ଆର୍ଟିକିଲ ମାଧ୍ୟମରେ କଂଗ୍ରେସର ପରାଜୟର କାରଣ ବଖାଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କଂଗ୍ରେସ ଦଳର ଅନ୍ତଃକନ୍ଦଳ ବା ରଣନୀତିର ଅଭାବ ପାଇଁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ କରିପାରିଲା ନାହିଁ ବୋଲି ନିରଞ୍ଜନ ଉଲ୍ଲେଖ କରିଥିବା ବେଳେ ଶାସକ ଦଳର ଏକ ତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭ ନୁହେଁ ବୋଲି କହିଛନ୍ତି।

ଆର୍ଟିକିଲ ମାଧ୍ୟମରେ କଂଗ୍ରେସର ପରାଜୟର କାରଣ ବଖାଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ (ଫାଇଲ ଫଟୋ)

ଆର୍ଟିକିଲ ମାଧ୍ୟମରେ କଂଗ୍ରେସର ପରାଜୟର କାରଣ ବଖାଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ (ଫାଇଲ ଫଟୋ)

  • Share this:
News18 Odia Digital

ଭୁବନେଶ୍ବର: ଚର୍ଚ୍ଚାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆର୍ଟିକିଲ। ଦୈନିକ ଖବର କାଗଜରେ ନିର୍ବାଚନ ବିଜୟ ବନାମ ବିପର୍ଯ୍ୟସ୍ତ ଗଣତନ୍ତ୍ର ଶିର୍ଷକ ସ୍ତମ୍ଭରେ ନିଜ ପରାଜୟର କାରଣ ଉଲ୍ଲେଖ କରିବା ସହିତ ବିଜେଡିକୁ ଟାର୍ଗେଟ ମାରିଛନ୍ତି। ବିରୋଧୀ ବିଜେପିକୁ ବି ନିଶାନା କରିଛନ୍ତି ।

ସଦ୍ୟ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆକ୍ସନ ମୁଡକୁ ଆସିଛି କଂଗ୍ରେସ। ଏହି କ୍ରମରେ ପାଞ୍ଚ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଛନ୍ତି ଦଳର ହାଇକମାଣ୍ଡ। ଠିକ ଏହି ସମୟରେ ନିରଞ୍ଜନ ଲେଖିଥିବା ଆର୍ଟିକିଲ କେହି କେହି ବିଦାୟ ବାର୍ତ୍ତା ବୋଲି କହୁଛନ୍ତି। କଂଗ୍ରେସ ଦଳର ଅନ୍ତଃକନ୍ଦଳ ବା ରଣନୀତିର ଅଭାବ ପାଇଁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ କରିପାରିଲା ନାହିଁ ବୋଲି ନିରଞ୍ଜନ ଉଲ୍ଲେଖ କରିଥିବା ବେଳେ ଶାସକ ଦଳର ଏକ ତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭ ନୁହେଁ ବୋଲି କହିଛନ୍ତି।

କାହିଁକି କଂଗ୍ରେସ ପରାଜିତ ଓ ବିଜେଡି ଏକତରଫା ବିଜୟ ଲାଭ କରୁଛି ତା'ର କାରଣ ଦର୍ଶାଇବାକୁ ଯାଇ ନିରଞ୍ଜନ କହିଛନ୍ତି ପୂର୍ବ ତୁଳନାରେ ରାଜ୍ୟର ରାଜସ୍ୱ ବହୁ ପରିମାଣରେ ବଢ଼ିଛି । ବର୍ତ୍ତମାନ ପରି ଟଙ୍କିକିଆ ଚାଉଲ, ନରେଗା ରାସ୍ତା ତିଆରି ସେତେବେଳେ ସମ୍ଭବପର ନଥିଲା ତେଣୁ ଭୋଟର କହୁଛନ୍ତି ଆଗରୁ ପାଉନଥିଲୁ ଏବେ ପାଉଛୁ। ତେଣୁ ବର୍ତ୍ତମାନ ସରକାର ଆଗ ସରକାର ଠାରୁ ଭଲ। ସରକାରଙ୍କ ପାଇଁ ବିଶାଳା ଲାଭାର୍ଥୀ ବର୍ଗ ସୃଷ୍ଟି ହୋଇଛନ୍ତି।

ଆର୍ଟିକିଲ ମାଧ୍ୟମରେ କଂଗ୍ରେସର ପରାଜୟର କାରଣ ବଖାଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ


ପୂରା ରାଜ୍ୟ ବଜେଟକୁ ସରକାର ଭୋଟରଙ୍କୁ ଆକୃଷ୍ଠ କରିବାରେ ଲାଗିପଡ଼ିଛନ୍ତି। ସରକାର ସୁବିଧା ଦେଉଛନ୍ତି ଲୋକେ ଭୋଟ ଦେଉଛନ୍ତି । ୨୨ ବର୍ଷ ଧରି କ୍ଷମତାରେ ଥିବା ଦଳ ଦୈନିକ ଯେତିକି ଖର୍ଚ୍ଚ କରୁଛି ମାସକୁ ସେତିକି ଖର୍ଚ୍ଚ କରିବା ସ୍ଥିତିରେ ଆମେ ନଥିବା ନିରଞ୍ଜନ କହିଛନନ୍ତି। ଓଡ଼ିଶାରେ ଜାତି ଓ ଧର୍ମକୁ ନେଇ ଭୋଟ ହୁଏ ନାହିଁ। ବିଜେପିକୁ ସମାଲୋଚନା କରିବାକୁ ଏହା କହିଛନ୍ତି ଦଳର ହାଇକମାଣ୍ଡ ଯେତେବେଳେ ନବୀନ ବାବୁଙ୍କୁ ପ୍ରଂଶସା କରୁଛନ୍ତି ଏଠି ନବୀନଙ୍କୁ ଗାଳିମନ୍ଦ କରିବାରେ ଲାଭ କ'ଣ। ରାଜ୍ୟରେ ନିଯୁକ୍ତି ନାହିଁ କି ଆଇନ ଶୃଙ୍ଖଳା ନାହିଁ।

ଅନ୍ୟ ଦଳର ନେତାଙ୍କୁ ନେଇ ବିରୋଧୀଙ୍କୁ ଦୁର୍ବଳ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନନ୍ତି ନିରଞ୍ଜନ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନିରଞ୍ଜନଙ୍କ ସ୍ତମ୍ଭ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ରାଜ୍ୟରେ ଉଭୟ ଦଳ ହତ୍ୟା କରିଛନ୍ତି। ନିରଞ୍ଜନ ନିଜେ ଜିତି ପାରୁନଥିବା ବେଳେ ସେକଣ ରାଜ୍ୟକୁ ବିକଳ୍ପନେତୃତ୍ୱ ଦେବେ। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ଯେ ନିବୀନଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଶାସନ ଜନକଲ୍ୟାଣ ଯୋଜନ ପାଇଁ ବିଜେଡି ଲୋକଙ୍କ ନିକଟରେ ଗ୍ରହଣୀୟ। ବିରୋଧୀ ଅଯଥା କଥା କହି ବିଭ୍ରାନ୍ତି କରୁଛନ୍ତି।
Published by:Lipina Das
First published: