Petrol-Diesel Prices: ଆଜି ଭୁବନେଶ୍ବରରେ କମିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ କେତେ ହେଲା

ସୋମବାର ଦିନ ପେଟ୍ରୋଲ ଓ ଡିଜେଲ ହାର ଲିଟର ପିଛା ୧୦୨.୧୦ ଟଙ୍କା ଓ ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୯ ପଇସା ହ୍ରାସ୍ ପାଇଛି ।

ଆଜି ଭୁବନେଶ୍ବରରେ କମିଲା ପେଟ୍ରୋଲ ଓ ଡିଜେଲ ଦର

ଆଜି ଭୁବନେଶ୍ବରରେ କମିଲା ପେଟ୍ରୋଲ ଓ ଡିଜେଲ ଦର

  • Share this:
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି।

ସୋମବାର ଦିନ ପେଟ୍ରୋଲ ଓ ଡିଜେଲ ହାର ଲିଟର ପିଛା ୧୦୨.୧୦ ଟଙ୍କା ଓ ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୯ ପଇସା ହ୍ରାସ୍ ପାଇଛି ।

ଚେନ୍ନାଇ, କୋଲକାତା ଓ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୫୧, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ, ଜାତୀୟ ରାଜଧାନୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ । ଧ୍ୟାନ ଦିଅନ୍ତୁ ଯେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ ।
Published by:Lipina Das
First published: