News18 Odia Digital
ଭୁବନେଶ୍ୱର: ସୂର୍ଯ୍ୟ ପରାଗ ସମୟରେ ପାକ ନିଷେଧ ନେଇ ଅନେକ ମତ ରହିଛି। ଏପରି କି ପୁରାଣ. ଧର୍ମ ପୁସ୍ତକରେ ମଧ୍ୟ ଏନେଇ ଉଲ୍ଲେଖ ରହିଛି। କିନ୍ତୁ ଏହି ନିୟମ ଖିଲାପରେ ଯାଇଛନ୍ତି କିଛି ହେତୁବାଦୀ। ପରାଗ ନୀତି ନ ମାନି ସେମାନେ ଚିକେନ୍ ରାନ୍ଧି ଖାଇଛନ୍ତି।
ସୂର୍ଯ୍ୟ ପରାଗ ପାଇଁ ପାକ ନିଷେଧର ନିୟମ ରହିଥାଏ ଏହି ସମୟରେ ରାନ୍ଧିବା କି ରନ୍ଧା ଖାଦ୍ୟ ଖାଇବାରେ ବାରଣ ରହିଥାଏ। ଆମ ସଂସ୍କୃତିରେ ଏହି ନୀତି କାହିଁ କେଉଁ କାଳରୁ ରହି ଆସିଛି। ହେଲେ ଏହାକୁ ଅନ୍ଧବିଶ୍ୱାସ ବୋଲି ବିଚାର କରି ହେତୁବାଦୀ ମାନେ ଏହି ନିୟମକୁ ଏକ ପ୍ରକାର ବିରୋଧ କରିଛନ୍ତି।
ଭୁବନେଶ୍ୱରରେ ବିଭିନ୍ନ ସ୍ଥାନର ହେତୁବାଦୀ ଏକାଠି ହୋଇ ରୋଷେଇ କରି ଖାଇଛନ୍ତି। ସାମୂହିକ ଭୋଜି ନାମରେ କିଛି ଲୋକ ଏକାଠି ହୋଇ ଭୋଜି ଭଳି ଆୟୋଜନ ହୋଇଛି। ଏଥିପାଇଁ କୌଣସି ପାକ ନିଷେଧ କରିବା କୌଣସି ଆବଶ୍ୟକତା ନାହିଁ ବୋଲି ସେମାନେ ମତ ରଖିଛନ୍ତି। ବିଜ୍ଞାନ ସମ୍ମତ ଜିନିଷକୁ ଅନ୍ଧବିଶ୍ୱାସ ନାମ ଦେବା ଠିକ ନୁହେଁ। ବିଜ୍ଞାନର ସତ୍ୟତା ଓ ସୂର୍ଯ୍ୟ ପରାଗର ସତ୍ୟତା ବାବଦରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏଭଳି ପ୍ରତିବାଦ କରିଥିବାର କହିଛନ୍ତି ହେତୁବାଦୀ। ଲୋକମାନେ ବାସ୍ତବବାଦୀ ହୁଅନ୍ତୁ ଓ ଵିଜ୍ଞାନକୁ ବିଶ୍ଵାସ କରନ୍ତୁ ବୋଲି ସେମାନେ ଆହ୍ୱାନ ଦେଇଛନ୍ତି।
ଭୁବନେଶ୍ୱର ଭଳି ବ୍ରହ୍ମପୁରରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ୨୦୨୦ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ଖାଦ୍ୟ ଗ୍ରହଣ କରିଥିଲୁ ଓ ଆଜି ମଧ୍ୟ ଖାଇଛୁ। କିଛି ଅସୁବିଧା ନାହିଁ ବୋଲି ମତ ରଖିଛନ୍ତି ଜଣେ ବ୍ୟକ୍ତି। ୨୦୨୭କୁ ଆସିବାକୁ ଥିବା ଏଭଳି ଘଟଣାକୁ ଆମେ ଉପଭୋଗ କରିବା ଉଚିତ। ଲୋକଙ୍କୁ ଆହ୍ୱାନ କରିବାକୁ ଆମର ପ୍ରଚେଷ୍ଟା ରହିଛି ବୋଲି ସେମାନଙ୍କର ମତ। ପରାଗ କହି ଲୋକମାନଙ୍କ ମନରେ ଭୟ ନ ଜନ୍ମାଇ ଅନ୍ଧ ବିଶ୍ୱାସ ତ୍ୟାଗ କରିବା ଉଚିତ ବୋଲି କହିଛନ୍ତି ହେତୁବାଦୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।