Petrol and Diesel Price: ଭୁବନେଶ୍ବରରେ ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ରବିବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୩.୧୮ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୪.୭୫ ଟଙ୍କା ରେକର୍ଡ କରାଯାଇଥିଲା

ଭୁବନେଶ୍ବରରେ ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଭୁବନେଶ୍ବରରେ ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • Share this:
News18 Odia Digital

ଭୁବନେଶ୍ବର: ସୋମବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୦୧ ଟଙ୍କା ଥିବାବେଳେ ଡିଜେଲ ହାର ଆଜି ଲିଟର ପିଛା ୯୪.୫୮ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ରବିବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୩.୧୮ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୪.୭୫ ଟଙ୍କା ରେକର୍ଡ କରାଯାଇଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ରୂପା ସହର କଟକରେ ପେଟ୍ରୋଲ ଓ ଡିଜେଲ ହାର ବୃଦ୍ଧି ପାଇଥି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୫୮ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୫.୧୩ ଟଙ୍କା ରେକର୍ଡ କରାଯାଇଛି। ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ହାର ଲିଟର ପିଛା ୧୦୯.୨୦ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଲିଟର ପିଛା ୧୦୦.୫୬ ଟଙ୍କା ରହିଛି।

ଏହି ସମୟରେ ଚେନ୍ନାଇ, କୋଲକାତା ଓ ମୁମ୍ବାଇ ଭଳି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୧୦୨.୭୩, ୧୦୬.୦୩ ଓ ୧୧୧.୩୫ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୪.୩୩ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୭.୨୮ ଟଙ୍କା ରେକର୍ଡ କରାଯାଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଛି।
Published by:Lipina Das
First published: