ସୁନାବେଡ଼ାରେ ବାଘ ଆକ୍ରମଣ: ମହିଳାଙ୍କୁ ମାରିଛି କଲରାପତରିଆ ବାଘ- ପିସିସିଏଫ

ମହାବଳ ନୁହେଁ କଲରାପତରିଆ ବାଘ ଆକ୍ରମଣରେ ଯାଇଛି ମହିଳାଙ୍କ ଜୀବନ । ଏ ନେଇ ସ୍ପଷ୍ଟ କରିଛନ୍ତି ପିସିସିଏଫ । ଏଥିସହ କହିଛନ୍ତି ଯେ, 'ବାଘ ଉପରେ ନଜର ରହିଛି, ଲୋକଙ୍କୁ ସତର୍କ କରାଯାଇଛି' ।

ସୁନାବେଡ଼ାରେ ବାଘ ଆକ୍ରମଣ: ମହିଳାଙ୍କୁ ମାରିଛି କଲରାପତରିଆ ବାଘ- ପିସିସିଏଫ

ସୁନାବେଡ଼ାରେ ବାଘ ଆକ୍ରମଣ: ମହିଳାଙ୍କୁ ମାରିଛି କଲରାପତରିଆ ବାଘ- ପିସିସିଏଫ

  • News18 Odia
  • Last Updated :
  • Nuapada, India
  • Share this:
News 18 Odia Digital

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟରେ ବାଘ ଆକ୍ରମଣରେ (tiger attack) ମହିଳା ମୃତ୍ୟୁ ପ୍ରସଙ୍ଗ । ମହିଳାଙ୍କୁ କଲରାପତରିଆ (Leopard) ବାଘ ମାରିଥିବା କହିଛନ୍ତି ପିସିସିଏଫ । ମହାବଳ ନୁହେଁ କଲରାପତରିଆ ବାଘ ବୋଲି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ପିସିସିଏଫ । ଏଥିସହ କହିଛନ୍ତି ଯେ, 'ବାଘ ଉପରେ ନଜର ରହିଛି, ଲୋକଙ୍କୁ ସତର୍କ କରାଯାଇଛି' । ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ DFOଙ୍କୁ ନିର୍ଦ୍ଦେଶ ମିଳିଛି ।

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ (sunabeda Sanctuary) ଭିତରେ ଥିବା ଗାଁର ଜଣେ ବୃଦ୍ଧାଙ୍କୁ ବାଘ ମାରି ଦେଇଛି । ଯାହାକୁ ନେଇ ଅଭୟାରଣ୍ୟ ବାସିନ୍ଦାଙ୍କ ଭିତରେ ଆତଙ୍କ ଖେଳିଯାଇଛି । ରବିବାର (sunday) ଅପରାହ୍ନରେ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଡଲମଡେଇ ଗାଁର ୬୫ ବର୍ଷୀୟା ସାନମତି ବାରିକ ଘର ପାଖ ଜଙ୍ଗଲ (forest) ଭିତରକୁ କାଠ ସଂଗ୍ରହ ପାଇଁ ଯାଇ ଆଉ ଫେରି ନ ଥିଲେ ।

ଏହି ଖବର ପଢ଼ନ୍ତୁ -  ମାଗଣାରେ ମିଳୁଛି ସୁନା !: ନଦୀରୁ ସୁନା ସଂଗ୍ରହ କରିବାକୁ ଲୋକଙ୍କ ଭିଡ଼, ଭିଡିଓ ଭାଇରାଲ

ଗାଁ ଲୋକେ ରାତିରେ ଜଙ୍ଗଲ ଭିତରେ ଖୋଜାଖୋଜି କରିବା ପରେ ସାନମତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଶରୀରରେ ଥିବା କ୍ଷତ ଚିହ୍ନ ଓ ଖଣ୍ଡବିଖଣ୍ଡିତ ଅଂଶକୁ ଦେଖି, ବାଘ ଆକ୍ରମଣରେ ସାନମତିଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।
Published by:Soubhagya Mishra
First published: