ଲୋକଙ୍କୁ ହଇରାଣ କରୁଥିବା ସରକାରୀ କର୍ମଚାରୀଙ୍କୁ ଦଣ୍ଡ ଦେବ କଂଗ୍ରେସ: ପିସିସି ସଭାପତି

ଯେଉଁ ଅଫିସରମାନେ କଂଗ୍ରେସ ନେତାମାନଙ୍କୁ ଜନସାଧାରଣଙ୍କୁ ହଇରାଣ ହରକତ କରିବ କଂଗ୍ରେସ ସେମାନଙ୍କର ଏକ ଚିଠା ପ୍ରସ୍ତୁତ କରିବ। କଂଗ୍ରେସ ସରକାର ଆସିଲେ ଏମାନଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ପିସିପି ସଭାପତି।

ଶରତ ପଟ୍ଟନାୟକ (ପ୍ରତିକାତ୍ମକ ଛବି)

ଶରତ ପଟ୍ଟନାୟକ (ପ୍ରତିକାତ୍ମକ ଛବି)

  • Share this:
News 18 digital

ନବରଙ୍ଗପୁର: କଂଗ୍ରେସ କିଭଳି ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପ୍ରଥମେ ଭୌଗୋଳିକ ଦୃଷ୍ଟିରୁ ବଡ ଜିଲ୍ଲା ମୟୁରଭଞ୍ଜରୁ ଆରମ୍ଭ କରିଥିବା ଜନ ସମ୍ପର୍କ ପଦ ଯାତ୍ରା ତାହା  ଦ୍ୱିତୀୟ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଛି ।

ଯେଉଁ ଅଫିସରମାନେ କଂଗ୍ରେସ ନେତାମାନଙ୍କୁ ହଇରାଣ ହରକତ କରୁଛନ୍ତି ଓ ଜନସାଧାରଣଙ୍କର ସମସ୍ୟାପ୍ରତି କର୍ଣ୍ଣାପତ କରୁନାହାନ୍ତି ସେମାନଙ୍କର କଂଗ୍ରେସ ଚିଠା ପ୍ରସ୍ତୁତ କରିବ। କଂଗ୍ରେସ ସରକାର ଆସିଲେ ଏମାନଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ପିସିପି ସଭାପତି।

ଉମରକୋଟରେ ଏକ ବିରାଟ ବାଇକ ରାଲିରେ ଉମରକୋଟ କଂଗ୍ରେସ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା । ଶ୍ରୀ ଶରତ ପଟ୍ଟନାୟକ କଂଗ୍ରେସ କର୍ମୀମାନଙ୍କୁ ସମର୍ଦ୍ଧିତ କରି କହିଥିଲେ କଂଗ୍ରେସର ଗଡ଼ ଉମକୋଟକୁ ଆଉଥିରେ କଂଗ୍ରେସର ଗଡ଼ ରୂପେ ଗଢ଼ି ତୋଳିବାକୁ ହେବ । ଏଥିପାଇଁ କଂଗ୍ରେସର ସମସ୍ତ ନେତୃବର୍ଗଙ୍କୁ ଏକ ହୋଇ କାମ କରିବାକୁ ପଡ଼ିବ। ଉଭୟ ବିଜେଡ଼ି ଓ ବିଜେପି ସରକାର ବିରୋଧରେ ପ୍ରତ୍ୟେକ ସ୍ତରରୁ ଲଢ଼େଇ ଆରମ୍ଭ ହେବ। ଉମରକୋଟର ବିଜେଡ଼ି ଦଳର ନେତା ସୋନରାଜ ଗଣ୍ଡଙ୍କ ନେତୃତ୍ୱରେ ଦୁଇ ହଜାରରୁ ଅଧିକ ବିଜେଡ଼ି କର୍ମୀଙ୍କୁ ସାଥିରେ ନେଇ କଂଗ୍ରେସରେ ମିଶିଛନ୍ତି ।ଉମରକୋଟରୁ ଶ୍ରୀ ପଟ୍ଟନାୟକ ରାଇଘର ଯାତ୍ରା କରିଥିଲେ ।

ରାଇଘର ଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି,"ବିଜେପି ଦୀର୍ଘ ୮ ବର୍ଷ ଧରି ଯେଉଁ ସବୁ ଜନସାଧାରଣଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଗୋଟିଏ ବି ପାଳନ କରିବାରେ ସମର୍ଥ ନୁହଁନ୍ତି । ଯେଉଁ ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା କଥା କୁହାଯାଇଥିଲା ତାହା ଆସିଛିକି ବୋଲି ପ୍ରଶ୍ନ କରିଥିଲେ । ୧୫ ଲକ୍ଷ ତ ଦୁରେ ଥାଉ ୧୫ ଟଙ୍କା ଆସିଲାକି? ଦରଦାମ ନିୟନ୍ତ୍ରଣ କରିବାରେ ଏ ସରକାର ବିଫଳ । ପ୍ରତିବର୍ଷ ୨ କୋଟି ଚାକିରି ଦେବା କଥା ୮ ବର୍ଷରେ ୧୬ କୋଟି ଚାକିରି ଦେବା ପରିବର୍ତେ ୪୫ କୋଟି ବେରୋଜଗାର ସୃଷ୍ଟି କରିଛନ୍ତି । ଠିକ ସେହିଭଳି ଭାବରେ ୨୨ ବର୍ଷ ଧରି ନବୀନ ବାବୁ ବିଜେଡ଼ି ସରକାର ଓଡ଼ିଶାକୁ ଲୁଟ କରିଚାଲିଛନ୍ତି । ଉଭୟ ସରକାର ଏକ ଅଗଣତାନ୍ତ୍ରିକ ସରକାର ଏମାନେ ଯୁବକ, କୃଷକ, ମହିଳା ଓ ବିଶେଷ କରି ନିମ୍ନ ଆୟକାରୀ ବର୍ଗ ଓ ମଧ୍ୟ ଆୟକାରୀ ବର୍ଗଙ୍କୁ ବିରୋଧ କରୁଛନ୍ତି।

ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ଭେଟି ସରାଗୁଡ଼ାରେ ରକ୍ତତୀର୍ଥ ତୁରୀ ନଦୀରେ ସ୍ୱାଧୀନତା ସଂଗ୍ରାମୀ ସୋନୁ ମାଝୀଙ୍କର ସ୍ମୃତିଚାରଣ କରିବା ସହିତ ତିଳତର୍ପଣ କରିଥିଲେ ପିସିସି ସଭାପତି । ଡାବୁଗାଁ ବ୍ଲକ କଂଗ୍ରେସ ନେତୃବର୍ଗ  ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଶ୍ରୀ ପଟ୍ଟନାୟକ ଉମରକୋଟରେ ପହଞ୍ଚିଥିଲେ।

ଜନସଂପର୍କ ଯାତ୍ରା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହିଦମିନାର ଠାରେ ପହଞ୍ଚିଲା ପରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ତାରା ବାହିନୀପତି,  ପୂର୍ବତନ ବିଧାୟକ ଭୁଜବଳ ମାଝି, ଦେବାଶିଷ ପଟ୍ଟନାୟକ, ସଦନ ନାୟକ, ନିମାଇ ସରକାର, ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଡ. ଲିପିକା ମାଝୀ ଏବଂ ରାଜ୍ୟସ୍ତରୀୟ ଏବଂ ଜିଲ୍ଳାସ୍ତରୀୟ କଂଗ୍ରେସ ନେତୃବର୍ଗ ୧୯୪୨ ମସିହାରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯେଉଁ ୧୯ ଜଣ ଯୁବ ଆଦିବାସୀ ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ ସେମାନଙ୍କର ସ୍ମୃତି ଚାରଣ କରିବା ସହିତ ମହାନ ସ୍ୱାଧୀନତା ସଂଗ୍ରାମୀ ପ୍ରତି ମୂର୍ତି ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Published by:Soumya Das
First published: