ସଡ଼କ ଦୁର୍ଘଟଣା ହାର କମେଇବାକୁ ଜାତୀୟ ରାଜପଥରେ ପାଟ୍ରୋଲିଂ କଡ଼ାକଡି଼ କରାଯିବ

ମଦ ପିଇ ଗାଡି଼ ଚ଼ଳାଉଥିବା ଲୋକଙ୍କ ଉପରେ ସରକାରଙ୍କ ବିଶେଷ ନଜର ରହିଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ଜାତୀୟ ରାଜପଥଗୁଡ଼ିକ ଉପରେ ଥିବା ସମସ୍ତ ବ୍ଲାକ୍ ସ୍ପଟ୍ ଚି଼ହ୍ନଟ କରି ତୃଟି ସୁଧାରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ ।

ସଡ଼କ ଦୁର୍ଘଟଣା ହାର କମେଇବାକୁ ଜାତୀୟ ରାଜପଥରେ ପାଟ୍ରୋଲିଂ କଡ଼ାକଡି଼ କରାଯିବ
‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ବିଜ୍ଞାପନରେ ଅଭିନେତା ଅକ୍ଷୟ କୁମାର
  • News18 Odia
  • Last Updated: December 19, 2019, 11:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ ଆସିବା ପରେ ରାଜ୍ୟରେ ସଡ଼କ ଦୁର୍ଘଟଣା ହାର ହ୍ରାସ ପାଇଛି, ହେଲେ ତାହା ସନ୍ତୋଷଜନକ ନୁହେଁ । ଏହି ହାରକୁ ଆହୁରି କମ୍‌ କରିବାକୁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ । ଜାତୀୟ ରାଜପଥରେ ପାଟ୍ରୋଲିଂକୁ କଡ଼଼ାକଡି଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଗାମୀ ତିନି ମାସର ଅବଧି ପରେ ଗାଁ ଠୁ ସହର ସବୁଠି ଚ଼େକିଂ କଡ଼ାକଡି଼ ହେବ ଓ ମଦ ପିଇ ଗାଡ଼ି ଚ଼ଳାଉଥିବା ଲୋକଙ୍କୁ କ୍ଷମା କରାଯିବ ନାହିଁ ବୋଲି ଲୋକସେବା ଭବନରେ ବସିଥିବା ସଡ଼କ ସୁରକ୍ଷା ବୈଠକରେ ସ୍ଥିର ହୋଇଛି ।

ଗତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ତୁଳନରେ ସେହି ଅବଧିରେ ଏ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁ ହାର ପ୍ରାୟ ୪.୫ ପ୍ରତିଶତ ହ୍ରାସ ପାଇଛି । ସେହିଭଳି କେବଳ ସେପ୍ଟେମ୍ବର ମାସର ଦୁର୍ଘଟଣାଜନିତ ମୃତ୍ୟୁ ହାର ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ କମିଛି ।

୨୦୧୯ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୪,୧୧୫ଟି ସଡ଼କ ଦୁର୍ଘଟଣା ହୋଇଛି, ଯାହା ଗତ ବର୍ଷ ତୁଳନାରେ ୭.୫ ପ୍ରତିଶତ କମ୍‌ । ରାଜ୍ୟରେ ଦୁର୍ଘଟଣାକୁ ୨୦ ପ୍ରତିଶତକୁ ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ଚାଲିଛି ପ୍ରଚେଷ୍ଟା । ଲୋକସେବା ଭବନରେ ବସିଥିବା ସଡକ ସୁରକ୍ଷା ବୈଠକରେ ଏ ନେଇ ହୋଇଛି ବ୍ୟପକ ଆଲୋଚନା ।

ମଦ ପିଇ ଗାଡି଼ ଚ଼ାଳନା କରୁଥିବା ଲୋକଙ୍କ ଉପରେ ସରକାରଙ୍କ ବିଶେଷ ନଜର ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ଆଠ ହଜାର ମଦୁଆ ଡ୍ରାଇଭର ଗିରଫ ହେଲେଣି । ୨୦୧୮ରେ ୫,୩୧୫ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଲେ ୫,୦୦୦ ଲୋକ ଗୁରୁତର ଆହତ ହୋଇଥିଲେ । ଗତ ୧୦ ବର୍ଷ ଭିତରେ ପାଖାପାଖି ୪୦,୦୦୦ ଲୋକ ରାଜ୍ୟରେ ମୃତ୍ୟୁବରଣ କଲେଣି ।

‘‘ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ଜାତୀୟ ରାଜପଥଗୁଡ଼ିକ ଉପରେ ଥିବା ସମସ୍ତ ବ୍ଲାକ୍‌ ସ୍ପଟ୍‌ ଚି଼ହ୍ନଟ କରି ତୃଟି ସୁଧାରିବା ପାଇଁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ ।

ପରିବହନ ବିଭାଗ ଅତ୍ୟଧିକ ଦୁର୍ଘଟଣାପ୍ରବଣ ସ୍ଥାନକୁ ଷ୍ଟ୍ରେଚ୍‌ ଆକାରରେ ଚିହ୍ନଟ କରିଛି ବୋଲି ସେ ଜଣେଇଛନ୍ତି । ଜଳେଶ୍ବରରୁ ଇଚ୍ଛାପୁର, ଭୁବନେଶ୍ବରରୁ ପୁରୀ, ସମ୍ବଲପୁରରୁ ସୋହେଲା, ସମ୍ବଲପୁରରୁ ରାଉରକେଲା, ମଙ୍ଗୁଳିରୁ ସମ୍ବଲପୁର ଏମିତି ପାଞ୍ଚଟି ଷ୍ଟ୍ରେଚ୍‌ ଟିହ୍ନଟ ସରିଛି । ଏହି ସ୍ଥାନରେ ପୋଲିସ ପାଟ୍ରୋଲିଂ ବଢାଇବା ସହ ଅଧିକ ଆମ୍ବୁଲାନ୍ସ ରଖିବା ପାଇଁ ପୋଲିସକୁ ୧୦ କୋଟି ଟଙ୍କା ଦିଆଯାଇଛି ।

ରାଜ୍ୟରେ ଜାତୀୟ ରାଜପଥଗୁଡ଼ିକରେ ମୋଟ ୧,୪୫୨ଟି ବ୍ଲାକ୍‌ ସ୍ପଟ୍‌ ରହିଛି । ଏ ସବୁର ଆଇଆଇଟି ଭୁବନେଶ୍ୱର (IIT Bhubaneswar) ଦ୍ବାରା ଅଡିଟ ହେବ । ତାପରେ ଇଂଜିନିୟରିଂ ଓ ମରାମତି କାମ ଛଅ ମାସ ମଧ୍ୟରେ ସରିବ ବୋଲି ପରିବହନ ସଚିବ ସୂଚନା ଦେଇଛନ୍ତି ।

ରାଜ୍ୟରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମାଗଣାରେ ଚି଼କିତ୍ସା ସେବା ଯୋଗାଇ ଦିଆଯାଉଛି । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରୋଡ଼ ସେଫଟି ସୋସାଇଟି ଫଣ୍ଡ୍‌ ତରଫରୁ ୧୦ କୋଟି ଟଙ୍କା ଦିଆଯାଇଛି । ଏହି ସେବା ଟ୍ୱିନ୍‌ ସିଟି କଟକ-ଭୁବନେଶ୍ବରରେ ଲାଗୁ ହୋଇଛି । ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେଓଗଡ ଓ ମାଲକାନଗିରିରେ ଦୁର୍ଘଟଣା ବଢ଼ୁଥିବାର ଦେଖାଯାଇଛି ।
First published: December 19, 2019, 11:16 AM IST