Petrol-Diesel Prices: ଆଜି ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର

ମଙ୍ଗଳବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୨.୨୭ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୨.୦୬ ଟଙ୍କା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୪୬ ପଇସା ଓ ୪୪ ପଇସା ହ୍ରାସ ପାଇଛି।

 ଆଜି ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର

ଆଜି ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର

  • Share this:
News18 Odia Digital

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୧.୩୨ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୨.୨୭ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୨.୦୬ ଟଙ୍କା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୪୬ ପଇସା ଓ ୪୪ ପଇସା ହ୍ରାସ ପାଇଛି।

ଚେନ୍ନାଇ, କୋଲକାତା ଓ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୪୦, 1୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୨ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।

ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା ରହିଛି, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ ।
Published by:Lipina Das
First published:
)}