କଟକର ନବନିର୍ମାଣ: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଉଚ୍ଛେଦ, ହେଲେ ଲୋକେ ଆଗ ଥଇଥାନ ବ୍ୟବସ୍ଥା ଚ଼ାହୁଁଛନ୍ତି

ଏସସିବି ପାଇଁ ଉଚ୍ଛେଦ ପ୍ରକ୍ରିୟା ଯେତିକି ଆଗକୁ ବଢୁଛି ଏହାକୁ ନେଇ ସମସ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି । ଆଗ ଥଇଥାନ ପରେ ବିସ୍ଥାପନ ଦାବୀ କରିଛନ୍ତି ଲୋ?

କଟକର ନବନିର୍ମାଣ: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଉଚ୍ଛେଦ, ହେଲେ ଲୋକେ ଆଗ ଥଇଥାନ ବ୍ୟବସ୍ଥା ଚ଼ାହୁଁଛନ୍ତି
ପ୍ରାଶାସନିକ ଅଧିକାରୀମାନେ ଉଚ୍ଛେଦ ହେବାକୁଥିବା ଅଞ୍ଚଳ ବୁଲି ଦେଖୁଛନ୍ତି ।
  • News18 Odia
  • Last Updated: January 28, 2020, 10:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏସସିବି ମେଡିକାଲର ନବନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଉଚ୍ଛେଦ ହେବାକୁ ଥିବା ବସ୍ତି ଓ ସରକାରୀ କ୍ବାଟରସ୍‌ ଅଞ୍ଚଳରେ ସପ୍ତାହେ ଧରି ଲୋକଙ୍କୁ ଜାଗା ଖାଲି କରିବାକୁ ଅବଗତ କରାଯିବ ବୋଲି ନିଷ୍ପତି ନେଇଛି ପ୍ରଶାସନ । କିନ୍ତୁ ଉଚ୍ଛେଦ ପୂର୍ବରୁ ଥଇଥାନର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ଲୋକେ ।

ଏସସବି ମେଡିକାଲର ଆଖପାଖ ଅଞ୍ଚଳରେ ଥିବା ଜନବସତିଗୁଡିକୁ ଖାଲି କରିବା ପାଇଁ ପ୍ରାଶାସନିକ ସ୍ତରରେ ତତ୍ପରତା ଦେଖା ଦେଇଛି । ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ସପ୍ତାହ ଧରି ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବ ଏବଂ ତା’ ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଉଚ୍ଛେଦ ପ୍ରକ୍ରିୟାକୁ  ନେଇ ପ୍ରଶାସନର ତତ୍ପରତା ସହିତ ଏହାକୁ ନେଇ ସମସ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

ପୂର୍ବରୁ ପିଲାଙ୍କ ପରୀକ୍ଷା ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଲୋକେ ଦାବି କରୁଥିବା ବେଳେ ଏବେ ଆଗ ଥଇଥାନ ବ୍ୟବସ୍ଥା କରାଯିବା ପରେ ହିଁ ଉଚ୍ଛେଦ ଓ ବିସ୍ଥାପନ ହେଉ ବୋଲି ଦାବିରେ ଅଡ଼ି ବସିଛନ୍ତି ଲୋକେ ।

‘‘ଆମେ ଦିନ ମଜୁରିଆ ଲୋକ । ଖଟିଲେ ଖାଇବୁ । ଆମକୁ ଏଠୁ ଉଠାଇ ଜଗତପୁରରେ ଜାଗା ଦିଆଯିବ ବୋଲି କୁହାଯାଉଛି । ହେଲେ ସେ ଜଗା ଆମ ପାଇଁ ନୂଆ । ତେଣୁ ଆମେ କେମିତି ରହିବୁ? କାମ କେମିତି ପାଇବୁ? ଆମ ପିଲାମାନଙ୍କୁ କଣ ଖାଇବାକୁ ଦେବୁ?” ପ୍ରଶ୍ନ କରିଛନ୍ତି ତାଳଦଣ୍ଡା କେନାଲ ବସ୍ତିର ବାସିନ୍ଦା ପିଙ୍କି ନାୟକ ।

