ହସ୍ପିଟାଲରେ ବିଷାକ୍ତ ସାପ ଛାଡି ରୋଗୀ ଛୁ: କର୍ମଚାରୀଙ୍କ ମନରେ ଛନକା !

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଓପିଡି ଆଗରେ ଏକ ଡବା ଭିତରେ ସାପ ଛାଡି ଜଣେ ରୋଗୀ ଫେରାର୍ ।

ହସ୍ପିଟାଲରେ ବିଷାକ୍ତ ସାପ ଛାଡି ରୋଗୀ ଛୁ: କର୍ମଚାରୀଙ୍କ ମନରେ ଛନକା !

ହସ୍ପିଟାଲରେ ବିଷାକ୍ତ ସାପ ଛାଡି ରୋଗୀ ଛୁ: କର୍ମଚାରୀଙ୍କ ମନରେ ଛନକା !

  • News18 Odia
  • Last Updated :
  • Dhenkanal, India
  • Share this:
News 18 Odia Digital

ଢେଙ୍କାନାଳ: ହସ୍ପିଟାଲରେ ବିଷାକ୍ତ ସାପ (poison snake) ଛାଡି ରୋଗୀ ଛୁ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ (dhenkanal district headquarter hospital) ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ମୁଖ୍ୟ ଚିକିତ୍ସାଳୟ ଓପିଡି (opd) ଆଗରେ ଏକ ଡବା ଭିତରେ ସାପଟିକୁ ଛାଡି ଜଣେ ରୋଗୀ ପଳାଇଥିବା ଜଣାପଡିଛି।

ସୂଚନା ଅନୁସାରେ ଆଜି ସକାଳୁ ଜଣେ ସାପ କାମୁଡା ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ। ସାଥିରେ ସେ ସାପଟିକୁ ଏକ ପ୍ଲାଷ୍ଟିକ ଡବା (plastic bottle) ଭିତରେ ପୁରାଇ ନେଇ ଆସିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଓପିଡି ଆଗରେ ଡବାଟିକୁ ରଖି ଭିତରକୁ ଯାଇ ଚିକିତ୍ସିତ ହୋଇଥିଲେ। ପରେ ସାପଟିକୁ ସାଥିରେ ନନେଇ ଏକାକି ଫେରି ଯାଇଥିଲେ। ଡବା ଭିତରେ ଥିବା ସାପଟି ବାଉଁଶ ନଡିଆ ବୋଡା ବୋଲି ଜଣାପଡିଛି। ଏହି ସାପଟି ଏକ ବିଷାକ୍ତ ସାପ ବୋଲି ଜଣାପଡିଛି। ତେବେ ସାପ କାମୁଡା ରୋଗୀ ଜଣଙ୍କ କାହିଁକି ସାପଟିକୁ ଛାଡି ପଳାଇଲେ ତାହା ଜଣା ପଡିନାହିଁ ।

ସାପଟିକୁ ଜଣେ ମହିଳା ହାତରେ ଧରି ହସ୍ପିଟାଲକୁ ଆସିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସାପଟି ତାଙ୍କ ଶରୀରକୁ ଆକ୍ରମଣ କରିଥିବାରୁ ସେ ତାକୁ ସାଥିରେ ଧରି ଆସିଛନ୍ତି ବୋଲି କହିଥିଲେ। ଡବା ଭିତରେ ଥିବା ସାପକୁ ଦେଖିବା ପାଇଁ ହସ୍ପିଟାଲରେ ଲୋକଙ୍କ ଭିଡ ଲାଗିଥିଲା । ଦୀର୍ଘ ଚାରି ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ମହିଳା ଜଣଙ୍କ ସାପକୁ ନେବାକୁ ନଆସିବାରୁ ଶେଷରେ ହସ୍ପିଟାଲ କର୍ମଚାରୀ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଟିମର ସଦସ୍ୟ ମେଡିକାଲରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

ନଡିଆବୋଡା ସାପଟିର ଲମ୍ବ ପ୍ରାୟ ଦେଢଫୁଟ ହେବ ବୋଲି ଅନୁମାନ କରାଯାଉଛି। ସାପଟି ପ୍ରାୟ ଏକ ମାସର ବୋଲି ଅନୁମାନ କରାଯାଉଛି। ଯେହେତୁ ଏହା ଛୁଆ ସାପ ତେଣୁ ତାର ବିଷ ଅଧିକ ରହିଥିବା ସାପ ବିଶେଷଜ୍ଞମାନଙ୍କର ମତ ରହିଛି। ଡବା ଭିତରେ ଥିବା ସାପଟିକୁ ଉଦ୍ଧାରକାରୀ ଦଳ ଢେଙ୍କାନାଳ ମେଘା ସଂରକ୍ଷିତ ଜଙ୍ଗଲରେ ସଦର ରେଞ୍ଜ ବନ କର୍ମଚାରୀଙ୍କ ଉପସ୍ଥିତିରେ ସୁରକ୍ଷିତ ଭାବରେ ଛାଡି ଦେଇଥିବା ଜଣାପଡିଛି। ସାପଟିକୁ ମହିଳା ଜଣଙ୍କ କାହିଁକି ଛାଡି ପଳାଇଲେ ସେନେଇ ଯାଞ୍ଚ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଏହି ଖବର ପଢ଼ନ୍ତୁ - http://'ଗୁରୁଜୀ କହିଦେଲେ, ମୁଁ ଧନ୍ୟ ହେଇଗଲି', ପିଏମ ମୋଦିଙ୍କ ପାଇଁ କହିଲେ ନାଗାଲାଣ୍ଡ ବିଜେପି ଅଧ୍ୟକ୍ଷ

"ଢେଙ୍କାନାଳ ଜିଲ୍ଲାରେ ମୋଟ ଆଠ ପ୍ରଜାତିର ବିଷାକ୍ତ ସାପ ରହିଛନ୍ତି। ଆଠ ପ୍ରଜାତିର ସାପ ହେଲେ ଚନ୍ଦନ ବୋଡା, ଚିତି, ନାଗ, ତମ୍ପ, ବାଉଁଶ ନଡିଆବୋଡା,  କଟକଟିଆ ବୋଡା ଓ ରଣା ସାପ। କିଛି ଦିନ ପୂର୍ବରୁ ମହା ଶିବରାତ୍ରୀରେ କପିଳାସ ପୀଠରେ ଭକ୍ତଙ୍କ ଗହଣରୁ ଏହି ବାଉଁଶ ନଡିଆ ବୋଡା ପ୍ରଜାତିର ଦୁଇଟି ବିଶାଳକାୟ ସାପ ମଧ୍ୟ ଧରା ହୋଇଥିଲେ ବୋଲି ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳର ସଦସ୍ୟ ମାନେ କହିଛନ୍ତି।"
Published by:Soubhagya Mishra
First published: