ରାସ୍ତାରେ ଦୁର୍ଘଟଣା ପରେ ପଡ଼ିଥିବା ପିଆଜ ଗୋଟେଇଲେ VIP ଲୋକେ, କାର୍‌ରେ ନେଇ ରଖିଲେ

ପିଆଜର ଆକାଶଛୁଆଁ ଦର ଯୋଗୁଁ ସମ୍ବଲପୁରରେ ଲୋକେ ଲଜ୍ଜା ଶରମ ଭୁଲି ପିଆଜ ସଂଗ୍ରହରେ ଲାଗିଛନ୍ତି ।

ରାସ୍ତାରେ ଦୁର୍ଘଟଣା ପରେ ପଡ଼ିଥିବା ପିଆଜ ଗୋଟେଇଲେ VIP ଲୋକେ, କାର୍‌ରେ ନେଇ ରଖିଲେ
ସନ୍ବଲପୁରରେ ଲୋକେ କାର୍‌ରୁ ଓଲ୍ହାଇ ପିଆଜ ଗୋଟାଉଛନ୍ତି ।
  • News18 Odia
  • Last Updated: January 3, 2020, 12:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ବର୍ତ୍ତମାନ ପିଆଜର ଦର ଆକାଶଛୁଆଁ। ପିଆଜର ଦାମ ଏତେ ବଢି ଯାଇଛି ଯେ କିଛି ଲୋକଙ୍କ ରୋଷେଇ ଘରୁ ପିଆଜ ଗାଏବ ହୋଇଯାଇଛି।



ଏଭଳି ସ୍ଥିତିରେ ଗତକାଲି ନାସିକରୁ  ଏକ ପିଆଜ ଟ୍ରକ ସମ୍ବଲପୁର ଆସୁଥିବା ବେଳେ ବରଗଡର ଦେବାହାଲ ଅଞ୍ଚଳରେ ଉକ୍ତ ଟ୍ରକରୁ ଏକ ପିଆଜ ବସ୍ତା ଜାତୀୟ ରାଜପଥରେ ପଡିଯାଇଥିଲା ।



ସେହି ରାସ୍ତାରେ ଯାଉଥିବା ଲୋକେ, ଗାଡି ବାଲା, ଏପରିକି ଭିଆଇପିମାନେ, ମଧ୍ୟ କାର୍‌ରୁ ଓଲ୍ହାଇ ପିଆଜ ଗୋଟାଇବାରେ ଲାଗିଥିଲେ। ପ୍ରାୟ ୨୦ ମିନିଟ୍‌ ଯାଏଁ ଜାତୀୟ ରାଜପଥ ଲୋକରଣ୍ୟ ହୋଇପଡିଥିଲା।
First published: January 3, 2020, 12:23 PM IST
corona virus btn
corona virus btn
Loading