ହନିଟ୍ରାପରେ ସରକାରୀ ବାବୁ; ରୋଲେକ୍ସ ଘଣ୍ଟା ଆଇଫୋନ ଲୋଭରେ ହରାଇଲେ ୩୦ ଲକ୍ଷ ଟଙ୍କା

ସରକାରୀ ବାବୁ ଜଣେ ବିଦେଶୀ ମହିଳାଙ୍କ ପ୍ରେମରେ ପଡ଼ିଯାଇଥିଲେ ।  ଫେସବୁକ ମେସେଞ୍ଜର, ହ୍ବାଟସଆପ ମାଧ୍ୟମରେ ଚାଟିଂ କରି । ସୋସିଆଲ ମିଡିଆରେ ଅତିଘନିଷ୍ଟ ହୋଇଥିଲେ । ପରେ ବନ୍ଧୁତାର ସମ୍ପର୍କ ମିଛ ପ୍ରେମରେ ବଦଳିଯାଇଥିଲା ।

ହନିଟ୍ରାପରେ ସରକାରୀ ବାବୁ; ରୋଲେକ୍ସ ଘଣ୍ଟା ଆଇଫୋନ ଲୋଭରେ ହରାଇଲେ ୩୦ ଲକ୍ଷ ଟଙ୍କା

ହନିଟ୍ରାପରେ ସରକାରୀ ବାବୁ; ରୋଲେକ୍ସ ଘଣ୍ଟା ଆଇଫୋନ ଲୋଭରେ ହରାଇଲେ ୩୦ ଲକ୍ଷ ଟଙ୍କା

  • Share this:
News18 Odia Digital

ବାଲେଶ୍ୱର; ଦିନକୁ ଦିନ ବୃଦ୍ଧି ପାଉଛି ସାଇବର କ୍ରାଇମ । ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି ଠକ । ମୋଟା ଅଙ୍କ ଅର୍ଥର ଠକେଇର ଶିକାର ହେଉଛନ୍ତି ଅନେକ ବ୍ୟକ୍ତି । ଦୁଇ ଦିନ ତଳେ କଟକରୁ ସାଇବର ଠକାମୀର ଅଭିଯୋଗ ଆସିଥିଲା ଆଜି ପୁଣି ଏକ ଠକେଇ ଅଭିଯୋଗ ଆସିଛି ବାଲେଶ୍ୱରରୁ । ହନିଟ୍ରାପରେ ବାଲେଶ୍ଵର ଜଣେ ସରକାରୀ ବାବୁ । ରୋଲେକ୍ସ ଘଣ୍ଟା, ଆଇଫୋନ ଓ ଅନ୍ୟ ଦାମି ଗିଫ୍ଟ ଲୋଭରେ ବାବୁ ଜଣଙ୍କ ହରାଇଛନ୍ତି ୩୦ ଲକ୍ଷ ଟଙ୍କା । ସାଇବର ଥାନାରେ ଏନେଇ ମାମଲା ହେବା ପରେ ମାଷ୍ଟରମାଇଣ୍ଡ ନାଇଜେରିଆନ ଯୁବକ ଦିଲ୍ଲୀରୁ ଗିରଫ ହୋଇଛି ।, ନକଲି ପାସପୋର୍ଟ , ଭିସା ସହ ଲାପଟପ ଓ ଟଙ୍କା ଜବତ କରିଛି ପୋଲିସ ।



ସରକାରୀ ବାବୁ ଜଣେ ବିଦେଶୀ ମହିଳାଙ୍କ ପ୍ରେମରେ ପଡ଼ିଯାଇଥିଲେ ।  ଫେସବୁକ ମେସେଞ୍ଜର, ହ୍ବାଟସଆପ ମାଧ୍ୟମରେ ଚାଟିଂ କରି । ସୋସିଆଲ ମିଡିଆରେ ଅତିଘନିଷ୍ଟ ହୋଇଥିଲେ । ପରେ ବନ୍ଧୁତାର ସମ୍ପର୍କ ମିଛ ପ୍ରେମରେ ବଦଳିଯାଇଥିଲା । ବିଦେଶରୁ ବିଭିନ୍ନ ନାମି ଦାମି ଉପହାର ନେବା ଆଶାରେ ଠକାମିର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ ଦେଇଥିଲେ । ଏନେଇ ପୋଲିସ ୪/୨୨ ନମ୍ବରରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ତଦନ୍ତରେ ସବୁ ଗୁମର ଫିଟିଗଲା ।



ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ବିଦେଶୀ ମହିଳା ଜଣଙ୍କ ଉକ୍ତ ସରକାରୀ ବାବୁଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥିଲେ । ଏପରିକି ବିଦେଶରୁ ତାଙ୍କ ପାଇଁ ରୋଲେକ୍ସ ଘଂଟା ସମେତ ଆଇଫୋନ, ସୁନାଗହଣା ପଠେଇବା ପାଇଁ କହିଥିଲେ। ଏପରିକି ଉକ୍ତ ସମସ୍ତ ସାମଗ୍ରୀଗୁଡ଼ିକ ତାଙ୍କ ନିକଟକୁ ପଠାଇ ସାରିଛନ୍ତି ବୋଲି ମଧ୍ୟ ଚାଟିଂ ମାଧ୍ୟମରେ କହିଥିଲେ। ହେଲେ ଏହାରି ମଧ୍ୟରେ ମାଷ୍ଟର ମାଇଣ୍ଡ ଥିଲେ ଜଣେ ନାଇଜେରିଆନ ଯୁବକ । ସେ ତାଙ୍କର ଦୁଇ ଜଣ ବାନ୍ଧବୀ ଜେସିକା ଏବଂ ଜଏସିଙ୍କ ଦ୍ୱାରା ଏହି ସରକାରୀ ବାବୁଙ୍କୁ ଟ୍ରାପ କରିଥିଲେ । ତେବେ ଏହି ଘଟଣାରେ ଅନ୍ୟ ଜଣେ ବିଦେଶୀମହିଳା ନିଜକୁ ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଏୟାରପୋର୍ଟର କଷ୍ଟମ ଅଫିସର ପରିଚୟ ଦେଇ ତାଙ୍କର ସମସ୍ତ ସମାଗ୍ରୀ ଏୟାରପୋର୍ଟରେ ରହିଛି ଏବଂ ଟଙ୍କା ଦେଲେ ଉକ୍ତ ସାମଗ୍ରୀକୁ ଦିଆଯିବ ବୋଲି କହିଥିଲେ । ଉକ୍ତ କଷ୍ଟମ ଅଫିସର ବହୁବାର ବିଭିନ୍ନ ସିମରୁ ଏହି ସରକାରୀ ବାବୁଙ୍କୁ ଫୋନ କରି ତାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୨ଲକ୍ଷ, ୪ ଲକ୍ଷ ଏପରିକି କରି ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ ବୋଲି ସାଇବର ଥାନା ଅଧିକାରୀ ମୀନା ବିନ୍ଧାଣୀ ସୂଚନା ଦେଇଛନ୍ତି । ସରକାରୀ ବାବୁ ଜଣଙ୍କ ଠକାମିରେ ଶିକାର ହୋଇଥିବା ଜାଣି ପାରିବା ପରେ ଥାନାରେ ଦ୍ୱାରସ୍ଥ ହୋଇଥିଲେ ବୋଲି ପୁଲିସ କହିଛି । ଅନ୍ୟପଟେ ସରକାରୀ ବାବୁଙ୍କ ନିକଟକୁ ଆସିଥିବା ନମ୍ବରକୁ ଟ୍ରାକ କରିବା ପରେ ଏକ ସିମ ଜବତ କରିବା ସହ ନାଇଜେରିଆନ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଏକ ଟିମ ଗଠନ କରି ଏହି ନାଇଜେରିଆନ ଯୁବକଙ୍କୁ ଦିଲ୍ଲୀ ସ୍ଥିତ କିସାନଗଡ ଥାନା ଅଂଚଳରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଯୁବକଙ୍କ ସହଯୋଗୀମାନଙ୍କୁ ଧରିବାରେ ସଫଳ ହୋଇନଥିବା ବେଳେ ଏହି ଠକେଇରେ ଅଧିକ ବିଦେଶୀ ନାଗରିକ ସାମିଲ ଥିବା ସନ୍ଦେହ କରାଯାଉଛି । ଗିରଫ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ସେ ଦିଲ୍ଲୀ ସ୍ଥିତ କିସାନଗଡ ଅଂଚଳରେ ଏକ ଭଡାଘରେ ରହୁଥିଲା । ସେଠାରେ ୟୁକୋ ଏବଂ ଏସବିଆଇ ବ୍ୟାଙ୍କରେ ଜାଲି ଡକ୍ୟୁମେଟ ପ୍ରଦାନ କରି ଆକାଉଣ୍ଟ ଖୋଲି ଏପରି ଲୁଟ କରୁଥିଲେ । ଏବେ ବିଦେଶୀ ଠକ ବହୁଳ ଭାବରେ ଅନଲାଇନ ଠକେଇ କରୁଥିବାରୁ ଜନତାଙ୍କୁ ସାବଧାନ ହେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Published by:Soubhagya Mishra
First published: