Petrol-Diesel Price Today: ଆଜି ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

Petrol-Diesel Price Today: ସୋମବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୩.୫୪ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୪.୦୯ ଟଙ୍କା ରେକର୍ଡ କରାଯାଇଥିଲା।

ଆଜି ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଆଜି ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • Share this:
News18 Odia Digital

ଭୁବନେଶ୍ବର: ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୪୭ ଟଙ୍କା ଥିବାବେଳେ ଡିଜେଲ ହାର ଆଜି ଲିଟର ପିଛା ୯୫.୦୩ ଟଙ୍କା ରେକର୍ଡ କରାଯାଇଛି।

ଏହାପୂର୍ବରୁ ସୋମବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୩.୫୪ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୪.୦୯ ଟଙ୍କା ରେକର୍ଡ କରାଯାଇଥିଲା।

ଓଡ଼ିଶାର ରୂପା ସହର କଟକରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ମୂଲ୍ୟ ୧୦୩.୭୮ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୫.୩୩ ଟଙ୍କା ରେକର୍ଡ କରାଯାଇଛି। ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ହାର ହ୍ରାସ ପାଇ ୧୦୯.୯୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ୧୦୦.୨୯ ଟଙ୍କା ରହିଛି।

ଏହି ସମୟରେ ଚେନ୍ନାଇ, କୋଲକାତା ଓ ମୁମ୍ବାଇ ଭଳି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୧୦୨.୭୪, ୧୦୬.୦୩ ଟଙ୍କା ଓ ୧୧୧.୩୫ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୪.୩୩ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୭.୨୮ ଟଙ୍କା ରେକର୍ଡ କରାଯାଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଛି।
Published by:Lipina Das
First published: