Omicron: ଚିନ୍ତା ବଢ଼ାଉଛି ସଂକ୍ରମଣ; ସାଧାରଣ ସମସ୍ୟା ଥିବା ରୋଗୀଙ୍କୁ ହସ୍ପିଟାଲ ନଯିବାକୁ ପରାମର୍ଶ

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ମତରେ ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ଏଠାରେ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ତେଣୁ ଧାରଣ ସମସ୍ୟା ଥିବା ରୋଗୀଙ୍କୁ ହସ୍ପିଟାଲ ନଯିବାକୁ ପରାମର୍ଶ ଦେଇଛନ୍ତି ସେ।

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ

  • Share this:
News18 Odia Digital

ଭୁବନେଶ୍ବର: ପ୍ରତି ଦିନ ହସ୍ପିଟାଲରେ ଅଧିକ ଗହଳି ହୁଏ। ଏଠାରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି। ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ। ଲୋକଙ୍କୁ ଏଭଳି ଉପଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଅନ୍ୟପଟେ ଏକ୍ସପର୍ଟଙ୍କ ମତ ଯେ ବାରମ୍ବାର କୋଭିଡ ଭୂତାଣୁ ରୂପ ବଦଳାଉଥିବା କାରଣରୁ ଆଗକୁ ଓମିକ୍ରନ ଭୂତାଣୁ ଯେ ଘାତକ ନହେବ ତାହା କହିବା ଅସମ୍ଭବ। ସେଥିପାଇଁ ଦରକାର ସତର୍କତା ଓ ସଚେତନତା।

ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ବିସ୍ଫୋରକ ହେବାରେ ଲାଗିଛି। ସ୍ଥିତି ଉପରେ ନଜର ରଖିଥିବା ରାଜ୍ୟ ସ୍ୱସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ ଆଗକୁ ସଂକ୍ରମଣ ବହୁ ଅଧିକ ହୋଇପାରେ। ତେଣୁ ନିହାତି ଆବଶ୍ୟକ ନଥିଲେ ଲୋକ ହସ୍ପିଟାଲକୁ ନଆସିବା ଜରୁରୀ। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ମତରେ ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଜରୁରୀ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ। ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି। ସେଠି ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ। ଏମିତିକି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି। ଏହା ବ୍ୟତୀତ ଏବେ ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ। ଏହାର ଉଦ୍ଦେଶ୍ୟ ଯେଭଳି ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି। ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି।

ରାଜ୍ୟରେ ସଟଡାଉନ ଓ ଲକଡାଉନ ଉପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଦ୍ୱିତୀୟ ଲହରର ପ୍ରଭାବ ଦେଖନ୍ତୁ, ଆଉ ଏଥରର ବି ପ୍ରଭାବ ଦେଖନ୍ତୁ। ସବୁ ଦିଗକୁ ଧ୍ୟାନରେ ରଖି ସରକାର ଉଚିତ୍ ପଦକ୍ଷେପ ନେଉଛନ୍ତି। ସରକାର କ'ଣ ପଦକ୍ଷେପ ନେଉଛନ୍ତି, ଆମେ ତାହାକୁ ଅପେକ୍ଷା କରିବା । ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି। ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖୁଛୁ ବୋଲି କହିଛନ୍ତି ସେ।

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ ସର୍ଭେଲାନ୍ସ ଚାଲିଛି, ଟିକାକରଣ ବି ଚାଲିଛି। ଗତ ବର୍ଷ ଏହି ପଜିଟିଭ ହାର ଓ ଏ ବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି। ସରକାର ଉଚିତ୍ ପଦକ୍ଷେପ ନେଉଛନ୍ତି । ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ୍ କମାଯିବ।

ଅନ୍ୟପଟେ ସମ୍ କୋଭିଡ କୋଭାକ୍ସିନ ସେଣ୍ଟରର ଚିଫ୍ ଇନଭେସ୍ଟିଗେଟର ଡାକ୍ତର ଇପାରୀ ଭେଙ୍କଟ ରାଓ ମଧ୍ୟ ଲୋକେ ଆବଶ୍ୟକ ନଥିଲେ ହସ୍ପିଟାଲକୁ ନଯିବା ଉଚିତ ବୋଲି କହିଛନ୍ତି। ତେବେ ସେ କହିଛନ୍ତି ବାରମ୍ବାର କୋଭିଡ ଭୂତାଣୁ ରୂପ ବଦଳାଉଥିବା କାରଣରୁ ଆଗକୁ ଓମିକ୍ରନ ଭାରିଆଣ୍ଟ ଯେ ଘାତକ ନହେବ ତାହା କହିବା ଅସମ୍ଭବ। ସେଥିପାଇଁ ଦରକାର ସତର୍କତା ଓ ସଚେତନତା। ଅନେକ ମଧ୍ୟ ଭାବୁଛନ୍ତି ଏଥର କୋଭିଡ ପ୍ରଭାବ କମ୍। ସେଭଳି ଭାବନା ଲୋକେ ନରଖି ପୂର୍ବ ଭଳି ସତର୍କ ରହିବା ଜରୁରୀ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବରିଷ୍ଠ ଡାକ୍ତର ନିରଜ ମିଶ୍ର କହିଛନ୍ତି, ‘‘ପୋଷ୍ଟ ଓମିକ୍ରିନରେ ବଡ଼ ଧରଣର ସମସ୍ୟା କିଛି ହେଉନାହିଁ। ଦୁଇ ତିନୋଟି ଲକ୍ଷଣ ଦେଖା ଦେଉଛି। ଗୋଟିଏ ହେଲା ଥ୍ରୋଡ୍ ପେନ ବହୁତ ହେଉଛି ଖାଦ୍ୟ ଖାଇବାକୁ କଷ୍ଟ ହେଉଛି, ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେବ। ଆଉ କିଛି ଲୋକଙ୍କ ଜ୍ବର ହେଉଛି। ତିନ ଚାରି ଦିନ ଭିତରେ କମିଯାଉଛି। ସବୁ ଲକ୍ଷଣ ତିନି ଚାରି ଦିନରେ କମିଯାଉଛି। ଏବେ ଦେଖାଯାଉଥିବା ଲକ୍ଷଣ ଡେଲଟା ଲକ୍ଷଣ ନୁହେଁ। ୟୁଏସ ଷ୍ଟଡି କହୁଛି ଓମିକ୍ରିନ ରୋଗୀଙ୍କୁ ଗୁରୁତର କରୁନାହିଁ। ପ୍ରତି ଶହେରେ ୬୦ ରୁ ୯୦ଜଣ ହେଉଛନ୍ତି ଲକ୍ଷଣ ବିହୀନ। ମୁମ୍ବାଇରେ ପିକରେ ପହଞ୍ଚି ଲାଣି। ହେଲେ ଓଡ଼ିଶାରେ ୧୦ ଦିନ ଲାଗିବ ପିକରେ ପହଞ୍ଚିବା ପାଇଁ। ଦୃତ ସଂକ୍ରମଣ ପଛର କାରଣ ହେଉଛି ଓମିକ୍ରିନ।

ବିଶେଷଜ୍ଞଙ୍କ ମତରେ ଏହା ସମସ୍ତଙ୍କୁ ସଂକ୍ରମଣ କରିବ। ଦୃତ ସଂକ୍ରମିତ ଫଳରେ ଦୁର୍ବଳ ଇମ୍ୟୁନିଟି ସୃଷ୍ଟି ହେବ। ଏବେ ବାୟୁରେ ଏହା ଵ୍ୟାପୁଛି। ଏହା ପାଞ୍ଚ ମିନିଟ ପର୍ଯ୍ୟନ୍ତ ସକ୍ରିୟ ରହୁଛି। ୨୦ ମିନିଟ ଭିତରେ ନିଷ୍କ୍ରିୟ ହେଇଯାଉଛି। ଏଵେ ଯେଉଁ ମୃତ୍ୟୁ ହେଉଛି ଡେଲଟା ଯୋଗୁଁ ହୋଇଥାଇପାରେ। କିନ୍ତୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ।
Published by:Lipina Das
First published: