ଦୀପାବଳୀ: ବାଣ ଫୁଟା ଉପରେ କଟକଣା; ରଙ୍ଗ ବେରଙ୍ଗର ଲାଇଟ ଲଗାଇ ପର୍ବ ପାଳିବେ ଲୋକେ

କରୋନା ଯୋଗୁଁ ମାର୍ଚ୍ଚ ମାସରୁ ହିଁ ସବୁ ପର୍ବ ଫିକା ପଡ଼ିଛି। ହେଲେ ଘରେ ରହି ଦୀପ ଜାଳି ପର୍ବ ପାଳିବା ଉପରେ ନାହିଁ କଟକଣା । ଦୀପ, ତେଲ ଓ ମୁରୁଜ ସାଙ୍ଗକୁ ଭଳିକି ଭଳି ଲାଇଟ୍, ତୋରଣ ଓ ଘର ସଜା ସାମଗ୍ରୀ କିଣୁଛନ୍ତି ଲୋକେ ।

ଦୀପାବଳୀ: ବାଣ ଫୁଟା ଉପରେ କଟକଣା; ରଙ୍ଗ ବେରଙ୍ଗର ଲାଇଟ ଲଗାଇ ପର୍ବ ପାଳିବେ ଲୋକେ
ଭୁବନେଶ୍ୱରର ଗୋଟିଏ ଦୋକାନରେ ଦୀପାବଳୀ ପାଇଁ ସାମଗ୍ରୀ ବିକ୍ରି ହେଉଛି ।
  • News18 Odia
  • Last Updated: November 12, 2020, 7:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳୀ ପାଇଁ ରାଜ୍ୟର ସହର ବଜାରରେ ଗହଳି ହେବା ଆରମ୍ଭ ହୋଇଛି । ଦୀପ ସାଙ୍ଗକୁ ରଙ୍ଗବେରଙ୍ଗ ଫାନସି ଲାଇଟ କିଣିବାକୁ ଲାଗିଛି ଗହଳି। ବାଣ ଫୁଟା ନେଇ କଟକଣା ଲାଗିବା ପରେ ଦୀପ ଓ ଲାଇଟର ବଢ଼ିଛି ଚାହିଦା, ହେଲେ କରୋନା ଯୋଗଁ ମାର୍କେଟକୁ ନା ଆସିଛି ନୂଆ ଜିନିଷ ନା ଆଗ ଭଳି ହେଉଛି ବ୍ୟବସାୟ ।

ଦିନକ ପରେ ଆଲୁଅର ପର୍ବ ଦୀପାବଳି । ଅମା ଅନ୍ଧକାର ଉପରେ ଆଲୁଅର ବିଜୟର ହେଉଛି ଏ ପର୍ବ । ଘରେ ଘରେ ଲୋକେ ଦୀପ ଜାଳି ଏହି ଆଲୋକର ପର୍ବ ପାଳନ କରନ୍ତି। ସେଇଥି ପାଇଁ ଏବେ ଭୁବନେଶ୍ୱରର ବଜାରରେ ଲାଗିଛି ଲୋକଙ୍କ ଗହଳି । ଦୀପ, ତେଲ ଓ ମୁରୁଜ ସାଙ୍ଗକୁ ଭଳିକି ଭଳି ତୋରଣ ଓ ଘର ସଜା ସାମଗ୍ରୀ କିଣୁଛନ୍ତି ରାଜଧାନୀବାସୀ ।

ଏହା ବି ପଢ଼ନ୍ତୁ | Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ

ଏ ବର୍ଷ ଯେହେତୁ ଫୁଟିବନି ବାଣ ତେଣୁ ଦୀପ ଓ ଭଳିକି ଭଳି ଡିଜାଇନର ଲାଇଟ ଲଗାଇ ଘର ସଜାଇବେ ବୋଲି ଲୋକେ କହିଛନ୍ତି । ପ୍ରତି ବର୍ଷ ଭଳି ଏ ବର୍ଷ ବି ଘରେ ରହି ପୂଜାର୍ଚ୍ଚନା କରି ଦୀପାବଳି ପାଳିବାକୁ ଚାଲିଛି କିଣାକିଣି ।

