ଦେଶବ୍ୟାପୀ ନଦୀଗୁଡ଼ିକର ସଂରକ୍ଷଣ ପାଇଁ ପିଟିସନ; ୭୦ ପ୍ରତିଶତ ଜଳସ୍ରୋତ କମିଛି

ରିପୋର୍ଟ ଅନୁଯାୟୀ, ନଦୀଗୁଡ଼ିକେର ଜଳସ୍ରୋତ କମୁଥିବାରୁ ଘାଟଗୁଡ଼ିକରେ ନୌକା ଚାଳନା ଆଉ ସମ୍ଭବ ହୋଇପାରୁ ନାହିଁ। ଗଛ କଟାଯିବା ସହ ପ୍ରାକୃତିକ ଜଳାଶୟର ଦୁରୂପଯୋଗ ଯୋଗୁଁ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି।

ଦେଶବ୍ୟାପୀ ନଦୀଗୁଡ଼ିକର ସଂରକ୍ଷଣ ପାଇଁ ପିଟିସନ

ଦେଶବ୍ୟାପୀ ନଦୀଗୁଡ଼ିକର ସଂରକ୍ଷଣ ପାଇଁ ପିଟିସନ

  • Share this:
News18 Odia Digital

ଭୁବନେଶ୍ବର: ଗତ ୩୦ ବର୍ଷ ତୁଳନାରେ ବର୍ତ୍ତମାନ ଓଡ଼ିଶା ସମେତ ଦେଶବ୍ୟାପୀ ପ୍ରାୟ ସମସ୍ତ ନଦୀର ଜଳସ୍ରୋତ ୭୦ ପ୍ରତିଶତ ପର୍ଯ୍ୟନ୍ତ କମିଗଲାଣି। ପର୍ବତ ଶିଖରରୁ ବାହାରୁ ଥିବା ପ୍ରାୟ ୮୦ ପ୍ରତିଶତ ସ୍ରୋତ ଶୁଖି ଯାଇଥିବାରୁ ନଦୀଗୁଡ଼ିକର ଜଳସ୍ରୋତ କମିଯାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ପାର୍ବତ୍ୟାଞ୍ଚଳରେ ଜଙ୍ଗଲଗୁଡ଼ିକର ମାତ୍ରା ପ୍ରାୟ ୯୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବା ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ନଦୀଗୁଡ଼ିକେର ଜଳସ୍ରୋତ କମୁଥିବାରୁ ଘାଟଗୁଡ଼ିକରେ ନୌକା ଚାଳନା ଆଉ ସମ୍ଭବ ହୋଇପାରୁ ନାହିଁ। ଗଛ କଟାଯିବା ସହ ପ୍ରାକୃତିକ ଜଳାଶୟର ଦୁରୂପଯୋଗ ଯୋଗୁଁ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ତେଣୁ ଏପରି ସ୍ଥିତିର ମୁକାବିଲା ପାଇଁ ୧୬ ସୂତ୍ରୀ ସମାଧାନ ବିଷୟରେ ପିଟିସନରେ ଉଲ୍ଲେଖ ରହିଛି।

ପ୍ରସ୍ତାବଗୁଡ଼ିକ ମଧ୍ୟରେ ଅଧିକରୁ ଅଧିକ ବୃକ୍ଷରୋପଣ ଯୋଜନା ସହ ଜଳ ସଂରକ୍ଷଣ ପାଇଁ କୂଅ ଖୋଳିବାକୁ କୁହାଯାଇଛି । ଏହି ଯୋଜନାଗୁଡ଼ିକୁ ପଞ୍ଚାୟତ ଓ ପୌରପାଳିକା ଦ୍ବାରା କାର୍ଯ୍ୟା କରାଯାଇପାରିବ। ଏହି ଯୋଜନାର ସଫଳ ରୂପାୟନ ପାଇଁ ତେଲଙ୍ଗାନା ପଞ୍ଚାୟତିରାଜ ଆଇନ, ୨୦୧୮ର ଅନୁସରଣ କରିବାକୁ ପ୍ରସ୍ତାବ ଦିଆଯାଇଛି।

ବୃକ୍ଷରୋପଣରେ ସରକାରୀ ସ୍ତରରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ଏହାକୁ ଘରୋଇ ସଂସ୍ଥା ଠାରୁ ବ୍ୟାଙ୍କ ଗ୍ୟାରେଣ୍ଟି ନିଆଯାଇ ଟେଣ୍ଡର ମାଧ୍ୟମରେ ପ୍ରଦାନ କରିବାକୁ ମଧ୍ୟ ପିଟିସନରେ ପ୍ରସ୍ତାବ ଦିଆଯାଇଛି।

ନିକଟରେ ଓଡ଼ିଶା କୃଷକ ମହାସଙ୍ଘର ସଭାପତି ବିଭୂଧେନ୍ଦ୍ର ପ୍ରତାପ ଦାସ ଓ ଓଡ଼ିଶା ସେବା ସମିତିର ସଭାପତି ମାନସ ରଞ୍ଜନ ବାବୁ କେନ୍ଦ୍ର ପିଟିସନ କମିଶନଙ୍କ ପାଖରେ ଏହି ପିଟିସନ ଦେଇଥିଲେ । ଏପରି ବିପଜ୍ଜନକ ପରିସ୍ଥିତିରୁ ମୁକୁଳିବା ପାଇଁ ଦାସ ଓ ବାବୁ ୧୬ ସୂତ୍ରୀ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଉକ୍ତ ପିଟିସିନକୁ ସାଂସଦ ସୁବାସ ସିଂ ରାଜ୍ୟସଭାରେ ଉପସ୍ଥାପନ କରିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଏହାକୁ ଗ୍ରହଣ କରିଛନ୍ତି। ଏଥିରେ କେନ୍ଦ୍ରର ୯ଟି ମନ୍ତ୍ରାଳୟର ସିଧାସଳଖ ଭାବେ ସମ୍ପୃକ୍ତି ରହୁଥିବାରୁ ସେମାନେ ସମସ୍ୟାର ସମାଧାନ ପାଇଁ ନିଜ ନିଜର ମତ ରଖିବେ। ମନ୍ତ୍ରାଳୟଗୁଡ଼ିକର ମତକୁ ନେଇ କେନ୍ଦ୍ର ସରକାର ଉପୁଜିଥିବା ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବେ ବୋଲି ସାଂସଦ ସିଂହ କହିଥିଲେ।

ସେହିପରି ସହରାଞ୍ଚଳରେ ଆପାର୍ଟମେଣ୍ଟ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ସହ, ପ୍ରାକୃତିକ ଜଳାଶୟ ଉପରୁ ଜବର ଦଖଲ ହଟାଯାଉ। ଦେଶବ୍ୟାପୀ ଜଳାଶୟଗୁଡ଼ିକର ପୁନରୁଦ୍ଧାର, ବ୍ୟବସାୟିକ ଉଦ୍ଦେଶ୍ୟରେ ଗଛ କଟା ପାଇଁ ଟିଟି ପରମିଟ୍ ପ୍ରଦାନକୁ ଉଚ୍ଛେଦ, ଯୁକ୍ତ ୩ ପର୍ଯ୍ୟନ୍ତ ବୃକ୍ଷରୋପଣକୁ ପାଠ୍ୟପୁସ୍ତକରେ ବାଧ୍ୟତାମୂଳକ ବିଷୟ ଭାବେ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଛି।

ଅନ୍ୟପକ୍ଷରେ ଜଙ୍ଗଲରେ ବଣୁଆ ଜୀବଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ସହ ଶିକାରୀଙ୍କ ସମ୍ପର୍କରେ ଗୁପ୍ତତଥ୍ୟ ଦେଉଥିବା ଲୋକଙ୍କୁ ପୁରସ୍କାର ସ୍ବରୂପ ଅର୍ଥରାଶି ପ୍ରଦାନ, ବାୟୋ-ଡିଜେଲ ଉତ୍ପାଦନ ପାଇଁ ସରକାରୀ ସ୍ତରରେ ପ୍ରାଧାନ୍ୟ ସହ ସହରାଞ୍ଚଳରେ କେବଳ ସିଏନ୍‌ ଜି ଓ ବାୟୋ ଡିଜେଲ ଇନ୍ଧନ ବିଶିଷ୍ଟ ଗାଡ଼ି ଚଳାଚଳ ପାଇଁ ଅନୁମତି ପ୍ରଦାନ କରିବାକୁ କୁହାଯାଇଛି।
Published by:Lipina Das
First published:
)}