ଫେବୃଆରୀ ୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟରୀୟମ୍; ୫୦ ଜଣ ଦର୍ଶକ ନେଇ ଚାଲିବ ୩ଟି ଶୋ

କୋଭିଡ କଟକଣା ମାନି ବୁର୍ଲା ସ୍ଥିତ ଏ.ପି.ଜେ. ଅବଦୁଲ କଲାମ ପ୍ଲାନେଟରୀୟମ ବି ଖୋଲିବ ଫେବୃଆରୀ ୨ରୁ । କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଦୀର୍ଘ ୧୧ ମାସ ଧରି ବନ୍ଦ ରହିଥିଲେ ଏହି ଦୁଇଟି ଲୋକପ୍ରିୟ ସଂସ୍ଥା ।

ଫେବୃଆରୀ ୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟରୀୟମ୍; ୫୦ ଜଣ ଦର୍ଶକ ନେଇ ଚାଲିବ ୩ଟି ଶୋ
ପଠାଣି ସାମନ୍ତ ପ୍ଲାନେଟରିୟମ
  • News18 Odia
  • Last Updated: January 30, 2021, 6:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୀର୍ଘ ୧୧ ମାସ ବନ୍ଦ ରହିବା ପରେ ଫେବୃଆରୀ ୨ ତାରିଖରୁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ ଓ ବୁର୍ଲା ସ୍ଥିତ ଏ.ପି.ଜେ. ଅବଦୁଲ କଲାମ ପ୍ଲାନେଟରୀୟମ ଖୋଲିବ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଚାଲିବ ଶୋ’। ହଲ୍‌ କ୍ଷମତାର ୫୦% ଲୋକଙ୍କୁ ନେଇ ଶୋ’ ଚଳାଇବାକୁ ଦୁଇଟି ଯାକ ସଂସ୍ଥାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମରେ ମାତ୍ର ୫୦ ଜଣ ଲେଖାଏଁ ଲୋକଙ୍କୁ ନେଇ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ମାତ୍ର ତିନୋଟି ଶୋ’ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମଙ୍ଗଳବାର ଅର୍ଥାତ ୨ ତାରିଖରୁ ପଠାଣି ସାମନ୍ତ ପ୍ଲାନେଟରୀୟମ ଖୋଲିବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଏହାର କର୍ତ୍ତୃପକ୍ଷ । ପ୍ରଥମ ପର୍ଯ୍ୟାୟରେ ମାତ୍ର ୩ଟି ଶୋ’ ହେବ । ଦିନ ୨ଟା, ୩ଟା ୩୦ ଓ ୫ଟା ରେ ଚାଲିବ ଶୋ’। ପ୍ରତି ଶୋ’ ଦେଖିବା ପାଇଁ ମାତ୍ର ୫୦ ଜଣ ଲୋକଙ୍କୁ ମିଳିବ ଅନୁମତି ।

ଏହା ବି ପଢ଼ନ୍ତୁ ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ

ପଠାଣି ସାମନ୍ତ ପ୍ଲାନେଟରିୟମର ହଲ କାପସିଟି ୧୭୦ ଥିଲେ ବି ପ୍ରଥମେ ପରୀକ୍ଷାମୂଳକ ଭାବେ ୫୦ ଜଣଙ୍କୁ ଛଡା ଯିବ। ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ନିୟମ ମାନିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି । ବର୍ତ୍ତମାନ ଅଫଳାଇନରେ ପୂର୍ବ ଭଳି ଟିକେଟ୍‌ ମିଳିବ, ହେଲେ ଖୁବ୍‌ ଶୀଘ୍ର ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

‘‘ଆର୍ଥିକ କ୍ଷତି ଜୀବନ ହାନି ଠୁ ବଡ଼ କ୍ଷତି ନୁହେଁ। ଯଦିଓ ଆମର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି, କିନ୍ତୁ ସମସ୍ତେ ସୁରକ୍ଷିତ ରହିଛନ୍ତି ତାହା ବଡ଼ କଥା । ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ମାନି ଫେବୃଆରୀ ୨ରୁ ଆରମ୍ଭ କରିବୁ ଶୋ’। ଭିତରେ ଗହଳି କେମିତି ନ ହେବ ସେଥି ପ୍ରତି ସବୁ ସମ୍ଭବ ପଦକ୍ଷେପ ନେବୁ,’’ କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରୀୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ମାବାପା ଅଫିସରେ ଥିବା ବେଳେ ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; CCTV କ୍ୟାମେରାରେ ଧରା ପଡ଼ିଲା; ଦେଖନ୍ତୁ VIDEO

କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଦୀର୍ଘ ୧୧ ମାସ ବନ୍ଦ ରହିଥିବାରୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଛି ପଠାଣି ସାମନ୍ତ ପ୍ଲାନେଟରୀୟମ । ପ୍ରତି ବର୍ଷ ପ୍ଲାନେଟରୀୟମକୁ ହାରାହାରି ଦେଢ଼ ଲକ୍ଷ ଲୋକ ଆସିଥାନ୍ତି ଶୋ’ ଦେଖିବାକୁ । ସାଧାରଣତଃ ଶୀତ ଦିନରେ, ଡିସେମ୍ବର ୨୫ରେ ଓ ନୂଆ ବର୍ଷ ଦିନ ସବୁ ଠାରୁ ଅଧିକ ଲୋକ ଆସୁଥିବା ବେଳେ ଗୋଟିଏ ଦିନରେ ୨୦ରୁ ୨୫ଟି ଶୋ’ ଆୟୋଜିତ ହୁଏ ଏଠାରେ ।

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ପଠାଣି ସାମନ୍ତ ପ୍ଲାନେଟୋରୀୟମର ବାର୍ଷିକ ଆୟ ପ୍ରାୟ ୩୦ ଲକ୍ଷ ଟଙ୍କା । ହେଲେ ଏ ଥର ଆର୍ଥିକ ବର୍ଷ ଆରମ୍ଭରୁ, ଅର୍ଥାତ ମାର୍ଚ୍ଚ ମାସରୁ, ହିଁ ବନ୍ଦ ରହିଥିଲା ଏହି ପ୍ଲାନେଟୋରିୟମ । ଏବେ ପ୍ଲାନେଟୋରିୟମ ପୁଣି ଖୋଲୁଥିବାରୁ ଛାତ୍ରଛାତ୍ରୀମାନେ ଓ ସାଧାରଣ ଲୋକ ଖୁସି ପ୍ରକାଶ କରିଛନ୍ତି ।



ସମୟ କ୍ରମେ ନିୟମ କୋହଳ ହେବା ସହ ଅଧିକ ଲୋକଙ୍କୁ ଶୋ’ ଦେଖିବାର ସୁଯୋଗ ମିଳିବ। ମାର୍ଚ୍ଚ ମାସରେ ଦୁଇଟି ନୂଆ ଶୋ’ ଲଞ୍ଚ ହେବା ନେଇ ମଧ୍ୟ ଯୋଜନା ରହିଛି ।
Published by: Anand Shankar Thankur Das
First published: January 30, 2021, 6:28 PM IST