କରୋନା ସଂକ୍ରମଣ ଯୋଗୁଁ ଏ ଥର ଚୀନରୁ ଦୀପାବଳୀ ସାମଗ୍ରୀ ଆସିନାହିଁ ।


‘‘କରୋନା ଯୋଗୁଁ  ସବୁ ପର୍ବ ଫିକା ପଡ଼ିଛି । ଏବେ ବାଣ ଫୁଟେଇବା ବି ମନା । ଏମିତିରେ ଲାଇଟ ଓ ଦୀପ ଦୀପାବଳୀକୁ ଆହୁରି ରଙ୍ଗୀନ ଓ ଆଲୋକିତ କରିପାରିବ,’’ କହିଛନ୍ତି ରାଜଧାନୀବାସୀ ରୋଜାଲିନ ସାହୁ।

ଏହା ବି ପଢ଼ନ୍ତୁ | USAର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ଥାନାନ୍ତର ଟିମରେ ଭାରତବଂଶୀୟମାନେ ଭରା ହୋଇଛନ୍ତି

କରୋନା ଯୋଗୁଁ ମାର୍ଚ୍ଚ ମାସରୁ ହିଁ ସବୁ ପର୍ବ ଫିକା ପଡ଼ିଛି। ହେଲେ ଘରେ ରହି ଦୀପ ଜାଳି ପର୍ବ ପାଳିବା ଉପରେ ନାହିଁ କଟକଣା । ସେଇଥି ପାଇଁ ବଜାରରେ ଭିଡ଼ ହେଉଛି । ହେଲେ କେଉଁଠି ଜିନିଷ ଅଛି ତ ଗ୍ରାହକ ନାହାନ୍ତି। ଆଉ କେଉଁଠି ପୂର୍ବ ବର୍ଷ ଭଳି ଆସିନାହିଁ ଭଳିକି ଭଳି ଜିନିଷ।

ଫାନସି ଲାଇଟ ପ୍ରାୟ ଚୀନରୁ ଆସୁଥିବା ବେଳେ ଏ ବର୍ଷ ନୂଆ ମାଲ୍‌ ଆସି ନାହିଁ । ତେଣୁ ଗତ ବର୍ଷରୁ ଯାହା ଅଛି ତାହା ବିକ୍ରି ହେଉଛି । ଏ ଥର ଅଧିକ ଲାଇଟ ନାହିଁ କି ଅଧିକ ବେପାର ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

‘‘ପ୍ରତି ବର୍ଷ ଭଳିକି ଭଳି ଫାନସି ଲାଇଟ ଚୀନରୁ ଆସେ । ସେଗୁଡ଼ିକର ଦାମ ବି କମ ରହେ। ଭଲ ବ୍ୟବସାୟ ହୁଏ। ଏଥର କିନ୍ତୁ କୌଣସି ଜିନିଷ ଆସିନାହିଁ । ଦିଲ୍ଲୀ ଓ ମୁମ୍ବାଇରୁ ମାଲ୍‌ ଆଣି ବିକ୍ରି କରୁଛୁ । ଏ ପର୍ଯ୍ୟନ୍ତ ଭଲ ବ୍ୟବସାୟ ହୋଇନି,’’ କହିଛନ୍ତି ଲାଇଟ ବ୍ୟବସାୟୀ ରାଜ କୁମାର।



ଦୀପାବଳୀ ରେ ବଡ଼ ବଡୁଆ ଡାକ ପାଇଁ କାଉଁରିଆ କାଠି ସାଙ୍ଗକୁ ପୂଜା ସାମଗ୍ରୀ ଦୋକାନର ପସରା ମେଳିଛି। ଏହି ଦୁଇ ଦିନ ବେଶ୍‌ ଦୁଇ ପଇସା ରୋଜଗାର କରିବାକୁ ସମସ୍ତେ ଆଶା ବାନ୍ଧି ବସିଛନ୍ତି ।
Published by: Anand Shankar Thankur Das
First published: November 12, 2020, 7:40 PM IST
corona virus btn
corona virus btn
Loading