ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ; ଷ୍ଟାଡ଼ିୟମ ବସି ଉପଭୋଗ କରିପାରିବେ ଦର୍ଶକ

ଵାରଵାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚକୁ ଷ୍ଟାଡିୟମରେ ବସି ଉପଭୋଗ କରି ପାରିବେ ଦର୍ଶକ। ଦର୍ଶକଙ୍କୁ ଷ୍ଟାଡ଼ିୟମରେ ବସି ଦର୍ଶକଙ୍କୁ ଖେଳ ଉପଭୋଗ ପାଇଁ ଅନୁମତି ମିଳିବ ଵୋଲି ପ୍ରଶାସନ ସ୍ପଷ୍ଟ କରିଛି।

1406639_EMP_ବାଲିଯାତ୍ରା ପଡ଼ିଆରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ପ୍ରଶାସନିକ ଅଧିକାରୀ

1406639_EMP_ବାଲିଯାତ୍ରା ପଡ଼ିଆରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ପ୍ରଶାସନିକ ଅଧିକାରୀ

  • Share this:
News18 Odia Digital

କଟକ: କୋଭିଡ୍ କଟକଣା ଯୋଗୁଁ ଵାରଵାଟୀରେ ହେଵାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ଵେଳେ ଷ୍ଟାଡ଼ିୟମରେ ଦର୍ଶକଙ୍କୁ ଅନୁମତି ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସନ୍ତା ଜୁନ ୧୨ତାରିଖରେ ଵାରଵାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚକୁ ଷ୍ଟାଡିୟମରେ ବସି ଉପଭୋଗ କରି ପାରିବେ ଦର୍ଶକ। ଦର୍ଶକଙ୍କୁ ଷ୍ଟାଡ଼ିୟମରେ ବସି ଦର୍ଶକଙ୍କୁ ଖେଳ ଉପଭୋଗ ପାଇଁ ଅନୁମତି ମିଳିବ ଵୋଲି ପ୍ରଶାସନ ସ୍ପଷ୍ଟ କରିଛି।

ଏହାକୁ ନେଇ ନିଜ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପ୍ରଶାସନ । ଏନେଇ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି । ସୋମବାର ସକାଳୁ ସିଡିଏ ଅଦ୍ଧକ୍ଷ ଅନୀଲ ସାମଲଙ୍କ ସହ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ସିଏମସି କମିଶନର ଅନନ୍ୟା ଦାସ ଓ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ମ୍ୟାଚ ଦେଖିବା ପାଇଁ ଆସୁଥିବା ଦର୍ଶକଙ୍କ ଗାଡ଼ି ପାର୍କିଂ ଲାଗି ଉପର ଵାଲିଯାତ୍ରା ପଡିଆ ଓ ତଳ ଵାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯିବ । ଉପର ପଡ଼ିଆରେ VVIP ଓ ତଳ ପଡ଼ିଆରେ ସର୍ଵ ସାଧାରଣଙ୍କ ପାଇଁ ପାର୍କିଂର ବ୍ୟବସ୍ଥା କରାଯିବ। ଏଥିପାଇଁ ଉଭୟ ପଡ଼ିଆକୁ ସମତୁଲ କରାଯିବ। ଏହା ବ୍ୟତୀତ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଶୌଚାଳୟ, ପିଆଵା ପାଣି ଓ ସ୍ବଚ୍ଛ ପରିଵେଶ ଯୋଗାଇ ଦେଵା ପାଇଁ ସିଏମସି ପ୍ରସ୍ତୁତ ହେଉଛି।

"ଏହି ମ୍ୟାଚକୁ ଦେଖିବା ପାଇଁ ପାଖାପାଖି ୪୫ ହଜାର ଦର୍ଶକ ଆସିବେ । ଏହା ସହିତ ପାଖାପାଖି ୨୫ ହଜାର ଗାଡ଼ି ପାର୍କିଂ ହେବା ପାଇଁ ବହୁତ ଅଞ୍ଚଳରେ ପାର୍କିଂ ସୁବିଧା କରାଯିବ । ସେଥିପାଇଁ ବାଲିଯାତ୍ରା ପଡ଼ିଆକୁ ପ୍ରସ୍ତୁତ କରାଯିବ । ଏହା ସହିତ ଅନ୍ୟ ଯେଉଁ ଖାଲି ସ୍ଥାନଗୁଡ଼ିକରେ ଗାଡ଼ି ପାର୍କି କରାଯାଏ, ସେଗୁଡ଼ିକୁ ମଧ୍ୟ ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ଆମେ କ୍ଷେତ୍ର ପରିଦର୍ଶନ କରୁଛୁ," କହିଛନ୍ତି ସିଡ଼ିଏ ଅଧ୍ୟକ୍ଷ ଅନୀଲ ସାମଲ ।

"ଟିକେଟ ବିକ୍ରି ସହିତ ମ୍ୟାଚ ପରିଚାଳନାକୁ ନେଇ ରହିଥିବା ଅନ୍ୟାନ୍ୟ କାର୍ଯ୍ୟକୁ ସମ୍ପାଦନା ପାଇଁ ଆମେ ଖୁବ ଶିଘ୍ର ଏକ ପ୍ରସ୍ତୁତି ବୈଠକ ଡକାଯିବ। ଏହି ବୈଠକରେ ପୋଲିସ କମିଶନରଙ୍କ ସହ ପ୍ରାଶାସନିକ ଅଧିକାରୀମାନେ ମଧ୍ୟ ଯୋଗ ଦେବେ। ଏହି ବୈଠକ ପରେ ହିଁ ଟିକେଟ ବିକ୍ରି କେବେ ଠାରୁ ଆରମ୍ଭ ହେବ ସେନେଇ ଗଣମାଧ୍ୟମ ଜରିଆରେ ସର୍ବସାଧାରଣଙ୍କୁ ଅବଗତ କରାଯିବ," କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
Published by:Soumya Das
First published: