୨.୪୨ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୨.୨୧ ଟଙ୍କା ରେକର୍ଡ କରାଯାଇଛି।

ଚେନ୍ନାଇ, କୋଲକାତା, ଓ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ଇନ୍ଧନର ମୂଲ୍ୟ ଆଜି ଅପରିବର୍ତ୍ତିତ ରହିଛି। ଯଥାକ୍ରମେ ୧୦୧.୫୧, ୧୦୪.୬୭ ଓ ୧୦୯.୯୮ ଟଙ୍କା ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ଅଛି।

ଏହି ସମୟରେ, ଜାତୀୟ ରାଜଧାନୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା ରହିଛି। ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ।
Published by:Lipina Das
First published: