News18 Odia Digital
Fuel Price Hike: ମୁଦ୍ରାସ୍ଫୀତି ପୁଣିଥରେ ସାଧାରଣ ଲୋକଙ୍କୁ ଆଘାତ ଦେଇଛି। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି।
ତୈଳ କମ୍ପାନୀ IOCLର ସର୍ବଶେଷ ହାର ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲର ନୂଆ ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଓ ଡିଜେଲର ମୂଲ୍ୟ ଲିଟର ପିଛା ୯୩.୦୭ ଟଙ୍କାକୁ ବୃଦ୍ଧି ପାଇଛି।
ଏଥି ସହିତ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୮୪ ପଇସା ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ୧୧୬.୭୨ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ୧୦୦.୯୪ ଟଙ୍କା ରହିଛି। ଗତ ୧୦ ଦିନ ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ନବମ ଥର ପାଇଁ ବୃଦ୍ଧି ପାଇଛି।
ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଲାଏହା ସହିତ ଦେଶର ଅନ୍ୟାନ୍ୟ ବଡ଼ ସହର ବିଷୟରେ ଯଦି କଥା ହେବା ତେବେ ଚେନ୍ନାଇରେ ଏକ ଲିଟର ପେଟ୍ରୋଲରେ ୭୬ ପଇସା ବୃଦ୍ଧି ପଞ୍ଜିକୃତ ହୋଇଛି। ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୧୦୭.୪୫ ଟଙ୍କାରେ ବିକ୍ରି ହେଉଛି। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୯୭.୫୨ ଟଙ୍କାକୁ ବୃଦ୍ଧି ପାଇଛି।
କୋଲକାତା ସହର ବିଷୟରେ କହିବାକୁ ଗଲେ ଏଠାରେ ପେଟ୍ରୋଲର ମୂଲ୍ୟ ୮୩ ପଇସା ବୃଦ୍ଧି ପାଇଛି। ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୧୧୧.୩୫ ଟଙ୍କା ଓ ଡିଜେଲର ମୂଲ୍ୟ ୯୬.୨୨ ଟଙ୍କାକୁ ବୃଦ୍ଧି ପାଇଛି।
ଗୁରୁବାର ଦିନ ଭୁବନେଶ୍ୱରରେ କ୍ରମାଗତ ଅଷ୍ଟମ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୮.୬୫ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲ ହାର ଲିଟର ପିଛା ୯୮.୪୨ ଟଙ୍କା ରେକର୍ଡ କରାଯାଇଛି।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ନରମତା ଦେଖାଦେଇଛି। ଏହା ସତ୍ତ୍ୱେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି। ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଫେବୃଆରୀରେ ବ୍ୟାରେଲ ପିଛା ୧୩୦ ଡଲାରରୁ ୧୦୩ ଡଲାରକୁ ଖସି ଆସିଛି, କିନ୍ତୁ ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।