ଜନପଥରେ ପୁଣି ଜମିବ ପଥ ଉତ୍ସବ; ଖ୍ରୀଷ୍ଟମାସ ଅବସରରେ ହେବ ଆରମ୍ଭ

ପ୍ରଥମ ପଥ ଉତ୍ସବରେ ହକି ବିଶ୍ୱକପ୍ ଟ୍ରଫିକୁ କରାଯିବ ସ୍ଵାଗତ। ଗ୍ରାଣ୍ଡ ସେଲିବ୍ରେସନ ସହ ଲୋକଙ୍କ ଗହଣରେ ହେବ ସ୍ଵାଗତ।

ଜନପଥରେ ପୁଣି ଜମିବ ପଥ ଉତ୍ସବ

ଜନପଥରେ ପୁଣି ଜମିବ ପଥ ଉତ୍ସବ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ହକି ବିଶ୍ଵକପ ପାଇଁ ପଥୋତ୍ସବ। ଡିସେମ୍ବର ୨୫ରୁ ପୁଣି ରାସ୍ତାରେ ଜମିବ ଉତ୍ସବ। ହକି ଫିଭର ଜମିବ ଜନପଥରେ। ଜାନୁଆରୀ ୧୩ରୁ ଆରମ୍ଭ ହେବ ବିଶ୍ଵକପ ମ୍ୟାଚ୍। ଦେଶ ବିଦେଶରୁ ଖେଳାଳି ସାଙ୍ଗକୁ ଲାଗିବ ପର୍ଯ୍ୟଟକ ଓ ଦର୍ଶକଙ୍କ ଭିଡ଼। ସେଥିପାଇଁ ସଜେଇ ହେବାରେ ବ୍ୟସ୍ତ ରାଜଧାନୀ ଭୁବନେଶ୍ୱର। ୨୫ରେ ଆସିବ ହକି ଟ୍ରଫି। ତାକୁ ସ୍ଵାଗତ କରିବାକୁ ସଜବାଜ ହେଉଛି ବିଏମସି। ସେପଟେ କାମ ତଦାରଖରେ ବ୍ୟସ୍ତ ବିଡିଏ।

ଆଗକୁ ହକି ବିଶ୍ୱକପ୍। ଜାନୁଆରୀ ୧୩ ରୁ ୨୫ ରାଉରକେଲା ଓ ଭୁବନେଶ୍ୱରରେ ଆୟୋଜିତ ହେବ ହକି ବିଶ୍ଵକପ। ଏହା ପୂର୍ବରୁ ହକି ଟ୍ରଫି ଆସି ପହଞ୍ଚିବ ରାଜଧାନୀରେ। ସେଥିପାଇଁ ପୁଣି ଭୁବନେଶ୍ୱରରେ ଆୟୋଜନ ହେବ ପଥ ଉତ୍ସବ। ଏହି ଅବସରରେ ହକିର ଟ୍ରଫିକୁ ସ୍ଵାଗତ କରାଯିବ। ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଜମିବ ଉତ୍ସବ।

ଖ୍ରୀଷ୍ଟମାସ ଅବସରରେ ଆରମ୍ଭ ହେବ ପଥ ଉତ୍ସବ


ଏହା ପରେ ୮ ଓ ୧୫ ତାରିଖ ରେ ବିଶ୍ୱକପ୍ ହକି ସମୟରେ ଦୁଇ ରବିବାର ମଧ୍ୟ ଏହି ପଥ ଉତ୍ସବ ହେବ। ଯେଉଥିରେ ଭୁବନେଶ୍ୱରବାସୀଙ୍କ ସହ ବିଭିନ୍ନ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ମଧ୍ୟ ସାମିଲ ହେବେ। ଡିସେମ୍ବର ୨୫ ତାରିଖରେ ପ୍ରଥମେ ଟ୍ରଫି ବିମାନ ବନ୍ଦରରେ ଆସି ପହଞ୍ଚିବ। ସେଠାରେ କ୍ରୀଡ଼ା ମନ୍ତ୍ରୀ, ମେୟର ଓ ଅନ୍ୟାନ୍ୟ ଅଧିକାରୀମାନେ ପାରମ୍ପରିକ ଢ଼ଙ୍ଗରେ ସ୍ଵାଗତ କରିବେ। ଏହାପରେ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦ ପାଇ ଟ୍ରଫିକୁ ନେଇ ଯିବାର କାର୍ଯ୍ୟକ୍ରମ ରହିଛି।

ଏହାସହ ଏସପ୍ଲାନେଡ ମଲରେ ଲୋକଙ୍କ ସହ ସ୍ଵାଗତ କରାଯିବ, କିଟ୍ କ୍ୟାମ୍ପସ ଖେଳାଳିଙ୍କୁ ନେଇ ସ୍ଵାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଭିତରେ ବିଭିନ୍ନ ଛକ ଓ ଗହଳି ସ୍ଥାନ ଦେଖି ଟ୍ରଫିକୁ ସ୍ଵାଗତ କରାଯିବ ବୋଲି ବିଏମସି କମିଶନର କହିଛନ୍ତି।

ଜନପଥରେ ପୁଣି ଜମିବ ପଥ ଉତ୍ସବ


ସେପଟେ ହକି ବିଶ୍ଵକପ ପୂର୍ବରୁ ସହର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦେଇଛି ବିଡିଏ।। ହକି ବିଶ୍ଵକପ ପାଇଁ ହାତରେ କମ ସମୟ ଥିବାବେଳେ କାମ ବୁଲି ଦେଖିଛନ୍ତି ବିଏମସି ଓ ବିଡିଏ ଅଧିକାରୀ। ଆଚାର୍ଯ୍ୟ ବିହାର ଠାରୁ ରାଜମହଲ, କଳ୍ପନା ବିଭିନ୍ନ ଅଞ୍ଚଳରେ ଚାଲୁଥିବା କାମର ତଦାରଖ କରିଛନ୍ତି ବିଏମସି କମିଶନର ଓ ବିଡିଏ ଉପାଧ୍ୟକ୍ଷ।

ରାସ୍ତା ମରାମତି, ଟ୍ରାଫିକ, ପାର୍କିଂ ଓ ଅନ୍ୟାନ୍ୟ ବ୍ୟୁଟିଫିକେଶନ କାମ ତଦାରଖ କରିଛନ୍ତି। ହକି ବିଶ୍ଵକପ ପୂର୍ବରୁ ସମସ୍ତ କାମ ଶେଷ ହେବ ବୋଲି ଆଶ୍ୱାସନା ଦେଇଛନ୍ତି।

ସେହିଭଳି ଝୁଲି ରହିଥିବା ବିଭିନ୍ନ ବିଦ୍ୟୁତ୍ ତାର, ଇଣ୍ଟରନେଟ କେବୁଲ କିଭଳି ସଫେଇ ହେବ ତା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଦ୍ଵିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍। ଜୋରଦାର ଚାଲିଛି ପ୍ରସ୍ତୁତି। ଷ୍ଟାଡିୟମ୍ ଠାରୁ ସହରର କାନ୍ଥ ବାଡ଼ ସବୁଠି ହକି ଫିଭର।
Published by:Lipina Das
First published: