News18 Odia Digital
ଭୁବନେଶ୍ବର: ସୋମବାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଆଜି ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି।
ଏହା ପୂର୍ବରୁ ରବିବାର ଦିନ ପେଟ୍ରୋଲ ହାର ଲିଟର ପିଛା ୧୦୨.୧୭ ଟଙ୍କା ଓ ଡିଜେଲ ହାର ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୭ ପଇସା ଓ ୬ ପଇସା ହ୍ରାସ ପାଇଛି ।
ଚେନ୍ନାଇ, କୋଲକାତା ଓ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୪୦, ୧୦୪.୬୭ ଟଙ୍କା ଓ ୧୦୯.୯୮ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୧.୫୨ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଓ ମୁମ୍ବାଇରେ ଏହି ହାର ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।
ଏହି ସମୟରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି।
ଆପଣ ନିଜ ସହରର ପେଟ୍ରୋଲର ମୂଲ୍ୟ ମଧ୍ୟ ଜାଣିପାରିବେ ଓ ଆପଣଙ୍କ ସହରର କୋଡ୍ ପଠାଇ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ମେସେଜ ପଠାଇ ପାରିବେ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ICOL ୱେବସାଇଟରେ ପାଇପାରିବେ । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।