କରୋନା ପ୍ରିକସନ ଡୋଜ ନେବାକୁ ଆସୁନାହାଁନ୍ତି ଲୋକ; ସରିଯିବ ମାଗଣା ଟିକା ନେବା ଅବଧି

କରୋନା ଔଷଧ ଶରୀର ଉପରେ କୁପ୍ରଭାବ ପକାଉଛି। ଶରୀରରେ ରହିଥିବା ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହେଉଥିବା ଆର.ଏମ.ଆର.ସି. ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

କରୋନା ପ୍ରିକସନ ଡୋଜ ନେବାକୁ ଆସୁନାହାଁନ୍ତି ଲୋକ

କରୋନା ପ୍ରିକସନ ଡୋଜ ନେବାକୁ ଆସୁନାହାଁନ୍ତି ଲୋକ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: କରୋନା ପ୍ରିକସନ ଡୋଜର ନେବାକୁ ଆସୁନାହାଁନ୍ତି ଲୋକ। ଏଯାଏଁ ମାତ୍ର ୨୫ ପ୍ରତିଶତ ଲୋକ ନେଇଛନ୍ତି ପ୍ରିକସନ ଡୋଜ। ତେବେ ସେପ୍ଟେମ୍ବର ୩୦ରେ ମାଗଣା ଠିକାର ଅବଧି ସରୁଛି। ଏହା ପୁର୍ବରୁ ଟିକା ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଲୋକଙ୍କୁ ଅପିଲ କରିଛି।

ସେପଟେ କରୋନା ଔଷଧ ଶରୀର ଉପରେ କୁପ୍ରଭାବ ପକାଉଛି। ଶରୀରରେ ରହିଥିବା ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହେଉଥିବା ଆର.ଏମ.ଆର.ସି. ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

କରୋନା ପ୍ରିକସନ ଡୋଜର ନେବାକୁ ଅମଙ୍ଗ ହେଉଛନ୍ତି ଲୋକ।। ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି। ମାଗଣା ଟିକା ନେବା ଅବଧି ସରି ଆସୁଥିବାବେଳେ ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ନେଇ ନାହାଁନ୍ତି ପ୍ରିକସନ ଡୋଜ। ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାଁନ୍ତି ପ୍ରିକସନ ଡୋଜ। ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ନେଇଛନ୍ତି ପ୍ରିକସନ ଡୋଜ। ୨୩ ଲକ୍ଷ ୩୨ ହଜାର ଲୋକ ଦ୍ବିତୀୟ ଡୋଜର ଟିକା ନେଇନାହାଁନ୍ତି। ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଆଗ୍ରହ ଦେଖାଉ ନାହାଁନ୍ତି ଲୋକ।

କରୋନା ଜନିତ ଔଷଧ ପକାଉଛି ଶରୀର ଉପରେ କୁପ୍ରଭାବ। ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଖାଉଥିଲେ ସାବଧାନ। ଶରୀରରେ ଥିବା ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇପାରନ୍ତି। ଫୁସ୍ ଫୁସ୍ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ। କୋଭିଡ୍ ଆକ୍ରାନ୍ତ ହେବା ପରେ ହୋମ ଆଇସୋଲେସନରେ ରହି ଆଣ୍ଟିବାୟୋଟିକ ମେଡିସିନ ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ନେଇ RMRC ଭୁବନେଶ୍ଵର ପକ୍ଷରୁ ହୋଇଥିବା STUDYରୁ ଏହି ତଥ୍ୟ ଆସିଛି। କୋଭିଡ ପାଇଁ ବ୍ୟବହାର ହୋଇଥିବା ଆଣ୍ଟିବାୟୋଟିକ ମେଡିସିନ ଦ୍ଵାରା ଗଳାରେ ଥିବା କିଛି ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଅପକାରୀ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଛି। ପ୍ରତି ପନ୍ଦର ଦିନରେ ଥରେ ମାସେ ଯାଏ କୋଭିଡ ଚିକିତ୍ସା ଲାଗି ଆଣ୍ଟିବାୟୋଟିକ ବ୍ୟବହାର କରିଥିବା ବ୍ୟକ୍ତିମାନଙ୍କର SWABକୁ ପରୀକ୍ଷା କରିଥିଲା ସଂସ୍ଥା।
ଯେଉଁଥିରେ ଉପକାରୀ ବ୍ୟାକ୍ଟେରିଆ ମାସେ ଯାଏ ଶରୀରରେ ରିଭାଇଭି ହୋଇନଥିବା ରିପୋର୍ଟରେ ଉଲ୍ଲେଖ ଅଛି।

ସେପଟେ ଅପକାରି ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଥିବାରୁ ଏହା ଗଳା ଦେଇ ସିଧା ଫୁସ୍ ଫୁସକୁ ଚାଲିଯାଉଥିବା ଜଣାପଡ଼ିଛି। ଯାହା ଫଳରେ କୋଭିଡ ପରବର୍ତ୍ତୀ ଜଟିଳତା ଦେଖାଯାଉଛି। ସେପଟେ ବିଶେଷଜ୍ଞଙ୍କ କହିବା ହେଲା ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଆଦୌ ଖାଇବା ଉଚିତ୍ ନୁହେଁ।

ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ କୋଭିଡ୍ ସମ୍ପୂର୍ଣ ନୂଆ ଥିବାରୁ ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ହୋଇଛି। କିନ୍ତୁ ନଷ୍ଟ ହୋଇଥିବା ଉପକାରୀ ବ୍ୟାକ୍ଟେରିଆ ଶରୀରରେ ପୁନର୍ଗଠିତ ହୋଇଯାଏ।

ପ୍ରକାଶ ଥାଉକି ଆଜାଦୀ କା ଅମୃତ ମହୋତ୍ସବ ପାଇଁ କେନ୍ଦ୍ର ସରକାର ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ଯାଏ ମାଗଣା ପ୍ରିକସନ ଟିକା ଦେବା ପାଇଁ ଘୋଷଣା କରିଥିଲେ।
Published by:Lipina Das
First published: