ମହମ୍ମଦ ମୋକିମ, ନରସିଂହ ମିଶ୍ର ଓ ରମେଶ ଜେନାଙ୍କ ପାଇଁ ପିସିସି ସଭାପତିଙ୍କ ନୂଆ ପ୍ଲାନ

ଶରତ ପଟ୍ଟନାୟକ ଏମାନଙ୍କ ମାନ ଭଞ୍ଜନ ପାଇଁ ପ୍ଲାନ କରିଛନ୍ତି। ଯଦି ତାଙ୍କୁ ସଙ୍ଗଠନ ସୁଦୃଢ଼ କ୍ଷେତ୍ରରେ ଏହି ତିନି ନେତାଙ୍କ ସହିତ ଆଉ ଯିଏ ଅସହଯୋଗ କରନ୍ତି ତେବେ ସେମାନଙ୍କ ବିରୋଧରେ ଦଳ ନିହାତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ମହମ୍ମଦ ମୋକିମ, ନରସିଂହ ମିଶ୍ର ଓ ରମେଶ ଜେନାଙ୍କ ପାଇଁ ପିସିସି ସଭାପତିଙ୍କ ନୂଆ ପ୍ଲାନ

ମହମ୍ମଦ ମୋକିମ, ନରସିଂହ ମିଶ୍ର ଓ ରମେଶ ଜେନାଙ୍କ ପାଇଁ ପିସିସି ସଭାପତିଙ୍କ ନୂଆ ପ୍ଲାନ

  • Share this:
News18 Odia Digital

ଭୁବନେଶ୍ବର: ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶରତ ପଟ୍ଟନାୟକ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଏବେ ଏଥିରେ ବାଧକ ସାଜିଛନ୍ତି କିଛି ନେତା। ଯେଉଁମାନେ କି ପିସିସି ପକ୍ଷରୁ ବସୁଥିବା ବୈଠକକୁ ଆସୁନାହାଁନ୍ତି। ଯାହା ଭିତରେ ରହିଛନ୍ତି ମହମ୍ମଦ ମୋକିମ, ନରସିଂହ ମିଶ୍ର ଓ ରମେଶ ଜେନା।

ଶରତ ଏମାନଙ୍କ ମାନ ଭଞ୍ଜନ ପାଇଁ ପ୍ଲାନ କରିଛନ୍ତି। ଯଦି ତାଙ୍କୁ ସଙ୍ଗଠନ ସୁଦୃଢ଼ କ୍ଷେତ୍ରରେ ଏହି ତିନି ନେତାଙ୍କ ସହିତ ଆଉ ଯିଏ ଅସହଯୋଗ କରନ୍ତି ତେବେ ସେମାନଙ୍କ ବିରୋଧରେ ଦଳ ନିହାତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି ଅସହଯୋଗ ରିପୋର୍ଟ ଏଆଇସିସିକୁ ରିପୋର୍ଟ ଦେବ ପିସିସି। ବହୁ ଆଡମ୍ବର ଲଘୁ କ୍ରିୟା। ସଭାପତି ଭାବରେ ନାମ ଘୋଷଣା ହୋଇଥିଲା ମେ ମାସ ୨୩ ତାରିଖରେ, କିନ୍ତୁ ଆନୁଷ୍ଠାନିକ ଭାବରେ ୧୦ ତାରିଖରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ବହୁ ଆଡମ୍ବର ବି ହୋଇଥିଲା। ହେଲେ ଆରମ୍ଭରୁ ଫସର ଫାଟିଯାଇଥିଲା।

ମଞ୍ଚ ଉପରେ ଖାଲି ପଡ଼ିଥିଲା ଚେୟାରକୁ। ଯେଉଁଥିରେ ନେତାଙ୍କ ନାଁ ଲେଖାଯାଇଛି, କିଏ କେଉଁଠି ବସିବ? କଂଗ୍ରେସ ତାଲିକାରେ ଥିବା ନରସିଂହ ମିଶ୍ର, ମହମ୍ମଦ ମୋକିମ, ଭକ୍ତ ଦାସ ଓ ରମେଶ ଜେନା ଆସିନଥିଲେ ଦାୟିତ୍ୱ ଗ୍ରହଣ ସମାବେଶକୁ। ଯାହାକି କଂଗ୍ରେସ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି। ଘରେ ପସୁ ପସୁ ଶରତଙ୍କ ମୁଣ୍ଡରେ ଚାଳ ବାଜିଲାଣି। ଏହି ସମାବେଶରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ସହ ପ୍ରଭାରୀ ରୁଦ୍ର ରାଜୁ ପ୍ରାସାଦ, ଜୟଦେବ, ନିରଞ୍ଜନଙ୍କ ସମେତ ସବୁ ନେତା ଉପସ୍ଥିତ ରହିଥିଲେ। କିନ୍ତୁ ନିଜ ସିଙ୍ଘରେ ଏକୁଟିଆ ମାଟି ତାଡୁଥିବା ନରସିଂହ, ମୋକିମ ଓ ରମେଶଙ୍କ ଭଳି ଭେଟେରାନଙ୍କ ଅନୁପସ୍ଥିତି କଂଗ୍ରେସ କନ୍ଦଳକୁ ପଦାରେ ପକାଇ ଦେଇଛି।

ଯଦିଓ ଏହାକୁ କଂଗ୍ରେସ ନେତା କ୍ୟାମେରା ଆଗରେ ମାନିବାକୁ ନାରାଜ ସତ କିନ୍ତୁ ପଦରେ ପଡ଼ିଛି। ପିସିସି ସଭାପତି ହେବା ପରେ ଶରତ ପ୍ରଥମ ଥର ଲାଗି ଦିଲ୍ଲୀ ଯାଇଥିଲେ। ଗତ ୭ ତାରିଖରେ ଦିଲ୍ଲୀ ଯାଇ କଂଗ୍ରେସ ହାଇକାମଣ୍ଡ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରିଥଲା ଦଳ। ବିମାନ ବନ୍ଦରରେ ବଡ଼ ପଟୁଆରରେ ତାଙ୍କୁ ଅଣାଯାଇଥିଲା କଂଗ୍ରେସ ଭବନ। ସେଠାରେ ଦାୟିତ୍ୱ ଗ୍ରହଣ ସମାବେଶରେ ଯୋଗ ଦେବା ପରେ ଆଗେଇ ଥିଲା ସଭାକର୍ଯ୍ୟ। ସାରା ରାଜ୍ୟର ସବୁ ଜିଲ୍ଲାରୁ ଆସିଥିଲେ କଂଗ୍ରେସ କର୍ମୀ।

ଛାତ୍ର, ଯୁବ ଓ ମହିଳା କଂଗ୍ରେସ କର୍ମୀଙ୍କ ଉପସ୍ଥିତ ଦେଖି ନେତା ସେମାନକୁ ୨୦୨୪ ପାଇଁ ଫିଲ୍ଡ ରେଡି ପାଇଁ ଆହ୍ୱାନ ଦେଇଥିଲେ। ଶରତ ନିଜ ଅଭିଭାଷଣରେ କହିଥିଲେ କି ଏଥର ଯୁବକମାନଙ୍କୁ ମିଳିବ ଟିକେଟ। ଯିଏ ଦଳ ପାଇଁ ସମୟ ଦେବ ଦଳ ତାକୁ ସମ୍ମାନ ଦେବ। ଗୋଷ୍ଠୀଗତ ବିବାଦ ଭୁଲି ସମସ୍ତେ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ ଜଣକ ପରେ ଜଣେ ନେତା। ୨୦୨୪ ପୂର୍ବରୁ ଘର ସଜାଡ଼ିବା ଆରମ୍ଭ କରିଛି କଂଗ୍ରେସ।
Published by:Lipina Das
First published: