ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏକ ପ୍ରକାର ଫିକା ପଡ଼ିଲା କଂଗ୍ରେସର ଆନ୍ଦୋଳନ; ଚକଲେଟ ବାଣ୍ଟି ପ୍ରତିବାଦ କଲେ କର୍ମୀ

ଏକ ପ୍ରକାର ଫିକା ପଡ଼ିଲା କଂଗ୍ରେସର ଆନ୍ଦୋଳନ; ଚକଲେଟ ବାଣ୍ଟି ପ୍ରତିବାଦ କଲେ କର୍ମୀ

ବନ୍ଦ ପାଳନ ଏକ ପ୍ରକାର ଫିକା ପଡିଛି କହିଲେ ଠିକ ହେବ। ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସର ନେତା ଓ କର୍ମୀ ଏକାଠି ହୋଇ ରାଜରାସ୍ତାକୁ ଆସି ପ୍ରତିବାଦ କରିଛନ୍ତି l

ଏକ ପ୍ରକାର ଫିକା ପଡ଼ିଲା କଂଗ୍ରେସର ଆନ୍ଦୋଳନ; ଚକଲେଟ ବାଣ୍ଟି ପ୍ରତିବାଦ କଲେ କର୍ମୀ
କଂଗ୍ରେସର ବନ୍ଦ ଡାକରା ଫିକା ପଡ଼ିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 12, 2021, 7:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନରମି ଯାଇଛି କଂଗ୍ରେସ l ବନ୍ଦ ପାଳନ ଏକ ପ୍ରକାର ଫିକା ପଡିଛି କହିଲେ ଠିକ ହେବ। ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସର ନେତା ଓ କର୍ମୀ ଏକାଠି ହୋଇ ରାଜରାସ୍ତାକୁ ଆସି ପ୍ରତିବାଦ କରିଛନ୍ତି l କଂଗ୍ରେସ ବିଧାୟକ ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ମହିଳା, ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ ହରତାଳ କରିଛନ୍ତି l ସୁରକ୍ଷା ଦୃଷ୍ଟି ରୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା l

ବାଣୀବିହାର, ଆଚାର୍ଯ୍ୟ ବିହାର, ଏଜି, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବିମାନ ବନ୍ଦର, କଳ୍ପନା, ବରମୁଣ୍ଡା, ଖଣ୍ଡଗିରି, ଜୟଦେବ ବିହାର, ରସୁଲଗଡ ଆଦି ସ୍ଥାନ ରେ ଅପ୍ରିତୀକର ପରିସ୍ଥିତି ଉପୁଜିବା ଆଶଙ୍କାରେ ସାରା ଭୁବନେଶ୍ୱରରେ  ପ୍ଲାଟୁନ ୨୦ ପୋଲିସ ନିୟୋଜିତ ହୋଇଥିଲେ l ସବୁଠୁ ରୋଚକ ପୂର୍ଣ୍ଣ କଥା ହେଉଛି କଂଗ୍ରେସର ନିଆରା ଢଙ୍ଗରେ ପ୍ରତିବାଦ ହୋଇଛି ବାଣୀବିହାରରେ। ଲୋକଙ୍କୁ ଚକୋଲେଟ୍ ଦେଇ ପ୍ରତିବାଦ କରିଛି ଯୁବ, ଓ ଛାତ୍ର କଂଗ୍ରେସ। ବାଣୀ ବିହାର ଓ ମାଷ୍ଟର କ୍ୟନ୍ତିନ ଛକରେ ଏକାଠି ହୋଇ ପଥଚାରୀ, ବାଇକ୍ ଆରୋହି, ଅଟୋ ଓ ବସ ଚାଳକ ଏମାନଙ୍କୁ ଚକୋଲେଟ୍ ଦେବା ସହ ଶୃଙ୍ଖଳିତ ପ୍ରତିବାଦ କରିଛି ଦଳ।

ଚକୋଲେଟ ବାଣ୍ଟୁଛନ୍ତି ଜଣେ କଂଗ୍ରେସ କର୍ମୀ (ପ୍ରତୀକାତ୍ମକ ଛବି)


ପ୍ରତିବାଦ ସରିବା ପରେ କଂଗ୍ରେସ ଭବନରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ଵାଳ କହିଛନ୍ତି," ବନ୍ଦ ସଫଳ ହୋଇଛି । କଂଗ୍ରେସ କର୍ମୀ ହାଇକୋର୍ଟଙ୍କ ରାୟକୁ ମାନି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛନ୍ତି । ହେଲେ ସଂଗ୍ରାମ ଏଇଠି ଶେଷ ହେବ ନାହିଁ । ଏ ଲଢେଇ ଆଗାମୀ ଦିନରେ ଜାରି ରହିବ । ମମିତା ମେହେରଙ୍କ ପରିବାରକୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦେଇ ନାହାଁନ୍ତି ସେବେ ପର୍ଯ୍ୟନ୍ତ କଂଗ୍ରେସ ଚୁପ ବସିବ ନାହିଁ । ଦରକାର ପଡ଼ିଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ କଂଗ୍ରେସ"।

ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ (ପ୍ରତୀକାତ୍ମକ ଛବି)


ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,"ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ନଦେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରି ରଖିବ। ବିଜେଡ଼ି ସରକାରର ଅହଙ୍କାର ସୀମା ପାର କରିଛି । ମମିତା ମେହେରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । ନୂଆ କରି କଂଗ୍ରେସ ବନ୍ଦ ପାଳନ କରୁନାହିଁ । ରାଜ୍ୟ ସରକାର କୋର୍ଟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ଚଞ୍ଚକତା କରିଛନ୍ତି । ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ । ଗୋଟିଏ ମମିତା ମେହେର ନୁହେଁ, ବେବିନା, କୁନ୍ଦୁଲି, ମାଧଵିଲତା ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି । ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥଲେ ବନ୍ଦକୁ ବିଫଳ କରିବା ପାଇଁ, ତାହା ହୋଇପାରିଲା ନାହିଁ । ମମିତା ମେହେର ସମ୍ପର୍କରେ କଂଗ୍ରେସର ନିଷ୍ପତ୍ତି ବନ୍ଦ ଡାକରା ଥିଲା । ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ମଞ୍ଚରେ ବସାଇ ସୁରକ୍ଷା ଦେଉଥିବା କଥା ସ୍ପଷ୍ଟ କଲେ । ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରି ରଖିବ । ସତକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର । ରାଜ୍ୟ ନାରୀଙ୍କୁ ସୁରକ୍ଷା ମିଳୁନି ବୋଲି ସମସ୍ତେ ଜାଣି ସାରିଲେଣି । କେଵଳ କ୍ଷମତା ଓ ନିର୍ବାଚନ ବିଜୟକୁ ବିଜେଡି ଲକ୍ଷ୍ୟ କରିଛି"।

ସୁରକ୍ଷା ଦୃଷ୍ଟିରୁ କୋ଼ଡ଼ିଏ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ (ପ୍ରତୀକାତ୍ମକ ଛବି)


ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି,"କଂଗ୍ରେସ ଦିବ୍ୟ ଶଙ୍କର ମିଶ୍ର, ଗିରଫଦାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂତନ ଢାଞ୍ଚାରେ କଂଗ୍ରେସ ବନ୍ଦ କରିଛି । ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ହୋଇଥିବା ମକଦ୍ଦମା ଲଢୁଥିଲେ, ସେମାନେ ବିଜେଡ଼ି ଲିଗାଲ ସେଲର କର୍ମକର୍ତ୍ତା । ବିଜେଡ଼ି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ । ହାଇକୋର୍ଟଙ୍କ ରାୟ ସମସ୍ତ ରାଜନୈତିକ ଦଳ ଗୁଡିକ ପାଇଁ ଲାଗୁ ହେବା ଉଚିତ । କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ"।
Published by: Soumya Das
First published: November 12, 2021, 7:18 PM IST