BasicFirst ର ଉନ୍ନତ ଇ-ଲର୍ଣ୍ଣିଂ ପ୍ରୋଗ୍ରାମରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୌଣସି ଅସୁବିଧା ନାହିଁ

BasicFirst ଆପଣଙ୍କୁ JEE (JEE Main + JEE Advanced), BITSAT, NEET, AIIMS, NTSE, KVPY, CBSE, ଦ୍ୱାଦଶ ବୋର୍ଡ଼ (ବାଣିଜ୍ୟ), ରାଜ୍ୟ ବୋର୍ଡ଼ ଦଶମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ସପ୍ତମ ଶ୍ରେଣୀ , ଅଷ୍ଟମ ଶ୍ରେଣୀ  ଏବଂ ନବମ ଶ୍ରେଣୀ ସହ ସମସ୍ତ ଶିକ୍ଷା ବୋର୍ଡ଼ ପାଇଁ ପ୍ରଶିକ୍ଷିତ କରେ ଏବଂ ପ୍ରସ୍ତୁତ କରେ ।

BasicFirst ର ଉନ୍ନତ ଇ-ଲର୍ଣ୍ଣିଂ ପ୍ରୋଗ୍ରାମରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୌଣସି ଅସୁବିଧା ନାହିଁ
Photo by WebFactory Ltd on Unsplash
  • News18 Odia
  • Last Updated: October 16, 2020, 6:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ଯେତେବେଳେ ଶିକ୍ଷା ଗ୍ରହଣ କରିବା କଥା ଆସେ, ସେତେବେଳେ ଅନେକ ବିଷୟରେ ଧ୍ୟାନ ଦେବାକୁ ହୋଇଥାଏ । ଆପଣଙ୍କ ପିଲାମାନେ କଣ କରିବାକୁ ଚାହାଁନ୍ତି ତାହା ବୁଝିବା ବ୍ୟତୀତ, ସେହି ଲକ୍ଷ୍ୟ ହାସଲ କରିବାରେ ସେମାନଙ୍କୁ କିପରି ସାହାଯ୍ୟ କରିବେ ତାହା ମଧ୍ୟ ଜାଣିବାକୁ ପଡ଼ିବ ।  ବେଳେବେଳେ ଏହାର ଅର୍ଥ ହେଉଛି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ସେମାନଙ୍କ ଧ୍ୟାନ ସ୍ଥିର ରଖିବା ଏବଂ ପ୍ରତିବଦ୍ଧତା ସୃଷ୍ଟି କରିବା ପାଇଁ ଆଗୁଆ ପ୍ରସ୍ତୁତ  କରିବା ଏବଂ ସେମାନେ ଯେପରି କୌଣସି ପ୍ରକାରେ ଚାପ କିମ୍ବା ସଂଘର୍ଷ କରନ୍ତି ନାହିଁ ତାହା ନିଶ୍ଚିତ କରିବା ।

ବୈଷୟିକ କ୍ଷେତ୍ର ପାଇଁ ପ୍ରସ୍ତୁତ ହେବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ପ୍ରବେଶିକା ପରୀକ୍ଷାରେ ସଫଳ ହେବାକୁ ହେବ । ସେମାନେ ନିଜ କାର୍ଯ୍ୟକୁ ଏକାକୀ କରିବା ପାଇଁ ଶୃଙ୍ଖଳା, ଯୋଜନା ଏବଂ ଶିକ୍ଷା ଆବଶ୍ୟକ କରନ୍ତି ।

ଯେତେବେଳେ ପ୍ରତିଯୋଗିତାମୂଳକ ପରୀକ୍ଷା କଥା ଆସେ, ସେତେବେଳେ ପ୍ରସ୍ତୁତି ଶୀଘ୍ର ଆରମ୍ଭ ହୋଇପାରେ ।  ଆପଣଙ୍କ ପିଲାର ମୌଳିକ ଧାରଣା ଉପରେ ଏକ ହେଡଷ୍ଟାର୍ଟ ଦେବା ପାଇଁ ଭଲ ଉପାୟ ହେଉଛି,  ଯେତେବେଳେ ପିଲାକୁ 12 ବର୍ଷ ବୟସ ହୁଏ ଏବଂ ସେ ଷଷ୍ଠ ଶ୍ରେଣୀରେ ପ୍ରବେଶ କରେ ସେବେଠାରୁ ଏଥିପାଇଁ ଆରମ୍ଭ କରିବା ।

ଏକ ଦକ୍ଷତା-ଆଧାରିତ ବ୍ୟକ୍ତିଗତ ପ୍ଲାଟଫର୍ମ BasicFirstରେ ପ୍ରବେଶ କରନ୍ତୁ । ଏଠାରେ ଅଛି  'ଜଣେ ଛାତ୍ର ପାଇଁ ଜଣେ କୋଚ୍' ବ୍ୟବସ୍ଥା ସହ ସାରା ଦେଶର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନରୁ କୋଚ୍ ଭାବେ ଥିବା ଅଭିଜ୍ଞ ଶିକ୍ଷାବିତ୍ ଙ୍କ ଏକ ଦଳ । ଏହା ଆପଣଙ୍କ ପିଲାକୁ ନିଶ୍ଚିତ ସଫଳତା ହାସଲ କରାଇବାରେ ସାହାଯ୍ୟ କରିବ ।  ଶିକ୍ଷା ବୃତ୍ତିରେ 35 ବର୍ଷ ଧରି ଜଡ଼ିତ ଥିବା  ଆମର ବିଶେଷଜ୍ଞମାନେ ସମୟ ଦେଇ ଛାତ୍ରମାନଙ୍କର ଦକ୍ଷତା ଏବଂ ଦୁର୍ବଳତାକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତି ଓ ସେମାନଙ୍କୁ ସଠିକ୍ ଜ୍ଞାନ ଏବଂ କୌଶଳ ପ୍ରଦାନ କରି ଆତ୍ମବିଶ୍ୱାସ ବଢ଼ାନ୍ତି ।

ବର୍ତ୍ତମାନର ମହାମାରୀ ଅନେକ ଜିନିଷକୁ ଅଟକାଇ ଦେଇପାରେ, କିନ୍ତୁ ଇ-ଲର୍ନିଂ ସୁବିଧା ବା ବ୍ୟବସ୍ଥା ସହ ଶିକ୍ଷାଦାନ କାର୍ଯ୍ୟକ୍ରମ ଜାରି ରହି ପାରିବ ଏବଂ ରହିବା ମଧ୍ୟ ଉଚିତ । ଯେତେବେଳେ ସେମାନଙ୍କ ନିଜ ଘରର ଆରାମ ପରିବେଶରୁ ସର୍ବୋତ୍ତମ ଶିକ୍ଷା ଉପଲବ୍ଧ ହୋଇ ପାରୁଛି, ସେତେବେଳେ କୌଣସି ଛାତ୍ରଛାତ୍ରୀ ପଛରେ ରହିଯିବା ଉଚିତ ନୁହେଁ । ପ୍ରଭାବଶାଳୀ ଲକ୍ଷ୍ୟ-ଆଧାରିତ ପ୍ରଣାଳୀ ବିଭିନ୍ନ ପ୍ରକାରର ଛାତ୍ର ଏବଂ ସେମାନଙ୍କର ଶିକ୍ଷାଗ୍ରହଣ ଶୈଳୀ ପାଇଁ ସୁଯୋଗ ସୃଷ୍ଟି କରେ ଏବଂ ଏହାକୁ  ଯେ କୌଣସି ସ୍ଥାନରୁ ସ୍ମାର୍ଟଫୋନ୍ କିମ୍ବା ଟାବଲେଟ୍ ଭଳି ସରଳ ମାଧ୍ୟମରେ ହାସଲ କରାଯାଇ ପାରିବ । ଏହାର ସବୁଠାରୁ ବଡ଼ କଥା ହେଉଚି ଏଥିରେ ରିଭିଜନ୍ କରାଯାଇ ପାରିବ ଏବଂ ଅଫଲାଇନ୍ ସମ୍ପୂର୍ଣ୍ଣ ମଧ୍ୟ କରାଯାଇ ପାରିବ ।

