Petrol-Diesel Price: ଆଜି ଓଡ଼ିଶାରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ; ଜାଣନ୍ତୁ କେତେ ଅଛି ଦର

ଶୁକ୍ରବାର ଦିନ ପେଟ୍ରୋଲ ମୂଲ୍ୟ ୧୧୨.୯୪ ଟଙ୍କା ଥିବା ବେଳେ ଓ ଡିଜେଲ ମୂଲ୍ୟ ୧୦୨.୬୭ ଟଙ୍କା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ୧୬ ପଇସା ଓ ଡିଜେଲ ମୂଲ୍ୟରେ ୧୫ ପଇସା ହ୍ରାସ ପାଇଛି।

 ଆଜି ଓଡ଼ିଶାରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି ଓଡ଼ିଶାରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • Share this:
News18 Odia Digital

ଭୁବନେଶ୍ବର: ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୨.୭୮ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୧୦୨.୫୨ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ଶୁକ୍ରବାର ଦିନ ପେଟ୍ରୋଲ ମୂଲ୍ୟ ୧୧୨.୯୪ ଟଙ୍କା ଥିବା ବେଳେ ଓ ଡିଜେଲ ମୂଲ୍ୟ ୧୦୨.୬୭ ଟଙ୍କା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ୧୬ ପଇସା ଓ ଡିଜେଲ ମୂଲ୍ୟରେ ୧୫ ପଇସା ହ୍ରାସ ପାଇଛି।

ଏହି ସମୟରେ, ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ପେଟ୍ରୋଲ ଓ ଡିଜେଲ ହାର ମଧ୍ୟ ହ୍ରାସ ପାଇଛି। ପେଟ୍ରୋଲ ମୂଲ୍ୟ ୧୧୨.୭୮ ଟଙ୍କା ଥିବାବେଳେ ୧୦୨.୫୨ ଟଙ୍କା ରେକର୍ଡ କରାଯାଇଛି।

ଚେନ୍ନାଇ, କୋଲକାତା, ଓ ମୁମ୍ବାଇ ଭଳି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୧୧୦.୮୫, ୧୧୫.୧୨ ଟଙ୍କା ଓ ୧୨୦.୫୧ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୧୦୦.୯୪ ଟଙ୍କା, କୋଲକାତାରେ ୯୯.୮୩ ଟଙ୍କା ଓ ମୁମ୍ବାଇରେ ଏହି ହାର ୧୦୪.୭୭ ଟଙ୍କା ରେକର୍ଡ କରାଯାଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କା ରହିଛି।
Published by:Lipina Das
First published: