ବୁଷ୍ଟର ଡୋଜ ପାଇଁ ରାଜ୍ୟରେ ଆଗ୍ରହ ଦେଖାଉନାହାଁନ୍ତି ଲୋକ
News18 Odia Digital
ଭୁବନେଶ୍ବର: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହଛନ୍ତି ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଓଡ଼ିଶା। ପ୍ରାୟ ୧୫ ଦିନ ହେବ ଏକ ହଜାରରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଦିଲ୍ଲୀରେ ଚତୁର୍ଥ ଲହର ଅତିକ୍ରମ କଲାଣି। ପ୍ରାୟତଃ ଆମେ ସେହି ଷ୍ଟେଜ ଅର୍ଥାତ ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ରହିଛୁ।
୨୦ ହଜାର ଉପରକୁ ଟେଷ୍ଟ ହେଉଥିବା ବେଳେ ମାତ୍ର ୭୦୦ ରୁ ୮୦୦ କେସ ଆସୁଛିl ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ଲକ୍ଷଣ କମ ଅଛି, ଡାକ୍ତରଖାନା ଭର୍ତ୍ତି ହେବା କମ ଅଛିl ରୋଗୀ ସଂଖ୍ୟା ବି ଡାକ୍ତରଖାନାରେ କମ ଅଛିl
ଟୀକାକରଣ ଫଳରେ ଲୋକଙ୍କ ଦେହରେ ଲକ୍ଷଣ କମ କରୁଛି ତେଣୁ ଏହା ଏକ ଷ୍ଟାଟିକ ଅବସ୍ଥାରେ ରହି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି। କରୋନାକୁ ମାତ ଦେବା ପାଇଁ ଟୀକାକରଣ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ଲୋକେ କିନ୍ତୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି।
କଟକ, ଖୋର୍ଦ୍ଧା, ସୁନ୍ଦରଗଡ଼, ପୁରୀ, ଅନୁଗୁଳ, ଜଗତସିଂପୁରରେ ଟୀକାକରଣ ପ୍ରତିଶତ କମ। ପ୍ରଥମ ଡୋଜ ନେଇଛନ୍ତି ୯୦ ପ୍ରତିଶତ ହିତାଧିକାରୀ। ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାଁନ୍ତି ଲୋକ, ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାଁନ୍ତି ବୁଷ୍ଟର ଡୋଜ।
ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାଁନ୍ତି ବୁଷ୍ଟର ଡୋଜ। ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ। ଯାହାକି ମାତ୍ର ୧୩ ପ୍ରତିଶତ। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟର ୨୫ ଲକ୍ଷ ଲୋକ ନେଇ ନାହାଁନ୍ତି ଦ୍ୱିତୀୟ ଡୋଜ ଟିକା। କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତରୁ କମ ଟୀକାକରଣ ହୋଇଛି।
ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟୀକାକରଣକୁ ଆଉ କମ ଦିନ ବାକି ଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ଅନୁରୋଧ କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରାଜ୍ୟରେ କୋଭିସିଲ୍ଡ ଟିକା କମ ରହିଥିବାରୁ କେନ୍ଦ୍ରକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।