BasicFirst ଆପଣଙ୍କୁ JEE (JEE Main + JEE Advanced), BITSAT, NEET, AIIMS, NTSE, KVPY, CBSE, ଦ୍ୱାଦଶ ବୋର୍ଡ (ବାଣିଜ୍ୟ), ରାଜ୍ୟ ବୋର୍ଡ ଦଶମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ସପ୍ତମ ଶ୍ରେଣୀ , ଅଷ୍ଟମ ଶ୍ରେଣୀ  ଏବଂ ନବମ ଶ୍ରେଣୀ ସହ ସମସ୍ତ ଶିକ୍ଷା ବୋର୍ଡ ପାଇଁ ପ୍ରଶିକ୍ଷିତ କରେ ଏବଂ ପ୍ରସ୍ତୁତ କରେ ।

ବର୍ତ୍ତମାନ କୌଣସି ଛାତ୍ର, ଶିକ୍ଷକ ଏବଂ ପିତାମାତା ସେମାନେ ରହୁଥିବା ଅଞ୍ଚଳରେ ସୀମିତ ନୁହଁନ୍ତି  । ଆପଣ ଯେଉଁଠାରେ ଥିଲେ ମଧ୍ୟ ଆପଣ ଯେ ସଠିକ୍ ହାତରେ ଅଛନ୍ତି ତାହା ସୁନିଶ୍ଚିତ କରି ପାରିବେ ।

Unsplashରେ Kyle Gregory Devaras ଙ୍କ ଫଟୋ


ଅନଲାଇନ୍ କ୍ଲାସ୍ ଗ୍ରହଣ କରିବା ଅନେକ ଛାତ୍ରଙ୍କ ପାଇଁ ପ୍ରକୃତରେ ଲାଭଦାୟକ ପ୍ରମାଣିତ ହୋଇଛି:

  • ଇଂରାଜୀରେ ଜଣଙ୍କ ପାଇଁ ଜଣେ ଶିକ୍ଷକ ଶୈଳୀରେ କୋଚିଂ (ଏକ ହିନ୍ଦୀ ଧାରାବାହିକ ମଧ୍ୟ ଶୀଘ୍ର ଆସୁଅଛି !)

  • ଛାତ୍ରମାନଙ୍କ ଲକ୍ଷ୍ୟକୁ ଧ୍ୟାନରେ ରଖି ବ୍ୟକ୍ତିଗତ କୋଚିଂ ସାମଗ୍ରୀ

  • ଅସୀମିତ ସନ୍ଦେହ ଦୂର କରିବାର ରସୁଯୋଗ

  • ଯେକୌଣସି ସମୟରେ ଆବଶ୍ୟକ ହେଲେ କୋଚ୍ ଙ୍କୁ ସମ୍ପର୍କ କରିବାର ସୁବିଧା

  • ସମାନ ବର୍ଗର ଛାତ୍ରମାନଙ୍କ ସହ ମିଳିତ ଆଲୋଚନା କରିବାର ସୁବିଧା ଯାହା ସେମାନଙ୍କୁ ଏକ ଶ୍ରେଣୀର ଅଂଶ ହେବାକୁ ସାହାଯ୍ୟ କରିଥାଏ


ଥରେ ଆପଣ ନିଜର ପାଠ୍ୟକ୍ରମ ଚୟନ କରି ସାରିବା ପରେ, BasicFirstରେ ଥିବା ବିଶେଷଜ୍ଞ ଦଳ ଆପଣଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଫଳାଫଳ ଦେବା ପାଇଁ ଏକ ପ୍ରୋଗ୍ରାମ ସୃଷ୍ଟି କରନ୍ତି ।  ଦେଶର କିଛି ସର୍ବୋତ୍ତମ ଶିକ୍ଷା ସାମଗ୍ରୀ ଉପରେ ଆଧାର କରି ବିଷୟବସ୍ତୁ ଏବଂ ଅନୁସନ୍ଧାନ ସହିତ, BasicFirst ଆକର୍ଷଣୀୟ ଏବଂ ଇଣ୍ଟରାକ୍ଟିଭ୍ ଲର୍ଣ୍ଣିଂ ମଡେଲ୍ ପ୍ରସ୍ତୁତ କରେ । ଯାହା ନିଶ୍ଚିତ କରେ ଏଠାରେ ନାମ ଲେଖାଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସବୁଠାରୁ ଭଲ ସମ୍ଭାବ୍ୟ ଶିକ୍ଷା ଅଭିଜ୍ଞତା ହାସଲ କରିଛନ୍ତି ।

ଏହି କାରଣରୁ ଏବଂ ଆହୁରି ଅନେକ କଥା ପାଇଁ, ଯଦି ଆପଣ ସବୁଠାରୁ ବଢ଼ିଆ ଶିକ୍ଷା ଗ୍ରହଣ କରିବା ନେଇ ଚିନ୍ତା କରୁଛନ୍ତି, ଆପଣଙ୍କୁ ନିହାତି ଭାବେ BasicFirst ବିଷୟରେ ଭାବିବା ଆବଶ୍ୟକ ।

ପରିଚୟ ଅଫର୍ !

କେବଳ 1 ଟଙ୍କାରେ ନାମ ଲେଖାଇବାକୁ ବର୍ତ୍ତମାନ ଏଠାରେ  କ୍ଲିକ୍ କରନ୍ତୁ । ସବସ୍କ୍ରିପ୍ସନ୍ 25,000 ରେ ଆରମ୍ଭ ହୁଏ, କିନ୍ତୁ ଆପଣ ଖର୍ଚ୍ଚରେ 50 % ରିହାତି ପାଇ ପାରିବେ,  0 %ଇଏମ୍ଆଇ ବିକଳ୍ପ, ମାଗମା ମର୍ଚ୍ଚାଣ୍ଡାଇଜ୍ ଏବଂ ମାଗଣା ଅନଲାଇନ୍ ଅଭ୍ୟାସ/ ପରୀକ୍ଷା ସହ 50 % ରିହାତି ନେଇ ମଧ୍ୟ ନିଶ୍ଚିତ ହୋଇ ପାରିବେ ।

BasicFirst Scholarship Test ପାଇଁ ଆବେଦନ କରନ୍ତୁ, ଏବଂ 10" ସାମସଙ୍ଗ ଟାବଲେଟ୍ ଜିତିବାର ସୁଯୋଗ ପାଇଥିବା 100 ଶୀର୍ଷ ଛାତ୍ରଛାତ୍ରୀଙ୍କ ସହ ଆପଣ ଚୟନ କରିଥିବା ସବସ୍କ୍ରିପ୍ସନ୍ ରେ 100% ରିହାତି ମଧ୍ୟ ପାଇ ପାରିବେ  । ଶୀଘ୍ର କରନ୍ତୁ , ଏହା ଏକ ସୀମିତ ସମୟର ଅଫର୍ !

Unsplashରେ Anne Nygårdଙ୍କ ଦ୍ବାରା ଫଟୋ


(ଏହା ଏକ ସହଭାଗୀ ପୋଷ୍ଟ)
Published by: Anand Shankar Thankur Das
First published: October 16, 2020, 6:09 PM IST
corona virus btn
corona virus btn
Loading