ବିସ୍ଥାପନ ହେବାକୁ ଥିବା ଅଞ୍ଚଳର ଲୋକେ ଚ଼ିନ୍ତାରେ ପଡ଼ିଛନ୍ତି ।


ଏସସିବିର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶିଶିଭୁଷଣ ଦାସ କହିଛନ୍ତି: ‘‘ଆମ କଲୋନୀରେ ପ୍ରାୟ ୮୦ଟି ସରକାରୀ କ୍ବାଟର ରହିଥିବା ବେଳେ ଏଥିରେ ପ୍ରାୟ ୪୦୦ ଲୋକ ରହୁଛନ୍ତି । ଏତେ ଶୀଘ୍ର ଆମେ କେମିତି ଆଉ କେଉଁଠିକି ଯିବୁ? ତେଣୁ ଆମକୁ ଆଉ କିଛି ଦିନ ସମୟ ଦିଆଯାଉ’’ ।

ଯୋବ୍ରା ବ୍ୟାରେଜରୁ ରାଣୀହାଟ କେନାଲ ପୋଲ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ହେବାକୁ ଥିବା ବେଳେ ସୋମବାର ସକାଳେ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ଜିଲ୍ଲାପାଳ ଓ ସିଏମସି କମିଶନର । ଏହି ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ଜମିକୁ ଚିହ୍ନଟ କରାଯାଉଛି । ପ୍ରଥମେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇ ସେଠାରେ କିଛି ଲୋକଙ୍କୁ ଥଇଥାନ କରିବା ସହ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ତିଆରି କରାଯିବାର ଯୋଜନା କରୁଛି ପ୍ରଶାସନ ।

“ଏସସିବିର ସମ୍ପ୍ରସାରଣକୁ ନେଇ ରାଜ୍ୟ ସରକାର ଏକ ବିଶାଳ ଯୋଜନା ପ୍ରସ୍ତୁତ କରିଛନ୍ତି । ବିସ୍ଥାପିତ ଲୋକଙ୍କ ଥଇଥାନ ଓ କ୍ଷତିପୂରଣ ଲାଗି ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି । ବିସ୍ଥାପନକୁ ନେଇ କିଛି ବି ସମସ୍ୟା ଥିଲେ ଲୋକେ ଜିଲ୍ଲା ପ୍ରଶାସନକୁ ଅବଗତ କରାନ୍ତୁ,” କହିଛନ୍ତି କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ।

ଏସସବିର ନବନିର୍ମାଣ ପାଇଁ ଏହାର ଆଖପାଖରେ ଥିବା ୧୬୦ଟି ସରକାରୀ କ୍ବାଟର, ପାଞ୍ଚଟି ବସ୍ତି, ଅନେକ ବେସରକାରୀ ଘର, ଦୋକାନ ଗୃହ ଏବଂ ମନ୍ଦିରଗୁଡିକୁ ଉଚ୍ଛେଦ କରାଯିବ । ଏହି ଉଚ୍ଛେଦ ଦ୍ବାରା ପ୍ରାୟ ୨୦ ହାଜର ଲୋକ ପ୍ରଭାବିତ ହେବାର ଅନୁମାନ କରାଯାଉଛି ।

ପ୍ରାଥମିକ ସର୍ଭେରୁ ୩୦୦ ଘର ଉଚ୍ଛେଦ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁକୁ କୁହା ଯାଇଥିବା ବେଳେ ଉଚ୍ଛେଦ ହେବାକୁ ଥିବା ଘର ଓ ଅଞ୍ଚଳଗୁଡିକର ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ଜଣା ପଡିଛି ।
First published: January 28, 2020, 10:56 PM IST
corona virus btn
corona virus btn
Loading