ନୂଆ ବର୍ଷ ଅବସରରେ ଭବନେଶ୍ବରେ ହ୍ରାସ୍ ପାଇଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ; ଜାଣନ୍ତୁ ଆଜିର ଦର

ଶୁକ୍ରବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୨.୨୭ ଟଙ୍କା ଓ ଡିଜେଲ ହାର ୯୧.୯୧ ଟଙ୍କା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଯଥାକ୍ରମେ ୧୭ ପଇସା ଓ ୧୫ ପଇସା ହ୍ରାସ ପାଇଛି ।

ନୂଆ ବର୍ଷ ଅବସରରେ ଭବନେଶ୍ବରେ ହ୍ରାସ୍ ପାଇଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ନୂଆ ବର୍ଷ ଅବସରରେ ଭବନେଶ୍ବରେ ହ୍ରାସ୍ ପାଇଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • Share this:
News18 Odia Digital

ଭୁବନେଶ୍ବର: ମନ୍ଦିର ମାଳୀନି ସହର ଭୁବନେଶ୍ବରରେ ନୂଆ ବର୍ଷରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ୍ ପାଇଛି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଆଜି ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି।

ଶୁକ୍ରବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୨.୨୭ ଟଙ୍କା ଓ ଡିଜେଲ ହାର ୯୧.୯୧ ଟଙ୍କା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଯଥାକ୍ରମେ ୧୭ ପଇସା ଓ ୧୫ ପଇସା ହ୍ରାସ ପାଇଛି ।

ଚେନ୍ନାଇ, କୋଲକାତା ଓ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୫୧, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ । ଧ୍ୟାନ ଦିଅନ୍ତୁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ ।
Published by:Lipina Das
First published:
)}